ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । 3 ଅଧିକାରୀଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ସହ ବଦଳି ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅନ୍ୟ ଅଧିକାରୀଙ୍କ ଜିଲ୍ଲା ଅଦଳବଦଳ କରାଯାଇଛି । ଏନେଇ ସାଧାରଣ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, 2009 ବ୍ୟାଚର 3 ଅଫିସର ଅଖିଳେଶ୍ୱର ସିଂହ, ବ୍ରିଜେଶ କୁମାର ରାୟ ଓ ଚରଣ ସିଂ ମୀନାଙ୍କୁ ଡିଆଇଜି ଭାବେ ପଦୋନ୍ନତି ସହିତ ବଦଳି କରାଯାଇଛି । ଜଗତସିଂହପୁର ଏସପି ଥିବା ଅଖିଳେଶ୍ୱର ସିଂହଙ୍କୁ ଡିଆଇଜି SAP, ଗଞ୍ଜାମ ଏସପି ଥିବା ବ୍ରିଜେଶ କୁମାର ରାୟଙ୍କୁ ଡିଆଇଜି ଅନୁଗୋଳ, ଚରଣ ସିଂହ ମୀନାଙ୍କୁ ଅଗ୍ନିଶମ ଏବଂ ହୋମଗାର୍ଡ ଡିଆଇଜି ଭାବେ ବଦଳି କରାଯାଇଛି । ସେହିପରି 2012 ବ୍ୟାଚର ବାଲେଶ୍ଵର ଏସପି ଥିବା ସୁଧାଂଶୁ ଶେଖର ମିଶ୍ରଙ୍କୁ ଏସପି ଅନୁଗୋଳ, ଯାଜପୁର ଏସପି ଥିବା 2013 ବ୍ୟାଚର ରାହୁଲ ପିଆରଙ୍କୁ ଏସପି ଜଗତସିଂହପୁର, ଅନୁଗୋଳ ଏସପି ଥିବା 2013 ବ୍ୟାଚର ଜଗମୋହନ ମୀନାଙ୍କୁ ଗଞ୍ଜାମ ଏସପି, ଢେଙ୍କାନାଳ ଏସପି ଥିବା 2013 ବ୍ୟାଚର ଆଇ ଦିବ୍ୟାଙ୍କୁ ଭିଜିଲାନ୍ସ ଏସପି ଭାବେ ବଦଳି କରାଯାଇଛି ।