ଓଡିଶା

odisha

ETV Bharat / state

NBW ଭୟରେ କୋର୍ଟରେ ଆତ୍ମସମର୍ପଣ, ଜେଲ ଗଲେ ଆଇଟି କମ୍ପାନୀ ମାଲିକ - ଜାମିନ‌ବିହୀନ ପରଓ୍ବାନା ଜାରି

ଗିରଫ ଭୟରେ କୋର୍ଟରେ ଆତ୍ମସମର୍ପଣ କଲେ ଆଇଟି କମ୍ପାନୀ ମାଲିକ । 13 କୋଟି ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇ ସର୍ତ୍ତମୂଳକ ଜାମିନରେ ବାହାରକୁ ଆସିଥିଲେ । ଅଧିକ ପଢନ୍ତୁ

IT company owner surrendered in court
IT company owner surrendered in court

By ETV Bharat Odisha Team

Published : Sep 23, 2023, 11:36 AM IST

IT company owner surrendered in court

ଭୁବନେଶ୍ବର: ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ । ଅଭିଯୋଗକାରୀଙ୍କ ସହ ଆପୋଷ ବୁଝାମଣା ପାଇଁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନରେ 45 ଦିନ ପାଇଁ ବାହାରକୁ ଆସିଥିଲେ । କିନ୍ତୁ ସମୟ ଶେଷ ହୋଇଥିଲେ ସୁଦ୍ଧା କୋର୍ଟରେ ହାଜର ହୋଇନଥିଲେ ଆଇଟି କମ୍ପାନୀ ମାଲିକ ତୃପ୍ତି ରଞ୍ଜନ ଜେନା ଓ ତାଙ୍କ ଭାଇ ଦୀପ୍ତି ରଞ୍ଜନ । ପୋଲିସ ଜାମିନ‌ବିହୀନ ପରଓ୍ବାନା ଜାରି ପରେ ଗିରଫ ଭୟରେ ଦୁଇ ଭାଇ ଭୁବନେଶ୍ୱର ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଏହାପରେ ଉଭୟଙ୍କୁ ଝାରପଡ଼ା ଜେଲର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।


ମିଳିଥିବା ସୁଚନା ମୁତାବକ, ଗତ ୧୫ ଏପ୍ରିଲରେ ୧୩ ଲକ୍ଷ ଠକେଇ ଅଭିଯୋଗରେ ଦୁଇ ଭାଇ ତୃପ୍ତି ଓ ଦୀପ୍ତିଙ୍କୁ ଗିରଫ କରିଥିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ଅଭିଯୋଗକାରୀ ତଥା ଆଭାଶ କୁମାର ସାମଲଙ୍କୁ ଠକେଇ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ। ପରେ ଦୁଇ ଭାଇଙ୍କୁ ହାଇକୋର୍ଟରୁ ସର୍ତମୂଳକ ଜାମିନ ମିଳିଥିଲା। ଠକେଇ ନେଇ ଅଭିଯୋଗକାରୀଙ୍କ ସହ ଆପୋଷ ବୁଝାମଣା ପାଇଁ ସମୟସୀମା ଦିଆଯାଇଥିଲା । ଯାହାକୁ ନେଇ ଉଭୟ ଅଭିଯୁକ୍ତ ଅଭିଯୋଗକାରୀଙ୍କ ସହ ବୈଠକ କରିଥିଲେ ମଧ୍ୟ ଟଙ୍କା ଫେରାଇ ନଥିଲେ। ଏଥିସହ ହାଇକୋର୍ଟ ଦେଇଥିବା ସମୟସୀମା ଅନୁସାରେ ୪୫ଦିନରେ କୋର୍ଟରେ ହାଜର ହୋଇ ପକ୍ଷ ରଖିବାକୁ କୁହାଯାଇଥିଲା । ସମୟସୀମା ସରିଥିଲେ ସୁଦ୍ଧା ଅଭିଯୋଗକାରୀଙ୍କ ସହ ଆପୋଷ ବୁଝାମଣା କରିନଥିଲେ କି କୋର୍ଟରେ ହାଜର ହୋଇନଥିଲେ । ତେଣୁ ତାଙ୍କ ନାଁରେ ଜାମିନ‌ବିହୀନ ପରଓ୍ବାନା ଜାରି ହେବା ପରେ ଉଭୟ କୋର୍ଟରେ ସରେଣ୍ଡର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଚାକିରି ନାଁରେ ଚୂନ ଲଗାଇଲେ ଲକ୍ଷ ଲକ୍ଷ ଟଙ୍କା, 6 ଗିରଫ

ଅଭିଯୋଗକାରୀ ଆଭାଶ ସାମଲ ଦୀପ୍ତି ରଞ୍ଜନଙ୍କ କଲେଜ ବେଳର ସାଙ୍ଗ । ଆଭାଶ ଜଣେ ଆଇଟି ଇଞ୍ଜିନିୟର ହୋଇଥିବାରୁ ସେ ପୂର୍ବରୁ ଏକ ପ୍ରତିଷ୍ଠିତ ଆଇଟି କମ୍ପାନୀରେ କାମ କରୁଥିଲେ । ଅନେକ ସମୟରେ ଦୀପ୍ତି ରଞ୍ଜନ ଆଭାଶଙ୍କ ଠାରୁ ଟଙ୍କା ଧାର ନେଉଥିଲେ । ସାଙ୍ଗ ଉପରେ ବିଶ୍ବାସ ରଖି ଟଙ୍କା ଧାର ଦେଉଥିଲେ ଆଭାଶ । ଏପରିକି ଦୀପ୍ତିଙ୍କ ବଡ଼ଭାଇ ତୃପ୍ତି ମଧ୍ୟ ସମସ୍ୟା ଅଛି କହି ଭାଇର ସାଙ୍ଗ ହିସାବରେ ଟଙ୍କା ନେଇଥିଲେ । ହେଲେ ତାଙ୍କଠୁ ଧାର ହିସାବରେ ଟଙ୍କା ନେଇ ଫେରାଉ ନଥିଲେ । ଦୁଇଭାଇ ଧାର ଟଙ୍କା ବିଭିନ୍ନ ସଂସ୍ଥାରେ ନିବେଶ କରି ଧରାଛୁଆଁ ଦେଉନଥିଲେ । ଏପରିକି ବିଶ୍ବାସର ଫାଇଦା ନେଇ ଅଭିଯୋଗକାରୀ ଆଭାଶଙ୍କ ନାଁରେ ଏକ ଗାଡି ମଧ୍ୟ କିଣିଥିଲେ । ଟଙ୍କା ଠକେଇର ଶିକାର ହେବା ପରେ ଚନ୍ଦ୍ରଶେଖରପୁର ଥାନାରେ ଆଭାଶ ଅଭିଯୋଗ କରିଥିଲେ । ପରେ ଦୁଇ ଭାଇ ତୃପ୍ତି ଓ ଦୀପ୍ତିଙ୍କୁ ଗିରଫ କରିଥିଲା ପୋଲିସ । ଏହି ଘଟଣାରେ ଆହୁରି ୩ଜଣ ଫେରାର ରହିଛନ୍ତି। ତୃପ୍ତି ରଞ୍ଜନଙ୍କର ଭୁବନେଶ୍ୱର OCACରେ IT କମ୍ପାନୀ ରହିଛି । ଆଇଜେଣ୍ଟିକ ଭାବେ ଏକ ସଫ୍ଟଓ୍ବେର କମ୍ପାନୀ ଚଳାଉଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details