ଓଡିଶା

odisha

ବଢୁଛି କୋଭିଡ ସଂକ୍ରମଣ, ପ୍ରସ୍ତୁତ ଆଇସୋଲେସନ ବେଡ; ‘ସ୍ୱାସ୍ଥ୍ୟକର୍ମୀ ମାସ୍କ ପିନ୍ଧିଲେ ଲୋକେ ପିନ୍ଧିବେ’

By

Published : Apr 25, 2023, 6:31 PM IST

ରାଜ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି। 24 ଘଣ୍ଟା ମଧ୍ୟରେ ରାଜ୍ୟରେ 393 ଚିହ୍ନଟ ହୋଇଛନ୍ତି। ଏହାରି ମଧ୍ୟରେ ସୁନ୍ଦରଗଡରେ ସର୍ବାଧିକ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ତେଣୁ ପ୍ରାଥମିକ ସ୍ଥରରେ ହସ୍ପିଟାଲରେ ଥିବା ସ୍ୱାସ୍ଥ୍ୟ କର୍ମୀ ଓ ଅଧିକାରୀ ମାନେ ମାସ୍କ ପରିଧାନ କରିବେ ।

capital hospital director laxmidhar shaoo
capital hospital director laxmidhar shaoo

capital hospital director laxmidhar shaoo

ଭୁବନେଶ୍ବର: ସାରା ଦେଶରେ ବଢୁଛି କୋଭିଡ ସଂକ୍ରମଣ। ଏପରିକି ରାଜ୍ୟରେ 4 ଶହରୁ 5 ଶହ ମଧ୍ୟରେ ରହୁଛି ସଂକ୍ରମଣ। ଆଉ ଏହାରି ମଧ୍ୟରେ ପୁଣି ଥରେ ମାସ୍କ ପିନ୍ଧିବାକୁ କରାଯାଇଛି ବାଧ୍ୟତାମୂଳକ। ରାଜ୍ୟରେ ସମସ୍ତ ସ୍ବାସ୍ଥ୍ୟ ଅନୁଷ୍ଠାନରେ ସ୍ବାସ୍ଥ୍ୟସେବା ପ୍ରଦାନକାରୀ , ସ୍ବାସ୍ଥ୍ୟ ଅଧିକାରୀ ଓ ଲାବୋରେଟୋରୀ ସେବା ପ୍ରଦାନ କରୁଥିବା କର୍ମୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ।

ଏହା ମଧ୍ୟ ପଢନ୍ତୁ - ରତ୍ନ ଭଣ୍ଡାରର ଚାବି ହଜିବା ଘଟଣା, ଜବାଵ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷୀଧର ସାହୁ କହିଛନ୍ତି ଯେ, ରାଜ୍ୟ ତଥା ଦେଶରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ପ୍ରାଥମିକ ଭାବରେ ସ୍ବାସ୍ଥ୍ୟକର୍ମୀ ମାନେ ସୁରକ୍ଷିତ ରହିବେ ସେନେଇ ନିଆଯାଇଛି ପଦକ୍ଷେପ। ରାଜ୍ୟରେ ଥିବା ସମସ୍ତ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀ ମାନେ ବାଧ୍ୟତାମୂଳକ ଭାବରେ ପରିଧାନ କରିବେ ମାସ୍କ । ଭାରତରେ କିଛି ଦିନ ହେଲା ଦୈନିକ ସଂକ୍ରମଣ ବଢୁଛି। ବର୍ତ୍ତମାନ ସମୟରେ ଦେଶରେ କୋଭିଡ ବୃଦ୍ଧି ଘଟୁଥିବାରୁ ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ। ବର୍ତ୍ତମାନ ସମୟରେ କୋଭିଡକୁ ନେଇ ସଚେତନ ରହିବା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଛନ୍ତି।

ଏହା ମଧ୍ୟ ପଢନ୍ତୁ-କେରଳକୁ ମିଳିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ, ଦେଶରେ ପ୍ରଥମ ୱାର୍ଟର ମେଟ୍ରାେ ବି ଲୋକାର୍ପିତ

ଏଥିସହ ମାସ୍କ ପିନ୍ଧିବା , ସାନିଟାଇଜେଶନ କରିବା , ସାବୁନରେ ହାତ ଧୋଇବା । ତେଣୁ ପ୍ରାଥମିକ ଭାବରେ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଠାରୁ ଏହି ସଚେତନତା ଆରମ୍ଭ କରାଯାଇଛି । ଲୋକମାନେ ସ୍ୱାସ୍ଥ୍ୟ କର୍ମୀଙ୍କ ଠାରୁ ଦେଖି ସଚେତନ ହେବେ । ଏହା ଦ୍ବାରା ସଂକ୍ରମଣ ରୁ ରକ୍ଷା ପାଇ ପାରିବେ। ଯାହା ଫଳରେ ସଂକ୍ରମଣ କୁ ଆମେ ସମସ୍ତେ ମିଳିମିଶି ଦମନ କରିବା ଆବଶ୍ୟକ। ସାଧାରଣ ଲକ୍ଷଣ ଯେପରିକି ଦୀର୍ଘ ଦିନ ଧରି ଜ୍ବର ନ କମିବା , ମୁଣ୍ଡ ବିନ୍ଧା ହେବା , ନାକରୁ ପାଣି ବାହାରିବା , ଗୋଡହାତ ଘୋଳା ବିନ୍ଧା ହେବା । ତେବେ ଜରୁରୀକାଳୀନ ସେବା ପାଇଁ କ୍ୟାପିଟାଲ ହସ୍ପିଟାଲ ରେ ଆଇସୋଲେସନ ବେଡ ମହଜୁଦ ହୋଇ ରହିଛି । ଯଦି ରୋଗୀଙ୍କ ବେଡର କୌଣସି ଆବଶ୍ୟକତା ନ ପଡେ ତେବେ ମେଡିସିନ ଦେଇ ଛାଡ଼ିବୁ । ଯଦି ରୋଗୀ ଅଧିକ ଗୁରୁତର ହେଲେ ତେବେ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details