ଓଡିଶା

odisha

ETV Bharat / state

ସ୍ବାସ୍ଥ୍ୟ ସମସ୍ୟା ପାଇଁ ଅଧାରେ ରହିଲା ଜେରା - ଗଣମାଧ୍ୟମ ସଂସ୍ଥାର ଏମଡିଙ୍କୁ ଜେରା କଲା ଖୋର୍ଦ୍ଧା ପୋଲିସ

ଘରୋଇ ଗଣମାଧ୍ୟମ ସଂସ୍ଥାର ଏମ୍ଡ଼ି, ତାଙ୍କ ବାପା ଓ ଭାଇଙ୍କୁ ଜାତିଗତ ଆକ୍ଷେପ କରିବା,ଜମିକୁ ରାସ୍ତା ନଛାଡିବା ଓ ଧମକଚମକ ଦେବା ଅଭିଯୋଗରେ ପୋଲିସ ଜେରା କରିଛି । ତେବେ ସ୍ବାସ୍ଥ୍ୟ ସମସ୍ୟା କାରଣରୁ ଅଧାରୁ ଜେରା ବନ୍ଦ କରିଥିବା ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟ ସମସ୍ୟା ପାଇଁ ଅଧାରେ ଗଣମାଧ୍ୟମ ସଂସ୍ଥାର ଏମଡିଙ୍କୁ ଜେରା
ସ୍ବାସ୍ଥ୍ୟ ସମସ୍ୟା ପାଇଁ ଅଧାରେ ଗଣମାଧ୍ୟମ ସଂସ୍ଥାର ଏମଡିଙ୍କୁ ଜେରା

By

Published : Oct 16, 2020, 1:31 PM IST

ଖୋର୍ଦ୍ଧା: ଘରୋଇ ଗଣମାଧ୍ୟମ ସଂସ୍ଥାର ଏମଡ଼ି ଓ ତାଙ୍କ ପରିବାରକୁ ଶୁକ୍ରବାର ଜେରା ସମୟରେ ଜଣେ ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟଗତ କାରଣରୁ ଜେରାକୁ ବନ୍ଦ କରିଛି ପୋଲିସ । ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ।

ସ୍ବାସ୍ଥ୍ୟ ସମସ୍ୟା ପାଇଁ ଅଧାରେ ଗଣମାଧ୍ୟମ ସଂସ୍ଥାର ଏମଡିଙ୍କୁ ଜେରା

ଜାତିଗତ ଆକ୍ଷେପ କରିବା,ଜମିକୁ ରାସ୍ତା ନଛାଡିବା ଓ ଧମକଚମକ ଦେବା ଅଭିଯୋଗରେ ଘରୋଇ ଗଣମାଧ୍ୟମ ସଂସ୍ଥାର ଏମ୍ଡ଼ି, ତାଙ୍କ ବାପା ଓ ଭାଇଙ୍କୁ ପୋଲିସ ଜେରା କରିଛି । ତେବେ ଏହି ଅଭିଯୁକ୍ତମାନେ ହେଉଛନ୍ତି ସାରୁଅ ଗ୍ରାମର ସନାତନ ପାହାଡ଼ସିଂ ଓ ହୁଲାରି ପାହାଡସିଂ । ଖୋର୍ଦ୍ଧା ଏସଡିପିଓଙ୍କ ନେତୃତ୍ବରେ ଏକ ଟିମ ସଂସ୍ଥାର ଷ୍ଟୁଡିଓରେ ରହୁଥିବା ଏମଡିଙ୍କ ବାପାଙ୍କୁ ଜେରା କରିଛି ।

ମିଳିଥିବା ସୂଚନା ଅନୁସାରେ ଗତକାଲି ଅଭିଯୁକ୍ତମାନେ ତଦନ୍ତରେ ପୋଲିସକୁ ସହଯୋଗ କରିନଥିବା ବେଳେ ଆଜି ସହଯୋଗ କରିଛନ୍ତି । କିନ୍ତୁ ସ୍ବାସ୍ଥ୍ୟ ସମସ୍ୟା କାରଣରୁ ଅଧାରୁ ଜେରା ବନ୍ଦ କରିଥିବା ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details