ଓଡିଶା

odisha

ETV Bharat / state

ବାତ୍ୟା ୟସ; ରିଲିଫ ସହିତ ପ୍ରସ୍ତୁତ ଆଇଏନଏସ ଚିଲିକା - ଆଇଏନଏସ ଚିଲିକା

ଧନଜୀବନ ରକ୍ଷା କରିବା ପାଇଁ ଖୋର୍ଦ୍ଧା ଭାରତୀୟ ନୌସେନା ଆଇଏନଏସ ଚିଲିକା ପକ୍ଷରୁ ବାତ୍ୟା ନେଇ ସମସ୍ତ ପ୍ରସ୍ତୁତି କରାଯାଇଛି । ଅଧିକ ପଢନ୍ତୁ...

ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ଆଇଏନଏସ ଚିଲିକା
ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ଆଇଏନଏସ ଚିଲିକା

By

Published : May 26, 2021, 12:01 PM IST

ଖୋର୍ଦ୍ଧା:ଆରମ୍ଭ ହୋଇଯାଇଛି ବାତ୍ୟା ୟସର ଲ୍ୟାଣ୍ଡଫଲ ପ୍ରକ୍ରିୟା । ସମୁଦ୍ର ମଧ୍ୟରୁ ବଳ ଗୋଟାଇ ସ୍ଥଳ ଭାଗ ଆଡକୁ ମାଡି ଆସୁଛି ବାତ୍ୟା ୟସ । ଏଥିପାଇଁ ରାଜ୍ୟ ସରକାର ସମ୍ପୁର୍ଣ୍ଣ ପ୍ରସ୍ତୁତ । ଧନ ଜୀବନ ରକ୍ଷା କରିବା ପାଇଁ ଖୋର୍ଦ୍ଧା ଭାରତୀୟ ନୌସେନା ଆଇଏନଏସ ଚିଲିକା ପକ୍ଷରୁ ବାତ୍ୟା ନେଇ ସମସ୍ତ ପ୍ରସ୍ତୁତି କରାଯାଇଛି ।

ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ଆଇଏନଏସ ଚିଲିକା

ବିଶାଖାପଟନମରେ ଥିବା ପୂର୍ବାଞ୍ଚଳ ନାଭାଲ କମାଣ୍ଡ ମୁଖ୍ୟାଳୟ ଓ ରାଜ୍ୟର ସରକାରୀ ଏଜେନ୍ସିଗୁଡ଼ିକର ସହଯୋଗରେ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଏଥିପାଇଁ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କରାଯାଇ ବାତ୍ୟା ଉପରେ କଡା ନଜର ରଖାଯାଇଛି । ରାଜ୍ୟ ସରକାରଙ୍କ ପରାମର୍ଶ ଅନୁଯାୟୀ ଲୋକଙ୍କ ପାଇଁ ରିଲିଫ , ରୋଷେଇ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ପ୍ରସ୍ତୁତ ରଖାଯାଇଛି ।

ଓଡ଼ିଶା ଦାୟିତ୍ୱରେ ଥିବା ନାଭାଲା ଅଫିସର ଗୋପାଳପୁର, ପାରାଦୀପ, ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନୌସେନା ଜାହାଜ ପ୍ରସ୍ତୁତ ରଖିଛନ୍ତି । ନୌସେନା ଓ ଜନସାଧାରଣଙ୍କ ସହ ନିରନ୍ତର ଯୋଗାଯୋଗ ରକ୍ଷା ନେଇ ଆଇଏନଏସ ଚିଲିକା ସହଯୋଗ କରୁଥିବା ଜଣାଇଛନ୍ତି କମାଣ୍ଡର ଏନପି ପ୍ରଦୀପ । ଦିନ 1ଟା ସୁଦ୍ଧା ବାତ୍ଯା ୟସର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବ । ଧାମରାରେ ପ୍ରବଳ ପବନ ସହିତ ବର୍ଷା ଜାରି । ବାଲେଶ୍ବରର ତନୋଟି ଗାଁରେ ପାଣି ପସି 3ରୁ ଚାରି ହଜାର ଲୋକ ଜଳମଗ୍ନ ହୋଇଛି । ବାଲେଶ୍ବର ଓ ଭଦ୍ରକରେ ସର୍ବାଧିକ କ୍ଷତି କରିବ ୟସ ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details