ଓଡିଶା

odisha

ETV Bharat / state

ରମାଦେବୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ମହିଳା ହକି ପ୍ରତିଯୋଗିତା ଉଦଘାଟନ

ହକିର ପ୍ରଚାର ଓ ପ୍ରସାର ପାଇଁ ରମାଦେବୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ମହିଳା ହକି ପ୍ରତିଯୋଗିତା ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

womens hockey championship
ମହିଳା ହକି ପ୍ରତିଯୋଗିତା ଉଦଘାଟନ

By

Published : Jan 5, 2023, 9:43 PM IST

womens hockey championship

ଭୁବନେଶ୍ବର: ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ବକପ । ଏହାର ପ୍ରଚାରପ୍ରସାର ପାଇଁ ସ୍କୁଲ୍‌, କଲେଜ ଏବଂ ବିଶ୍ଵବିଦ୍ୟାଳୟଗୁଡ଼ିକ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି କ୍ରମରେ ଆଜି ରମାଦେବୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ହକିର ପ୍ରଚାର ଓ ପ୍ରସାର ପାଇଁ ମହିଳା ହକି ପ୍ରତିଯୋଗିତା ଶୁଭାରମ୍ଭ ହୋଇଛି ।

ଏଥିରେ 9ଟି ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିଛନ୍ତି । ସମ୍ବଲପୁର ବିଶ୍ଵବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ, ଉତ୍କଳ ବିଶ୍ଵବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ବାରିପଦା ବିଶ୍ଵବିଦ୍ୟାଳୟ, ଫକୀର ମୋହନ ବିଶ୍ଵବିଦ୍ୟାଳୟ ଏବଂ କିଟ୍ ବିଶ୍ଵବିଦ୍ୟାଳୟ, ଅଂଶଗ୍ରହଣ କରିଛି । ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଉଦଘାଟିତ ହୋଇଛି ଇଣ୍ଟର ୟୁନିଭର୍ସିଟି ମହିଳା ହକି ଚମ୍ପିଆନସିପ୍‌ ।

ଗତକାଲି ଏହି ପ୍ରତିଯୋଗିତାର କିଛି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଆଜି ଆନୁଷ୍ଠାନିକ ଭାବରେ ଏହା ଉଦଘାଟିତ ହୋଇଛି । ଆସନ୍ତା କାଲି ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‌ ଖେଳାଯିବ ।

ଜାନୁଆରୀ 13 ରୁ 29 ଯାଏ ଓଡ଼ିଶାରେ ହେବ ପୁରୁଷ ହକି ବିଶ୍ବକପ । ଦ୍ବିତୀୟ ଥର ପାଇଁ ଓଡ଼ିଶା ଏହି ବିଶ୍ବକପର ଆୟୋଜନ କରୁଥିବାରୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସର୍ବଦଳୀୟ ବୈଠକରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆସନ୍ତାବର୍ଷ (2023) ଜାନୁଆରୀ 13ରୁ 29 ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏହି ପୁରୁଷ ହକି ବିଶ୍ୱକପ (Hockey World Cup) ଆରମ୍ଭ ହେବ । ଜାନୁଆରୀ 13ରେ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ସ୍ପେନ୍‌ ବିପକ୍ଷରେ ଭାରତୀୟ ହକି ଦଳ ଉଦଘାଟନୀ ମ୍ୟାଚ ଖେଳିବା ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଲଗାତାର ଦ୍ୱିତୀୟ ଥର ପାଇଁ ଓଡିଶା ହକି ବିଶ୍ୱକପ ଆୟୋଜନ କରୁଛି । ଏଥିପାଇଁ ରାଜ୍ୟରେ ମଧ୍ୟ ବେଶ ଉତ୍ସାହ ଦେଖିବାକୁ ମିଳିଲାଣି । ବିଶ୍ବକପର ଟ୍ରଫି ମଧ୍ୟ ରାଜ୍ୟରେ ପହଞ୍ଚି ସାରିଲାଣି । ଯାହାକୁ ବିଭିନ୍ନ ସ୍ଥାନରେ ବିଭିନ୍ନ ବର୍ଗ ପକ୍ଷରୁ ସ୍ବାଗତ ମଧ୍ୟ କରାଯାଉଛି ।

ABOUT THE AUTHOR

...view details