ଓଡିଶା

odisha

By

Published : Aug 13, 2022, 6:41 AM IST

ETV Bharat / state

ଅନ୍ତଃରାଜ୍ୟ ହାତୀଦାନ୍ତ ଚୋରା ଚାଲାଣକାରୀ ଗିରଫ

ଅନ୍ତଃରାଜ୍ୟ ହାତୀଦାନ୍ତ ଚୋରା ଚାଲାଣ ବେଳେ ଜଣକୁ ଗିରଫ କଲା ପୋଲିସ । ଅଧିକ ପଢ଼ନ୍ତୁ

interstate ivory smuggler arrested by police in khordha
ଅନ୍ତଃରାଜ୍ୟ ହାତୀଦାନ୍ତ ଚୋରା ଚାଲାଣକାରୀ ଗିରଫ

ଖୋର୍ଦ୍ଧା: ବିଭିନ୍ନ ରାଜ୍ୟକୁ ହେଉଥିଲା ହାତୀଦାନ୍ତ ଚୋରା ଚାଲାଣ, ମାଡ଼ି ବସିଲା ପୋଲିସ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ପାରିକ୍ଷେତା ଅଞ୍ଚଳରୁ ହାତୀଦାନ୍ତ ଚୋରା ଚାଲାଣ ଘଟଣାରେ ଜଣକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ପାରିକ୍ଷେତା ଗ୍ରାମର ଶେଖ ରଜାକ ବୋଲି ଜଣାପଡ଼ିଛି ।

ଅଭିଯୁକ୍ତକୁ ଧରିବା ପାଇଁ ଖୋର୍ଦ୍ଧା ଏସପି ଓ ଡ଼ିଏଫଓଙ୍କ ତତ୍ବାବଧାନରେ ଏକ ସ୍ପେଶାଲ ଟିମ ଗଠନ କରାଯାଇଥିଲା । ଯେଉଁଥିରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ରଶ୍ମିରଞ୍ଜନ ଦାସ, ରଣପୁର ରେଞ୍ଜର ସୁବ୍ରତ ବେହେରା, ଖୋର୍ଦ୍ଧା ରେଞ୍ଜର ଜୟକୃଷ୍ଣ ପଣ୍ଡା ଏବଂ ଏପିଆର ଫୋର୍ସ ଆଦି ସାମିଲ ଥିଲେ । ପୋଲିସ ସୂଚନା ମୁତବକ, ଶେଖ ରଜାକ ଆଠଗଡ ଅଞ୍ଚଳର ହାତୀ ଶିକାରରେ ସମ୍ପୃକ୍ତ ଥିଲା ଏବଂ ହାତୀ ଦାନ୍ତକୁ କୋଲକତାରେ ବିକ୍ରି କରୁଥିଲା । ଏହି ପରିପ୍ରେକ୍ଷୀରେ ପ୍ରାଥମିକ ପର୍ଯ୍ୟାୟରେ ଉକ୍ତ ରାକେଟର ପର୍ଦ୍ଦାଫାସ କରିବା ସହ ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଟିମ ଜାଲ ବିଛାଇଥିଲା ।

ପାରିକ୍ଷେତା ଗ୍ରାମରେ ଚଢ଼ାଉ କରି ଅଭିଯୁକ୍ତ ରଜାକକୁ କାବୁ କରିଥିଲା ପୋଲିସ । ରଜାକର ସମର୍ଥକମାନେ ବହୁ ସଂଖ୍ୟାରେ ଆସି ବିରୋଧ କରିବାରୁ ଏହାର ସୁଯୋଗ ନେଇ ରଜାକ ସେଠାରୁ ଖସି ପଳାଇବାରେ ସମର୍ଥ ହୋଇଥିଲା । ଏହାପରେ ସ୍ପେଶାଲ ଟିମ ପୁନର୍ବାର ରାତିତମାମ ଛଦ୍ମବେଶରେ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଶେଷରେ ରଜାକକୁ ଗିରଫ କରି ବେଗୁନିଆ ଥାନାରେ ଜିମା ଦେଇଥିଲା । ତେବେ ଅଭିଯୁକ୍ତକୁ ଆଠଗଡ ବନବିଭାଗକୁ ହସ୍ତାନ୍ତର କରାଯାଇଥିବା ନେଇ ଖୋର୍ଦ୍ଧା ଏସିଏଫ ଗୋବିନ୍ଦ ଚନ୍ଦ୍ର ବିଶ୍ବାଳ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

For All Latest Updates

ABOUT THE AUTHOR

...view details