ଓଡିଶା

odisha

ETV Bharat / state

ସମସ୍ୟା ଘେରରେ ଓଡିଆ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ - ଓଡିଆ ବିଶ୍ୱବିଦ୍ୟାଳୟ ସମସ୍ୟା

ସମସ୍ୟା ଘେରରେ ଓଡ଼ିଶା ବିଶ୍ବବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ । ଉତ୍କଳମଣି ଗୋପାବନ୍ଧୁ ସ୍ମାରକୀ ମହାବିଦ୍ୟାଳୟରେ ଚାଲୁଥିବା ଓଡିଆ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସର ସମସ୍ୟା ବଢ଼ିବାରେ ଲାଗିଛି । ଅଧିକ ପଢ଼ନ୍ତୁ

ସମସ୍ୟା ଘେରରେ ଓଡିଆ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ
ସମସ୍ୟା ଘେରରେ ଓଡିଆ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ

By ETV Bharat Odisha Team

Published : Oct 18, 2023, 6:42 AM IST

Updated : Oct 18, 2023, 10:08 AM IST

ଭୁବନେଶ୍ବର: ସମସ୍ୟା ଘେରରେ ଓଡ଼ିଶା ବିଶ୍ବବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ । ଉତ୍କଳମଣି ଗୋପାବନ୍ଧୁ ସ୍ମାରକୀ ମହାବିଦ୍ୟାଳୟରେ ଚାଲୁଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସର ସମସ୍ୟା ବଢ଼ିବାରେ ଲାଗିଛି । ଏହାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଉଚ୍ଚ ଶିକ୍ଷା ବିଭାଗ ଜେନେରାଲ୍ ମ୍ୟାନେଜର ଓଡିଶା ବ୍ରିଜ୍ ଏବଂ ନିର୍ମାଣ ନିଗମ ଲିମିଟେଡ୍କୁ ନିର୍ଦ୍ଦେଶ ଦେଇଛି ।

ଓଡ଼ିଶା ବିଶ୍ବବିଦ୍ୟାଳୟର ସମସ୍ୟାଗୁଡ଼ିକ ହେଲା ହଷ୍ଟେଲ କ୍ୟାମ୍ପସରେ ସ୍ଥାୟୀ ଜଳ ସମସ୍ୟା, ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଶୌଚଳୟର ମରାମତି, 10ଟି ଚେୟାର ଓ ଟେବୁଲ, 6ଟି ଆଲମିରା ଏବଂ 10ଟି ବୁକ୍‌ ରାକ୍‌ ଏବଂ 100ଟି ଚେୟାର ମଧ୍ୟରେ ପାଠପଢ଼ା ଚାଲିଛି । ଏହାସହ ବାରମ୍ବାର ବିଦ୍ୟୁତ୍ କାଟକୁ ନେଇ ହଷ୍ଟେଲ୍‌ରେ ଡିଜି କିମ୍ବା ଇନଭର୍ଟର ସଂଯୋଗ, COF ବ୍ୟବହାର ପାଇଁ ଚେୟାର ସହିତ ଏକ ଅଫିସିଆଲ୍ ଟେବୁଲର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଉପରୋକ୍ତ ବିଭାଗଗୁଡ଼ିକ ସମାଧାନ ପାଇଁ ହୋଇଥିବା ଖର୍ଚ୍ଚ ସମ୍ବନ୍ଧରେ ବିସ୍ତୃତ ଆକଳନ ଦାଖଲ କରିବାକୁ କହିଛି ଉଚ୍ଚ ଶିକ୍ଷା ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଆରମ୍ଭ ହେଲା କୁଇ ଓ ଦେଶିଆ ଭାଷାର ଜାତୀୟ କର୍ମଶାଳା

ସୂଚନା ଅନୁସାରେ, ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବରେ କାର୍ଯ୍ୟଭାର ଆରମ୍ଭ କରିଛନ୍ତି ପ୍ରଫେସର ସବିତା ପ୍ରଧାନ । ପ୍ରଥମ କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି କୁଳାଧିପତି ତଥା ରାଜ୍ୟପାଳ । ତେବେ କୁଳପତି ଭାବରେ ପ୍ରଫେସର ସବିତାଙ୍କୁ ଦୁଇ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି । ବର୍ତ୍ତମାନ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ୭୨ଟି ସିଟ୍‌ ରହିଛି । ଏହାସହ ୩ଟି ବିଭାଗ ରହିଛି । ପ୍ରତ୍ୟେକ ବିଭାଗରେ ୨୪ଟି ଲେଖାଏଁ ସିଟ୍‌ ରହିଛି । ଏହି ବିଶ୍ୱବିଦ୍ୟାଳୟରେ ୩ଟି ବିଷୟରେ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହୋଇଛି । ତେବେ ଏହି ୩ଟି ବିଷୟଗୁଡ଼ିକ ହେଉଛି ଓଡ଼ିଆ ଭାଷା ଓ ସାହିତ୍ୟ, ଭାଷା ବିଜ୍ଞାନ ଓ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ ଏବଂ ଆଞ୍ଚଳିକ ଆଦିବାସୀ ଭାଷା ଓ ଐତିହ୍ୟ ବିଭାଗ । ତେବେ ଏଠାରେ ଛାତ୍ରଛାତ୍ରୀ ଏକାକାଳୀନ ଭାବରେ ସ୍ନାତକୋତ୍ତର ଓ ପିଏଚ୍‌ଡିରେ ପାଠ ପଢ଼ିବେ । ଉଚ୍ଚଶିକ୍ଷା ବିଭାଗ ଏହି ବିଶ୍ବବିଦ୍ୟାଳୟକୁ ଅଧିକ ଗୁରୁତ୍ୱ ସହିତ ନେଉଥିବା ବେଳେ ନିଯୁକ୍ତି ପ୍ରକ୍ରିୟାକୁ ପ୍ରାଥମିକ ଭାବରେ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ବିଶେଷ କରି ଏଥିପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ତେବେ ଚଳିତ ଶିକ୍ଷାବର୍ଷରୁ ଓଡ଼ିଆ ବିଶ୍ବ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇଛି । ଏନେଇ ସାକ୍ଷୀଗୋପାଳ ସ୍ଥିତ ପାନ୍ଥ ନିବାସରେ ବିଶ୍ବବିଦ୍ୟାଳୟର କାର୍ଯ୍ୟାଳୟ ଅସ୍ଥାୟୀ ଭାବରେ କାର୍ଯ୍ୟକ୍ଷମ କରାଯାଉଛି । ବିଶ୍ବ ବିଦ୍ୟାଳୟର କାର୍ଯ୍ୟାଳୟ ପାଇଁ ଉକ୍ତ ପାନ୍ଥ ନିବାସକୁ ୩ ମାସ ପର୍ଯ୍ୟନ୍ତ ଭଡ଼ା ସୂତ୍ର ଭାବରେ ନିଆଯାଇଛି ।


ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 18, 2023, 10:08 AM IST

ABOUT THE AUTHOR

...view details