ଓଡିଶା

odisha

ETV Bharat / state

ପୂର୍ବୋତ୍ତର ଭାରତ ସହ ଇଷ୍ଟର୍ଣ୍ଣ ୱାର୍ଲଡକୁ ମଜବୁତ କରିବା ପାଇଁ ପଡିବ: ଧର୍ମେନ୍ଦ୍ର ପ୍ରଧାନ - ଫୋକସରେ ପୁର୍ବୋଦୟ

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତୀୟ ଶିଳ୍ପ ମହାସଂଘ ଏନର୍ଜି ଫୋରମ ଇଣ୍ଡିଆ ଉଦ୍ୟମରେ ଏହି ସମ୍ମିଳନୀ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ଭାରତର ବୈଦେଶିକ ନୀତିରେ ଯୋଗାଯୋଗକୁ ଗୁରୁତ୍ବ, ବାଣିଜ୍ୟରେ ପରିବହନ ଏବଂ ଶକ୍ତି କରିଡରର ଭୂମିକା ଏବଂ ସମ୍ଭାବ୍ୟ ଅଣପାରମ୍ପରିକ ସୁରକ୍ଷା ବିପଦର ମୁକାବିଲା ଭଳି ପ୍ରମୁଖ ବିଷୟବସ୍ତୁ ଉପରେ ଭାରତ ଏବଂ ଏହାର ପଡ଼ୋଶୀ ରାଜ୍ୟର ନୀତି ନିର୍ଦ୍ଧାରକ, ଶିକ୍ଷାବିତ ଏବଂ ବ୍ୟାବସାୟିକ ସଂସ୍ଥାମାନଙ୍କ ମଧ୍ୟରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ

Dharmendra Pradhan In UAE: ‘ଭାରତ ୟୁଏଇ ଦ୍ବିପାକ୍ଷିକ ସମ୍ପର୍କର ଶକ୍ତିଶାଳୀ ସ୍ତମ୍ଭ ହେବ ଶିକ୍ଷା’   କେନ୍ଦ୍ରମନ୍ତ୍ରୀ ୟୁଏଇର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶେଖ ଅବଦୁଲ୍ଲା ବିନ ଜାୟେଦଙ୍କ ସହ ଭାରତ ଓ ୟୁଏଇ ମଧ୍ୟରେ ବହୁମୁଖୀ ସହଭାଗୀତାକୁ ଅଧିକ ଶକ୍ତିଶାଳୀ କରିବା ସହ ଭାଗିଦାରୀକୁ ଆଗେଇ ନେବା ଉପରେ ଆଲୋଚନା କରିଥିଲେ । ଆବୁଧାବୀରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ପ୍ରତିଷ୍ଠା ସହ ୟୁଏଇରେ ରହୁଥିବା ଭାରତୀୟଙ୍କୁ ସହଯୋଗ ପ୍ରଦାନ କରୁଥିବାରୁ  କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । ଅଧିକ ପଢନ୍ତୁ  Read more at: https://www.etvbharat.com/oriya/odisha/bharat/union-education-minister-dharmendra-pradhan-meets-minister-of-foreign-affairs-uae-in-abu-dhabi/or20231102204228916916029
Dharmendra Pradhan In UAE: ‘ଭାରତ ୟୁଏଇ ଦ୍ବିପାକ୍ଷିକ ସମ୍ପର୍କର ଶକ୍ତିଶାଳୀ ସ୍ତମ୍ଭ ହେବ ଶିକ୍ଷା’ କେନ୍ଦ୍ରମନ୍ତ୍ରୀ ୟୁଏଇର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶେଖ ଅବଦୁଲ୍ଲା ବିନ ଜାୟେଦଙ୍କ ସହ ଭାରତ ଓ ୟୁଏଇ ମଧ୍ୟରେ ବହୁମୁଖୀ ସହଭାଗୀତାକୁ ଅଧିକ ଶକ୍ତିଶାଳୀ କରିବା ସହ ଭାଗିଦାରୀକୁ ଆଗେଇ ନେବା ଉପରେ ଆଲୋଚନା କରିଥିଲେ । ଆବୁଧାବୀରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ପ୍ରତିଷ୍ଠା ସହ ୟୁଏଇରେ ରହୁଥିବା ଭାରତୀୟଙ୍କୁ ସହଯୋଗ ପ୍ରଦାନ କରୁଥିବାରୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । ଅଧିକ ପଢନ୍ତୁ Read more at: https://www.etvbharat.com/oriya/odisha/bharat/union-education-minister-dharmendra-pradhan-meets-minister-of-foreign-affairs-uae-in-abu-dhabi/or20231102204228916916029

By ETV Bharat Odisha Team

Published : Dec 2, 2023, 7:47 PM IST

ଭୁବନେଶ୍ବର: ଫୋକସରେ ପୁର୍ବୋଦୟ । ଭୁବନେଶ୍ବରରେ ପୂର୍ବୋଦୟକୁ ନେଇ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ। ଯୋଗ ଦେଇଛନ୍ତି ବିଭିନ୍ନ ଦେଶ ଏବଂ ରାଜ୍ୟର ପ୍ରତିନିଧୀ। ପୂର୍ବୋଦୟ ସମ୍ଭାବନା ଆଞ୍ଚଳିକ ଯୋଗାଯୋଗ ଉପରେ ପ୍ରତିଫଳନକୁ ନେଇ ପ୍ରସ୍ତୁତ ହେଉଛି ରୋଡ ମ୍ୟାପ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତୀୟ ଶିଳ୍ପ ମହାସଂଘ ଏନର୍ଜି ଫୋରମ ଇଣ୍ଡିଆ ଉଦ୍ୟମରେ ଏହି ସମ୍ମିଳନୀ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ଭାରତର ବୈଦେଶିକ ନୀତିରେ ଯୋଗାଯୋଗକୁ ଗୁରୁତ୍ବ, ବାଣିଜ୍ୟରେ ପରିବହନ ଏବଂ ଶକ୍ତି କରିଡରର ଭୂମିକା ଏବଂ ସମ୍ଭାବ୍ୟ ଅଣପାରମ୍ପରିକ ସୁରକ୍ଷା ବିପଦର ମୁକାବିଲା ଭଳି ପ୍ରମୁଖ ବିଷୟବସ୍ତୁ ଉପରେ ଭାରତ ଏବଂ ଏହାର ପଡ଼ୋଶୀ ରାଜ୍ୟର ନୀତି ନିର୍ଦ୍ଧାରକ, ଶିକ୍ଷାବିତ ଏବଂ ବ୍ୟାବସାୟିକ ସଂସ୍ଥାମାନଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ଅଧିକ ପଢନ୍ତୁ- Dharmendra Pradhan In UAE: ‘ଭାରତ ୟୁଏଇ ଦ୍ବିପାକ୍ଷିକ ସମ୍ପର୍କର ଶକ୍ତିଶାଳୀ ସ୍ତମ୍ଭ ହେବ ଶିକ୍ଷା’

ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବିଶ୍ବର 800 କୋଟି ଜନସଂଖ୍ୟା ଭିତରୁ ପାଖାପାଖି 10 କୋଟି ଲୋକ ଏ ଅଞ୍ଚଳରେ ରୁହନ୍ତି । ଏ ଅଞ୍ଚଳ ଅର୍ଥାତ ବନାରସର ତଳକୁ ରେଙ୍ଗୁନ ପର୍ଯ୍ୟନ୍ତ ପୂର୍ବ ଭାରତ, ଉତ୍ତର-ପୂର୍ବ ଭାରତ, ନେପାଳ, ଭୁଟାନ, ମିଆଁମାର ଓ ବାଂଲାଦେଶକୁ ମିଶାଇଲେ ସାଂସ୍କୃତିକ ଅବଧାରଣା ଗୋଟିଏ ପ୍ରକାର । ଏଅଞ୍ଚଳର ଲୋକ ମାନଙ୍କର କ୍ଷମତାର କୌଣସି ଅଭାବ ନାହିଁ । ଏ ସବୁର ବିକାଶ ଭାରତ ଦେଇ ହିଁ ହେବ । ଏ ଅଞ୍ଚଳର ବନ୍ଦର ଯୋଗାଯୋଗ, ଇଣ୍ଟେଲେକ୍ଚୁଆଲ ନେଟୱର୍କିଂ, ରିସୋର୍ସ ମ୍ୟାନେଜମେଣ୍ଟ ସହ ବିଶ୍ବର ଅନ୍ୟ ଅଞ୍ଚଳକୁ ଯୋଡ଼ି ହେବାର ରାସ୍ତା ଭାରତ ଦେଇକି ଅଛି । ଏଥିରେ ସମସ୍ତଙ୍କର ସହମତି ମଧ୍ୟ ଅଛି । ମୋଦିଙ୍କ ନେତୃତ୍ବରେ ପଡୋଶୀ ଦେଶ ମାନଙ୍କ ସହ ଉତ୍ତମ ସମ୍ପର୍କ ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଆକ୍ଟ ଇଷ୍ଟର ଯୁଗ ଆରମ୍ଭ ହୋଇଛି । ଭାରତକୁ ବିକଶିତ କରିବା ପାଇଁ ପୂର୍ବ ଭାରତ, ପୂର୍ବୋତ୍ତର ଭାରତ ଏବଂ ଇଷ୍ଟର୍ଣ୍ଣ ୱାର୍ଲଡକୁ ମଜବୁତ କରିବା ପାଇଁ ପଡ଼ିବ । ଗ୍ଲୋବାଲ ସାଉଥରେ ଜି -20 ସମ୍ମିଳନୀ ଅବସରରେ ଏହାକୁ ନେଇ ପ୍ରଧାନମନ୍ତ୍ରୀ କଳ୍ପନା କରିଥିଲେ । ସେହି ବିତର୍କକୁ ଆଗକୁ ନେବା ପାଇଁ ଏହି ସମ୍ମିଳନୀର ଆୟୋଜନ କରାଯାଇଛି । ଏଅଞ୍ଚଳର ସମ୍ଭାବନା ହିମାଳୟ ଠାରୁ ବି ବଡ଼ । ଏଅଞ୍ଚଳ ପରିଶ୍ରମୀ ଲୋକ ମାନେ ଅତୀତରେ ବଡ଼ ବଡ଼ କୀର୍ତ୍ତି ସ୍ଥାପନ କରିଛନ୍ତି ।

ସେହିପରି କାର୍ଯ୍ୟକ୍ରମରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକ୍ଟ ଇଷ୍ଟ୍ ପଲିସି ସହ ଏହି ସମ୍ମିଳନୀର ସମ୍ପର୍କ ରହିଛି । ଏହା ଭାରତ ଏବଂ ପୂର୍ବ ଏସିଆର ଦେଶ ମାନଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି କରିବାରେ ସହାୟକ ହେବ । ପୂର୍ବୋଦୟର କଳ୍ପନା ସହ ମଧ୍ୟ ଗଭୀର ସମ୍ପର୍କ ରହିଛି । ଏହାଦ୍ବାରା ଆଗମୀ ଦିନରେ ଏଅଞ୍ଚଳର ବିକାଶ ପାଇଁ ଏକ ରୋଡ ମ୍ୟାପ ପ୍ରସ୍ତୁତ କରିବାରେ ସହାୟକ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details