ଓଡିଶା

odisha

ETV Bharat / state

Ama Odisha Nabin Odisha: ‘ମୋ ଓଡିଶା ନବୀନ ଓଡିଶା ପଛରେ RSS ଚିନ୍ତାଧାରା କି ?’ - ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ

ଆଜି ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି ‘‘ଆମ ଓଡିଶା ନବୀନ ଓଡିଶା ଏକ ଭଣ୍ଡ ଯୋଜନା । ଲୋକଙ୍କୁ ଭଣ୍ଡେଇବା ପାଇଁ ଏକ ଯୋଜନା । ଗ୍ରାମସଭା, ପଲ୍ଲୀସଭା କିଛି ନବସି ନିଷ୍ପତ୍ତି ନିଆଯାଉଛି । 5ଟି ଅଧ୍ୟକ୍ଷ ଅର୍ଥ ବରାଦ କରୁଛନ୍ତି । କାହାର ଅଧ୍ୟକ୍ଷ ସିଏ ? 5ଟି ଅବା ଆମ ଓଡିଶା ନବୀନ ଓଡିଶା ଏକ ବୋର୍ଡ ନା କର୍ପୋରେସନ ଯେ ଏହା ଅଧ୍ୟକ୍ଷ ରହିବେ? ମୋଟାମୋଟି ଭାବେ କହିବାକୁ ଗଲେ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏହା ଏକ ଯୋଜନା । ଅଧିକ ପଢନ୍ତୁ

Ama Odisha Nabin Odisha: ‘‘ମୋ ଓଡିଶା ନବୀନ ଓଡିଶା ପଛରେ RSS ଚିନ୍ତାଧାରା କି’’
Ama Odisha Nabin Odisha: ‘‘ମୋ ଓଡିଶା ନବୀନ ଓଡିଶା ପଛରେ RSS ଚିନ୍ତାଧାରା କି’’

By ETV Bharat Odisha Team

Published : Nov 6, 2023, 8:51 PM IST

Updated : Nov 7, 2023, 3:41 PM IST

‘ମୋ ଓଡିଶା ନବୀନ ଓଡିଶା ପଛରେ RSS ଚିନ୍ତାଧାରା କି ?’

ଭୁବନେଶ୍ବର: ଆମ ଓଡିଶା ନବୀନ ଓଡିଶା ଏକ ଭଣ୍ଡ ଯୋଜନା । ଲୋକଙ୍କୁ ଭଣ୍ଡେଇବା ଏହାର ଉଦ୍ଦେଶ୍ୟ । ଗ୍ରାମସଭା, ପଲ୍ଲୀସଭା ବିନା ନିଷ୍ପତ୍ତି ହେଉଛି । ଓଡିଶା ନବୀନ ଓଡିଶା ଏକ ବୋର୍ଡ ନା କର୍ପୋରେସନ ? ଯେ ଏହା ଅଧ୍ୟକ୍ଷ ରହିବେ । ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏହା ଉଦ୍ଦିଷ୍ଟ । ଆଜି ଏଭଳି ଢଙ୍ଗରେ ପୁଣି ଥରେ ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’କୁ ନେଇ ଶାଣିତ ସମାଲୋଚନା କରିଛନ୍ତି ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ । ପ୍ରତାପଙ୍କ ଅଭିଯୋଗ ପରେ ପରେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ରୂପାନ୍ତରିତ ଓଡିଶା ନା ରେ କଣ ହେଉଛି ? କ୍ଷମତା ଦଖଲ ପାଇଁ ଷଡଯନ୍ତ୍ର ଚାଲିଛି । ଉଭୟ ବିରୋଧୀଙ୍କ ଅଭିଯୋଗକୁ କଡା ଜବାବ ଦେଇଛନ୍ତି ଶାସକ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି । ଯାହାକୁ ନେଇ ଏବେ ପୁଣି ଥରେ ବିବାଦରେ ଆମ ଓଡିଶା ନବୀନ ଓଡିଶା ଯୋଜନା ।

ଅଧିକ ପଢନ୍ତୁ- ଆମ ଓଡିଶା ନବୀନ ଓଡିଶା ତୃତୀୟ ଦିନ: ମୟୂରଭଞ୍ଜ, ବରଗଡ ଓ ଦେବଗଡ ପାଇଁ ୨୭୨ କୋଟି ମଞ୍ଜୁର

ଆଜି ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, ‘‘ଆମ ଓଡିଶା ନବୀନ ଓଡିଶା ଏକ ଭଣ୍ଡ ଯୋଜନା । ଲୋକଙ୍କୁ ଭଣ୍ଡେଇବା ପାଇଁ ଏକ ଯୋଜନା । ଗ୍ରାମସଭା, ପଲ୍ଲୀସଭା କିଛି ନବସି ନିଷ୍ପତ୍ତି ନିଆଯାଉଛି । 5ଟି ଅଧ୍ୟକ୍ଷ ଅର୍ଥ ବରାଦ କରୁଛନ୍ତି । କାହାର ଅଧ୍ୟକ୍ଷ ସିଏ ? 5ଟି ଅବା ଆମ ଓଡିଶା ନବୀନ ଓଡିଶା ଏକ ବୋର୍ଡ ନା କର୍ପୋରେସନ ଯେ ଏହା ଅଧ୍ୟକ୍ଷ ରହିବେ ? ମୋଟାମୋଟି ଭାବେ କହିବାକୁ ଗଲେ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏହା ଏକ ଯୋଜନା । ଓଡିଶାରେ ଅନେକ ମହାପୁରୁଷ ଥିଲେ ଅଛନ୍ତି । ତାଙ୍କର ନାଁରେ ଯୋଜନା କଲେ ନାହିଁ କାହିଁକି ? ଓଡିଶା ନବୀନ ବାବୁଙ୍କ ପୈତୃକ ସମ୍ପତ୍ତି ନୁହେଁ ।’’

ସେହିପରି କଂଗ୍ରେସ ମୁଖପାତ୍ର ପଞ୍ଚାନନ ଦାସ ‘‘କହିଛନ୍ତି ଆମ ଓଡିଶା ନବୀନ ଓଡିଶା ଏକ ପ୍ରହେଳିକା । କିଛି ଅଣ ଓଡିଆ ଶାସନ କ୍ଷମତାକୁ ଅକ୍ତିଆର କରିବା ପାଇଁ ତଥା ଲୋକଙ୍କୁ ଇମୋସନାଲି କ୍ୟାପଚର କରିବା ପାଇଁ ମନ୍ଦିରର ଉନ୍ନତିକରଣ କଥା ଚିନ୍ତା କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ଅଣ ଓଡିଆଙ୍କ ହାତକୁ ଟଙ୍କା ଯାଉଛି । ଓଡ଼ିଶାର କିନ୍ତୁ ବିକାଶ ହେଉନାହିଁ । ବିକାଶର ଅର୍ଥ ନୁହେଁ ମନ୍ଦିରର ବିକାଶ । ଏପରି ପ୍ରହେଳିକା କରି ଭୋଟ ଅକ୍ତିଆର କରିବା ପାଇଁ ରାଜନୀତି କରାଯାଉଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଓଡ଼ିଶାର ବିକାଶ ହେଉନାହିଁ । ଗ୍ରାମାଞ୍ଚଳରେ କିଛି ଆର୍ଥିକ କାରବାର ବଢୁଛି ସତ । କିନ୍ତୁ ବିକାଶର ଗାଡି ଆଗକୁ ଗଡୁନାହିଁ ।’’ ଏହା ଷଡଯନ୍ତ୍ର କରି କ୍ଷମତା ଦଖଲ ପାଇଁ କିଛି ଲୋକ ଉଦ୍ୟମ କରୁଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି ।

ଅଧିକ ପଢନ୍ତୁ- Ama Odisha Naveen Odisha Launches: ପୁରୀ ପାଇଁ ୧୩୪ ଓ ନୟାଗଡ ପାଇଁ ୯୭ କୋଟି

ସେପଟେ ଆମ ଓଡିଶା ନବୀନ ଓଡିଶା ଯୋଜନାକୁ ବିରୋଧୀଙ୍କ ଶାଣିତ ସମାଲୋଚନା ପରେ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି ଜବାବ ରଖିଛନ୍ତି । ପ୍ରଶାନ୍ତ କହିଛନ୍ତି ନବୀନ ପଟ୍ଟନାୟକ ଯେବେଠାରୁ ମୁଖ୍ୟମନ୍ତ୍ରୀ ହେଲେଣି ତାଙ୍କର ପ୍ରଥମ ମୁଦ୍ଦା ହେଉଛି ଓଡିଶାର ବିକାଶ । ଯେତେବେଳେ ବିକାଶର ମୁ୍ଦ୍ଦା ଆସେ ଲୋକମାନେ ଆପେ ଆପେ ସାମିଲ ହୁଅନ୍ତି ଓ ଏହାକୁ ଗ୍ରହଣ କରନ୍ତି । ଯେଉଁମାନେ ପ୍ରତିବନ୍ଧକ ସୃଷ୍ଟି କରନ୍ତି ଲୋକମାନେ ସେମାନଙ୍କୁ ପ୍ରତ୍ୟାଖାନ କରନ୍ତି । ଆମ ଓଡିଶା ନବୀନ ଓଡିଶାରେ ବହୁ ଅର୍ଥର ବ୍ୟବସ୍ଥା ହୋଇଛି ଯାହା ଫଳରେ ତୃଣମୂଳସ୍ତରରେ ଲୋକଙ୍କ ଆଶା ପୂରଣ ହୋଇପାରୁଛି । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ହୋଇପାରୁଛି । ଲୋକମାନଙ୍କ ହୃଦୟକୁ ଛୁଇଁବା ଭଳି ଯୋଜନା । ଯିଏ ବିରୋଧ କରିବ ସେ ଲୋକମାନଙ୍କର ବିରୋଧର ସମ୍ମୁଖୀନ ହେବ ।

ଅନ୍ୟପଟେ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ଆମ ଓଡିଶା ନବୀନ ଓଡିଶା ମାନେ କଣ ଏକ ନୂଆ ଓଡିଶା ? ନୂଆ ଓଡିଶା କହିବା ଅର୍ଥ କଣ ପ୍ଲେସ ଅଫ ଓ୍ବରସିପକୁ ଅର୍ଥାତ ଗାଁ ମନ୍ଦିରକୁ ଗୁରୁତ୍ବ ଦେବା । ଏମିତି କରିବା ପଛରେ କଣ ରହିଛି ଉଦ୍ଦେଶ୍ୟ । ଗାଁ ମନ୍ଦିରର ଉନ୍ନତିକରଣ କରି ଆରଏସଏସର ଚିନ୍ତାଧାରାକୁ ସୁଦୃଢ କରୁଛନ୍ତି କି ସରକାର । କାରଣ ଆରଏସଏସ ଦେଶର ମଠ ମନ୍ଦିର ସଂସ୍କୃତିର ସୁରକ୍ଷାକୁ ଗୁରୁତ୍ବ ଦେଇ ଆସୁଛି । ଓଡିଶାରେ ଆରଏସଏସ ପାଇଁ ଭବିଷ୍ୟତ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି। ଏଥିରେ ବିଜେପି ଖୁସି ହେବ ।"

ଗତ ଅକ୍ଟୋବର ମାସରେ ଶୁଭାରମ୍ଭ ହୋଇଥିବା ଆମ ଓଡିଶା ନବୀନ ଓଡିଶାରେ ପ୍ରାୟ 4 ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର । ଯୋଜନା ମାଧ୍ୟମରେ ରାଜ୍ୟର ମଠ ମନ୍ଦିର ବିଭିନ୍ନ ସମ୍ପ୍ରଦାୟର ଧାର୍ମିକ ସ୍ଥଳୀ, ଗାଁ ପୂଜାସ୍ଥଳି ସମେତ ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯାଉଛି । ଯେଉଁଥିପାଇଁ ପ୍ରତି ପଞ୍ଚାୟତକୁ 50 ଲକ୍ଷ ଆର୍ଥିକ ଅନୁଦାନ ଦିଆଯାଉଛି । ହେଲେ ଯୋଜନାକୁ ନେଇ ପ୍ରାରମ୍ଭରୁ ବିବାଦ ରହିଆସିଛି । ଏପରି ସ୍ଥିତିରେ ପୁଣି ଥରେ ଏହି ଯୋଜନାକୁ ନେଇ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏପିରି ସ୍ଥିତି ଦେଖିବାର କଥା ଏହି ଯୋଜନା ଶାସକ ନା ବିରୋଧୀ କାହାକୁ ରାଜନୈତିକ ଫାଇଦା ଦେଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 7, 2023, 3:41 PM IST

ABOUT THE AUTHOR

...view details