ଓଡିଶା

odisha

By

Published : Feb 13, 2023, 7:26 PM IST

ETV Bharat / state

ପୁରୁଣା ସ୍ମ୍ରୁତିକୁ ଉଜ୍ଜିବୀତ କରୁଛି ରେଡିଓ ମେଳା

ଭଞ୍ଜ କଳାମଣ୍ଡପରେ ତିନି ଦିନିଆ ‘ଅନ୍ତର୍ଜାତୀୟ ରେଡିଓ ମେଳା’ ଆରମ୍ଭ ହୋଇଯାଇଛି । ଲୋକଙ୍କ ସହ ରେଡ଼ିଓର ସମ୍ପର୍କକୁ ରେଡିଓ ମେଳା ଅଧିକ ସୁଦୃଢ଼ କରୁଛି। ଏହି ମେଳା ରେଡିଓ‌ପ୍ରେମୀଙ୍କ ପାଇଁ ପ୍ରେରଣା ସାଜିଛି। ଅଧିକ ପଢ଼ନ୍ତୁ radiofair

ରେଡିଓ ମେଳା-2023
ରେଡିଓ ମେଳା-2023

ରେଡିଓ ମେଳା-2023

ଭୁବନେଶ୍ବର: ଆଉଟରିଚ୍‌ ପକ୍ଷରୁ ଭଞ୍ଜ କଳାମଣ୍ଡପରେ ତିନିଦିନିଆ ‘ନବମ ଆଉଟରିଚ୍‌ ଅନ୍ତର୍ଜାତୀୟ ରେଡିଓ ମେଳା’ ଆରମ୍ଭ ହୋଇଯାଇଛି । ମେଳାରେ ୩୭ଟି ଷ୍ଟଲ୍‌ରେ ଦେଶବିଦେଶରୁ ପ୍ରାୟ ୩ ହଜାରରୁ ଅଧିକ ନୂଆ ପୁରୁଣା ରେଡିଓ, ଗ୍ରାମୋଫୋନ୍‌ ପ୍ରଦର୍ଶିତ ହୋଇଛି । ଏଥିସହ ଦିଲ୍ଲୀର ବ୍ରଡକାଷ୍ଟ ଇଞ୍ଜିନିୟରିଂ କନ୍ସଲଟାଣ୍ଟସ୍‌ ଇଣ୍ଡିଆ ଲିମିଟେଡ୍‌, ରେଡିଓ ଟ୍ରାନ୍ସମିଟର୍‌ ଏବଂ ରେଡିଓ ଯନ୍ତ୍ରପାତି ମଧ୍ୟ ପ୍ରଦର୍ଶିତ କରାଯାଉଛି । ଲୋକଙ୍କ ସହ ରେଡ଼ିଓର ସମ୍ପର୍କକୁ ରେଡିଓ ମେଳା ଅଧିକ ସୁଦୃଢ଼ କରୁଛି । ଏହି ମେଳା ରେଡିଓ‌ପ୍ରେମୀଙ୍କ ପାଇଁ ପ୍ରେରଣା ସାଜିଛି ।

ଆଧୁନିକତାର ଛାପରେ ବା ନୂତନତାର ଉଦ୍ଭାବନରେ ଧୀରେଧୀରେ ମଣିଷ ପ୍ରଥମ ମନୋରଞ୍ଜନର ମାଧ୍ୟମ ସାଜିଥିବା ଜିନିଷକୁ ଭୁଲିଯାଉଛନ୍ତି । ଆଉ ଏହି ଭୁଲିବା ଭିତରେ ଲୋକଙ୍କ ମାନସପଟରୁ ବୋଧ ହୁଏ ରେଡିଓ ସହ ଥିବା ସ୍ମୃତି ହଜିଯାଉଛି । ତେଣୁ ଏହି ପୁରୁଣା ସ୍ମୁତିକୁ ତାଜା କରିବା ପାଇଁ ଏହି ମେଳା ରେଡିଓ‌ ପ୍ରେମୀଙ୍କ ପାଇଁ ପ୍ରେରଣା ସାଜିଥିବା ବେଳେ ଆମ ସମସ୍ତଙ୍କୁ ରେଡ଼ିଓର ପ୍ରାସଙ୍ଗିକତା ପୁଣି ଥରେ ମନେ ପକାଇ ଦେଇଛି ।

ସୂଚନା ହେଉ ଅବା ମନୋରଞ୍ଜନ, ରେଡିଓ ହିଁ ସବୁ ସମୟରେ ମଣିଷ ସାଥିରେ ଥାଏ । ବିପର୍ଯ୍ୟୟ ସମୟରେ ଯେ‌‌ତେବେଳେ ଅନ୍ୟ ମାଧ୍ୟମ ସବୁ ବନ୍ଦ ହୋଇଯାଆନ୍ତି, ସେତେବେଳେ ରେଡିଓ ହିଁ ଜୀବନ ବଞ୍ଚାଇବାର ମାଧ୍ୟମ ସାଜିଥାଏ । ତେଣୁ ଭୁବନେଶ୍ୱର ଚାଲୁଥିବା ଏହି ରେଡ଼ିଓ ମେଳାରେ ପୁରୁଣା ସ୍ମୃତିକୁ ଟିକିଏ ଉଜ୍ଜିବୀତ କରାଯାଉଛି । ଛୋଟ ପିଲାଠାରୁ ଆରମ୍ଭ କରି ସବୁ ବର୍ଗର ଲୋକେ ଏଠାକୁ ବୁଲିବାକୁ ଆସୁଛନ୍ତି । ଚିକ୍‌ମିକ୍‌ ଆଲୋକ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଖାଦ୍ୟର ମଜା ଉଠାଉଛନ୍ତି ରାଜଧାନୀବାସୀ ।

ରେଡିଓ ମେଳାର ଦ୍ୱିତୀୟ ଦିନରେ ଜାମୁ କାଶ୍ମୀରର ରେଡ଼ିଓ ରେଡ଼ିଓ ପିର ପଞ୍ଜଲ ଯୋଗ ଦେଇଥିଲେ । ସୀମାନ୍ତରେ ରହି ଭାରତର ସେନା ବାହିନୀ ପାଇଁ କାର୍ଯ୍ୟ କରିଥାନ୍ତି ବା ସମ୍ବାଦ ପରିବେଷଣ କରିଥାଆନ୍ତି । ମେଳାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲେ ଆରଜେ ଫୈଜା । ଫୈଜା ରେଡିଓ ପିର ପଞ୍ଜଲର ୨୨ଟି ଷ୍ଟେସନର ଏକମାତ୍ର ମହିଳା ଆରଜେ ଭାବେ କାର୍ଯ୍ୟକରନ୍ତି ।

ଏହାଛଡା ଜରୁରୀକାଳୀନ ପରିସ୍ଥିତିରେ ରେଡିଓର ଭୂମିକାକୁ ପ୍ରଦର୍ଶିତ କରିବା ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ଏକ ସ୍ୱତନ୍ତ୍ର ଷ୍ଟଲ ଖୋଲିଛି । ମେଳାରେ ସ୍କୁଲ କଲେଜ ଛାତ୍ରଛାତ୍ରୀମାନେ ନୃତ୍ୟ, ଗୀତ, ଫ୍ୟାସନ ସୋ', ସମ୍ବାଦ ପଠନ ଏବଂ ଆରଜେଇଂରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି । ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ। ପ୍ରତିଯୋଗିତା ପାଇଁ ଛାତ୍ରଛାତ୍ରୀ ଅନଲାଇନ ଏବଂ ସ୍ପଟ୍ ମାଧ୍ୟମରେ ପଞ୍ଜୀକରଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details