ଖୁବଶୀଘ୍ର ରିଲିଜ ହେବ ଓଡ଼ିଆ ଫିଲ୍ମ ତେଜସ୍ୱିନୀ ଭୁବନେଶ୍ବର:ଖୁବଶୀଘ୍ର ବଡ଼ ପରଦାକୁ ଆସିବ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଓଡ଼ିଆ ଚଳଚିତ୍ର ତେଜସ୍ୱନୀ । ସିନେମାଟି ସେବା ପାଇଁ ରାଷ୍ଟପତି ପୁରସ୍କାର ପାଇଛି ଫିଲ୍ମ । ଏହି ଫିଲ୍ମ ଗଞ୍ଜାମ ଜିଲ୍ଲାର କେ କ୍ରୀଷ୍ଣା କୁମାରୀଙ୍କ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ଏହି ସିନେମାଟି ୪୨ଟି ଦେଶର ବିଭିନ୍ନ ଭାଗରେ ପଦର୍ଶିତ ହୋଇସାରିଥିବା ବେଳେ ୫ଟି ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ନିଜ ଖାତାରେ ସାମିଲ କରିଛି ।
ଅଧିକ ପଢନ୍ତୁ: ଅଗଷ୍ଟ ୪ରେ ପରଦାକୁ ଆସିବ ମହର୍ଷି, ବଖାଣିବ ଜୟୀ ରାଜଗୁରୁଙ୍କ ବୀରତ୍ବର ଗାଥା
ବର୍ତ୍ତମାନ ଏହି ଓଡ଼ିଆ ସିନେମା ଆସନ୍ତା ମାସରେ ଓଡ଼ିଶାର ବଡ ପରଦାରେ ଆସିବାକୁ ଯାଉଛି । ଏଥିରେ ମୁଖ୍ୟ ଚରିତ୍ରରେ ଅଭିନେତ୍ରୀ ସୁଶ୍ରୀ ରଥଙ୍କୁ ଦେଖିବାକୁ ମିଳିବ । ଅନ୍ୟ ଭୂମିକାରେ ଅଭିନେତା କୁନା ତ୍ରିପାଠୀ ରବି ମିଶ୍ର ଜୀବନ ପଣ୍ଡା ପଲ୍ଲବୀ ଓ ଜୟଲକ୍ଷ୍ମୀଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଜୟଲକ୍ଷ୍ମୀ ମିଶ୍ର ପ୍ରଯୋଜିତ କୁନାଲ ପଟ୍ଟନାୟକ ନିର୍ଦେଶିତ ଏହି ସିନେମାଟି ଓଡ଼ିଶାର ମୌଳିକ କଥାବସ୍ତୁ ବା ଓଡ଼ିଶା ଝିଅର କାହାଣୀ ହୋଇଥିବା ବେଳେ ପ୍ରତିଟି ଓଡ଼ିଆ ଦର୍ଶକଙ୍କୁ ଭଲ ଲାଗିବ ବୋଲି ନିର୍ଦ୍ଦେଶକ କହିଛନ୍ତି ।
ଅଧିକ ପଢନ୍ତୁ: ପୁଣି ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ ଶଙ୍କର, ରିଲିଜ ହେଲା ଅଡ଼ିଓ ଏବଂ ପୋଷ୍ଟର
କେ କ୍ରୀଷ୍ଣା କୁମାରୀ ହେଉଛନ୍ତି, ଅନବରତ ସ୍ୱାସ୍ଥ୍ୟ ସେବା ଯୋଗାଇବା କ୍ଷେତ୍ରରେ ୨୦୧୭ ମସିହାରେ ରାଷ୍ଟ୍ରପତିଙ୍କଠାରୁ ଶ୍ରେଷ୍ଠ ସେବିକା ଭାବେ ସମ୍ମାନ ପାଇଥିବା ନର୍ସ । ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡିର ବାସିନ୍ଦା ହେଉଛନ୍ତି କେ କୃଷ୍ଣ କୁମାରୀ । କୁକୁଡ଼ାଖଣ୍ଡିର ନାଇଟଆଙ୍ଗଲ ବା ଆକା ଭାବେ ତାଙ୍କର ନିସ୍ଵାର୍ଥପର ସେବା ପାଇଁ ସେ ବେଶ ପରିଚିତ । କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେ ନର୍ସ ଭାବେ କାର୍ଯ୍ୟ କରୁଥିଲେ । ଆଉ ଏବେବି ସେ ସେଠାରେ ହିଁ ତାଙ୍କ କାର୍ଯ୍ୟ ଜାରି ରଖିଛନ୍ତି । ତେଣୁ ପ୍ରେରଣାଦାୟୀ ସେବିକା ଭାବରେ ତାଙ୍କ ଜୀବନକାହାଣୀ, ସଂଘର୍ଷ ଓ ସଫଳତାକୁ ନେଇ ପ୍ରସ୍ତୁତ ହୋଇଛି ଏହି ସିନେମା ‘ତେଜସ୍ୱିନୀ ଦି ରେଡିଆଣ୍ଟ୍’ ପ୍ରସ୍ତୁତ ହୋଇଛି । ତେବେ ସେ ପ୍ରଥମେ ଅଙ୍ଗନବାଡ଼ି କର୍ମୀ ଚାକିରି ପରେ ସମିତି ସଭ୍ୟ ଓ ପରେ ପରେ ଏଏନଏମ ପାସ କରି ସ୍ୱାସ୍ଥ୍ୟକର୍ମୀ ହୋଇଥିଲେ । ଆଉ 2000 ମସିହାଠାରୁ ସେ ଜଣେ ସେବିକା ଭାବେ ନିଯୁକ୍ତି ପାଇଁ ଆଜି ପର୍ଯ୍ୟନ୍ତ ନିଜର ସେବା କରି ଚାଲିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର