ଭୁବନେଶ୍ବର: ରାଜ୍ୟର ପ୍ରତି ଜିଲ୍ଲାରେ ଖୋଲିବ ଇଣ୍ଟିଗ୍ରେଟେଡ ପବ୍ଲିକ୍ ହେଲ୍ଥ୍ ଲାବୋରେଟୋରୀ ବା ସମନ୍ୱିତ ଜନସ୍ବାସ୍ଥ୍ୟ ଲାବୋରେଟୋରୀ । ପ୍ରତି ବ୍ଲକ CHCରେ ଖୋଲିବ ବ୍ଲକ ପବ୍ଲିକ ହେଲ୍ଥ୍ ଲାବୋରେଟୋରୀ । ଏସବୁ ଲାବୋରେଟରୀରେ ରୋଗୀମାନେ ଗୋଟିଏ ସ୍ଥାନରେ ସବୁ ପ୍ରକାର ରୋଗର ପରୀକ୍ଷା ସୁବିଧା ସହ ରିପୋର୍ଟ ମଧ୍ୟ ପାଇପାରିବେ ।
ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ଉନ୍ନତି କରିବା ପାଇଁ ରାଜ୍ୟର ପ୍ରତି ଜିଲ୍ଲାରେ ଖୋଲିବ ଇଣ୍ଟିଗ୍ରେଟେଡ ପବ୍ଲିକ୍ ହେଲ୍ଥ୍ ଲାବୋରେଟୋରୀ ବା ସମନ୍ୱିତ ଜନସ୍ବାସ୍ଥ୍ୟ ଲାବୋରେଟୋରୀ । ଏହାଛଡ଼ା ପ୍ରତି ବ୍ଲକ CHCରେ ଖୋଲିବ ବ୍ଲକ ପବ୍ଲିକ ହେଲ୍ଥ୍ ଲାବୋରେଟୋରୀ । ଏସବୁ ଲାବୋରେଟୋରୀରେ ରୋଗୀମାନେ ଗୋଟିଏ ସ୍ଥାନରେ ସବୁ ପ୍ରକାର ରୋଗର ପରୀକ୍ଷା ସୁବିଧା ସହ ରିପୋର୍ଟ ପାଇପାରିବେ । ଏହି ଲାବୋରେଟୋରୀ କାର୍ଯ୍ୟକ୍ଷମ ହେଲେ, ଲୋକମାନେ ସେମାନଙ୍କର ପରୀକ୍ଷା ରିପୋର୍ଟ ଡିଜିଟାଲ ମାଧ୍ୟମରେ ମଧ୍ୟ ପାଇପାରିବେ । ପ୍ରାରମ୍ଭିକ ଭାବେ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ ମହଲା ବିଶିଷ୍ଟ ଜିଲ୍ଲାସ୍ତରୀୟ ଇଣ୍ଟିଗ୍ରେଟେଡ ପବ୍ଲିକ ହେଲ୍ଥ୍ ଲାବୋରେଟୋରୀ ସ୍ଥାପନ ହେବ । ଏବେ ମାଲକାନଗିରି ଓ ନୂଆପଡ଼ା ଜିଲ୍ଲାରେ ଲାବୋରେଟାରୀ ତିଆରି କାର୍ଯ୍ୟ ଶେଷ ହୋଇଗଲାଣି । ଅନ୍ୟ ଜିଲ୍ଲାରେ ଟେଣ୍ଡର ଓ ନିର୍ମାଣ କାମ ଚାଲିଛି । ଆଗାମୀ ଦୁଇ ତିନି ବର୍ଷ ମଧ୍ୟରେ ଏସବୁ ଲାବୋରେଟୋରୀ କାର୍ଯ୍ୟକ୍ଷମ ହେବ ।