ଓଡିଶା

odisha

IT Raid on DN Group: ଖୋଜା ପଡିଛି ୧୩୫ କୋଟିର ରାଜ୍, ସଟର ପକାଇ DN ଗ୍ରୁପ୍ ମାଲିକଙ୍କୁ ଜେରା

By

Published : Jul 8, 2023, 4:59 PM IST

୪ ଦିନ ଧରି ଆୟକର ବିଭାଗର ୨୩ଟି ସ୍ଥାନରେ ହୋଇଥିବା ରେଡ୍‌ ଉପରେ ତଥ୍ୟ ବାହାର କରିବା ପାଇଁ ପ୍ରୟାସ ଚଳାଇଛି ଆୟକର ବିଭାଗ । ଡିଏନ୍‌ ଗ୍ରୁପର ମାଲିକ ଜଗଦୀଶ ନାୟକଙ୍କୁ ପଚରାଉଚରା କରୁଛନ୍ତି ଆୟକର ଅଧିକାରୀ । ଅଧିକ ପଢ଼ନ୍ତୁ

ସଟର ପକାଇ DN ଗ୍ରୁପ୍ ମାଲିକଙ୍କୁ ଜେରା
ସଟର ପକାଇ DN ଗ୍ରୁପ୍ ମାଲିକଙ୍କୁ ଜେରା

ସଟର ପକାଇ DN ଗ୍ରୁପ୍ ମାଲିକଙ୍କୁ ଜେରା

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନର ବହୁ ଚର୍ଚ୍ଚିତ ଆୟକର ଚଢାଉ ଘଟଣା । ଡିଏନ୍‌ ଗ୍ରୁପକୁ ଘାଣ୍ଟୁଛି ଆୟକର ବିଭାଗ । ଶେଷ ଦିନର ରେଡ୍‌ ବେଳେ ଡିଏନ୍‌ ଗ୍ରୁପର ମାଲିକ ଜଗଦୀଶ ନାୟକଙ୍କୁ ପଚରାଉଚରା କରିଛି ଆୟକର ବିଭାଗ । ଏନେଇ ଡିଏନ୍‌ ଗ୍ରୁପର ଆଇଆର୍‌ସି ଭିଲେଜ୍‌ ନୟାପଲ୍ଲୀସ୍ଥିତ ମୁଖ୍ୟ କାର୍ଯାଳୟରେ ଆସି ହାଜର ହୋଇଛନ୍ତି ଗ୍ରୁପର ମୁଖ୍ୟ ଜଗଦୀଶ ନାୟକ । ସେ ପ୍ରଥମେ ଏକ କାର ଯୋଗେ କାର୍ଯ୍ୟାଳୟରେ ଆସି ପହଞ୍ଚିଥିଲେ । ପରେ ତାଙ୍କୁ ଆୟକର ଅଧିକାରୀ ପଚରାଉଚରା ଆରମ୍ଭ କରିଛନ୍ତି ।

ତେବେ ରେଡ୍‌ର ପ୍ରଥମ ଦିନ ଡିଏନ୍‌ ଗ୍ରୁପର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ଜବତ ହୋଇଥିବା ୩୦ କୋଟି ଟଙ୍କା ସହ ୧୦୫ କୋଟିର ରିସିଡ୍‌ ବା ଭାଉଚରର ଖିଅଠାରୁ ଆରମ୍ଭ ହୋଇଛି ତଦନ୍ତ । ଏନେଇ ବିଭିନ୍ନ ତଥ୍ୟ ଆଧାରରେ କାରଣ ଖୋଜୁଛି ଆୟକର ବିଭାଗ । ଏପରିକି ଚନ୍ଦ୍ରଶେଖରଙ୍କ ଘରୁ ଜବତ ନଗଦ ୩ ଟ୍ରଙ୍କ ବୋଝେଇ ନଗଦ ଟଙ୍କା ସହ ଜବତ ହୋଇଥିବା ୧୯ଟି ବ୍ୟାଗ ଓ ୨ଟି ସୁଟକେସର ଥିବା ଫାଇଲର ରାଜ ଫିଟାଉଛନ୍ତି ଆୟକର ଅଧିକାରୀ । ଏନେଇ ତାଙ୍କରି ନିଜ କାର୍ଯ୍ୟାଳୟର ଚତୁର୍ଥ ମହଲାରେ ଜଗଦୀଶ ନାୟକଙ୍କୁ ପଚରାଉଚରା କରାଯାଉଛି । କିଭଳି ଗ୍ରୁପର କରବାର ଥିଲା, ଜବତ ଭାଉଚର ଓ ସେଲ ଡିଡ୍‌ର କଣ ରହିଛି କାରବାର, ଏସବୁ କାରବାର କିଏ ବୁଝୁଥିଲେ, ଚନ୍ଦ୍ରଶେଖର ପଣ୍ଡାଙ୍କ ସହ ଗ୍ରୁପର କେଉଁ କାରବାର ଦାୟିତ୍ବ ରହିଥିଲା, ଏତେ ପରିମାଣର ଟଙ୍କା କେଉଁ ଉଦ୍ଦେଶ୍ୟରେ ରଖିଥିଲେ ଗ୍ରୁପର ଜଣେ କର୍ମଚାରୀ, ଏହି ଟଙ୍କା କମ୍ପାନୀର ଜାଣତରେ ନା ଅଜାଣତରେ ରହିଥିଲା, ଏପରିକି ସେଲ୍‌ ଡିଡ୍‌ରେ ଡିଏନ୍‌ ଗ୍ରୁପର ଅନେକ ପ୍ରୋଜେକ୍ଟ୍‌ର ଫାଇଲ ମଧ୍ୟ ଜବତ କରାଯାଇଛି ଚନ୍ଦ୍ରଶେଖରଙ୍କ ଘରୁ । ତାକୁ ନେଇ ସେହି ଗ୍ରୁପର ବିଭିନ୍ନ ପ୍ରୋଜକ୍ଟ ସମ୍ପର୍କରେ ତଥ୍ୟ ପଚରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...DN ଗ୍ରୁପ ମ୍ୟାନେଜରଙ୍କ କ୍ବାର୍ଟରରେ ରାତି ତମାମ IT ଚଢାଉ, 3 ଟ୍ରଙ୍କ ଭର୍ତ୍ତି ଟଙ୍କା ଜବତ

ତେବେ ଯେହେତୁ ଆଜି ରେଡ୍‌ର ଶେଷ ଦିନ, ସେଥିପାଇଁ ୪ ଦିନ ଧରି ୨୩ଟି ସ୍ଥାନରେ ହୋଇଥିବା ରେଡ ବେଳେ ମିଳିଥିବା ତଥ୍ୟ ଆଧାରରେ ସବୁର ସତ ଓଗାଳିବାକୁ ଚେଷ୍ଟା କରୁଛନ୍ତି ଆୟକର ଅଧିକାରୀ । ଜଗଦୀଶଙ୍କର ଡିଏନ୍‌ ଗ୍ରୁପରେ ୨୦ ବର୍ଷର କାରବାର ନେଇ ଖୋଳତାଡ ହେଉଛି । ଏପରିକି ୨୦୦୩ ମସିହାରୁ ନୟାପଲ୍ଲୀରୁ ଆରମ୍ଭ କରିଥିବା ଏହି କାରବାର ଧିରେ ଧିରେ ଏକ ବଡ ବ୍ୟବସାୟ ଭାବେ ପରିଚିତ ହୋଇଥିଲା । ୨୦୦୪ ମସିହାର ଆଭଲେନ ରେସିଡେନ୍‌ସି, ୨୦୦୫ରେ ଅଦିତି ଓ ରୟାଲ ରେସିଡେନ୍‌ସି, ୨୦୦୬ରେ ଡ୍ରିମ୍‌ଜ୍‌ ଭିଲ୍ଲା, ୨୦୦୭ରେ ରୟାଲ ଗାର୍ଡେନ ପ୍ରୋଜେକ୍ଟ, ୨୦୦୮ରେ ଗୁରୁଗ୍ରାମର ଭିପୁଲ୍‌ ଗ୍ରୁପ ସହ ଭୁବନେଶ୍ବରରେ ଭିପୁଲ ଗାର୍ଡେନ ପ୍ରୋଜେକ୍ଟ, ୨୦୧୦ରେ ନର୍ଦନ ହାଇଟସ୍‌, ୨୦୧୧ରେ ଡିଏନ୍‌ ଗ୍ରୁପର ନୂତନ କାର୍ଯାଳୟ ସହ ଡିଏନ୍‌ ଅକ୍ସିପାର୍କର ପ୍ରୋଜେକ୍ଟ ଆରମ୍ଭ, ୨୦୧୫ରେ ଡିଏନ୍‌ ନିୟୁ ଟାଉନ୍‌, ୨୦୧୬ରେ ଡିଏନ୍‌ ଫାରିଟେଲ୍‌, ୨୦୧୮ରେ ଡିଏନ୍‌ ଉଇଜ୍‌ଡମ୍‌, ଡିଏନ୍‌ ରେଗାଲିଆ, ଭିଭନ୍ତ ଗ୍ରୁପ ସହ ବ୍ୟବସାୟିକ କାରବାରର ସବୁ ରାଜ ଓଗାଳିବାକୁ ଚେଷ୍ଟା କରୁଛି ଆୟକର ବିଭାଗ । ସମସ୍ତ ପ୍ରୋଜେକ୍ଟ କାରବାର କିପରି କରୁଥିଲେ, ସେନେଇ ସାମ୍ନାସାମ୍ନି ଜଗଦୀଶ ନାୟକଙ୍କୁ ପ୍ରଶ୍ନ କରିଛନ୍ତି ଆୟକର ଅଧିକାରୀ । ଏନେଇ ଆୟକର ଅଧିକାରୀଙ୍କ ଏକ ୫ ଜଣିଆ ଏକ୍ସପର୍ଟ ଟିମ୍‌ ଏନେଇ ପଚରାଉଚରା କରୁଛନ୍ତି । ତେବେ ଆଜି ରେଡ୍‌ ଶେଷ ହେବ ବୋଲି ସୂଚନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details