ଭୁବନେଶ୍ବର: ଆଉ କିଛି ସମୟପରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଆଇଏସଏଲର ଓଡିଶାରେ ପ୍ରଥମ ମ୍ୟାଚ । ଓଡିଶା ଏଫସି ଏବଂ ଜାମଶେଦପୁର ଏଫସି ମଧ୍ୟରେ ଏହି ମ୍ଯାଚ ଖେଳାଯିବ । ଏଥିପାଇଁ ଉଭୟ ଦଳର ଖେଳାଳିମାନେ ପ୍ରସ୍ତୁତ । ତେବେ ମ୍ୟାଚ ପୂର୍ବରୁ ଫୁଟବଲ ପ୍ରଶଂସକ ମାନଙ୍କୁ ହତାଶ ହେବାର ଦେଖିବାକୁ ମିଳିଛି।
ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର ଅନ୍ୟ ଖେଳ ପାଇଁ ଯେପରି ଆୟୋଜନ କରାଯାଇ ଲୋକଙ୍କୁ ସୂଚନା ଦିଆଯିବା ସହ ସୁବିଧା ପ୍ରଦାନର ବ୍ୟବସ୍ଥା ଆୟୋଜକଙ୍କ ପକ୍ଷରୁ କରାଯାଇଥିଲା ସେପରି ବ୍ୟବସ୍ଥା ଫୁଟବଲ କ୍ଷେତ୍ରରେ ଦେଖିବାକୁ ମିଳୁ ନଥିବା ସେମାନେ କହିଛନ୍ତି ।
ଏପରିକି କେଉଁଠି ଦର୍ଶକମାନେ ଟିକେଟ କିଣିବେ, କେଉଁ ଗ୍ୟାଲେରୀ ପାଇଁ କେତେ ଟଙ୍କାର ଟିକେଟ ଉପଲବ୍ଧ , ଅନଲାଇନରେ ମିଳୁଛି କିମ୍ବା ଅଫଲାଇନରେ ସେ ସବୁ ବିଷୟରେ କୌଣସି ଠାରେ ସୂଚନା ଦିଆଯାଇନାହିଁ । ଏପରିକି ଟିକେଟ କିଣିବାକୁ ଆସୁଥିବା ଖେଳପ୍ରେମୀ ଟିକେଟ କାଉଣ୍ଟର ଖୋଜି ଖୋଜି ହାଲିଆ ହୋଇ ଫେରିଯାଉଥିବା ଦେଖିବାକୁ ମିଳିଛି। ଏପରିକି ଗଣମାଧ୍ୟମକୁ ଖେଳର ଆୟୋଜନ ନେଇ କଣ କଣ ବ୍ୟବସ୍ଥା ଗ୍ରହଣ କରାଯାଇଛି, କେତେ ପରିମାଣର ଟିକେଟ ବିକ୍ରି କରାଯିବାର ବ୍ୟବସ୍ଥା ଆଦି ବିଷୟରେ ସୂଚନା ଦେବାକୁ କୌଣସି ଅଧିକାରୀ ଉପଲବ୍ଧ ହେଉ ନାହାଁନ୍ତି।
କେବଳ କେତୋଟି ବଡ ବଡ ହୋର୍ଡିଙ୍ଗ ମାରି ଖେଳ ପାଇଁ ଆନ୍ତରିକତା ଦେଖାଯାଉଥିବା କୁହାଯାଉଥିବାବେଳେ ସେପରି କୌଣସି କାର୍ଯ୍ୟରେ ହେଉ ନଥିବା ନେଇ ପ୍ରସଂଶକମାନେ ଦୁଃଖ ପ୍ରକାଶ କରିବା ସହ ସରକାର ଏନେଇ ଜାଗ୍ରତ ହେବାକୁ କହିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ