ଭୁବନେଶ୍ବର: କାଳ ହେଲା ନିଶା ଛଡାଇବା । ଅକାଳରେ ଚାଲିଗଲା ଜୀବନ । ନିଶା ନିବାରଣ କେନ୍ଦ୍ରରେ ଚାଲିଗଲା ଅନ୍ତେବାସୀଙ୍କ ଜୀବନ । ଭରତପୁର ଥାନା ଜିଏ ପ୍ଲଟ୍ରେ ଥିବା ଉମିଦ ଫାଉଣ୍ଡେସନ ନିଶା ନିବାରଣ କେନ୍ଦ୍ରର ୫୦ ବର୍ଷୀୟ ଅରୁଣ କୁମାର ବେହେରାଙ୍କର ମୃତ୍ୟୁ ନେଇ ବଢିଛି ସସ୍ପେନ୍ସ । ସିସିଟିଭି ଫୁଟେଜ ଦେଖି ପରିବାର ଲୋକେ ହତ୍ୟା ସନ୍ଦେହ କରିଛନ୍ତି ।
ଉମିଦ ଫାଉଣ୍ଡେସନ ନିଶା ନିବାରଣ କେନ୍ଦ୍ରର ୫୦ ବର୍ଷୀୟ ଅନ୍ତେବାସୀ ଅରୁଣ କୁମାର ବେହେରାଙ୍କର ମୃତ୍ୟୁ ହୋଇଛି । ଯେଉଁ ଲୋକଙ୍କୁ ନିଶା ଛଡ଼ାଇବାକୁ ଗତ ତିନିଦିନ ତଳେ ନିଶା ନିବାରଣ କେନ୍ଦ୍ରରେ ଛଡାଯାଇଥିଲା । ଏବେ କିନ୍ତୁ ତାଙ୍କର ଭଲ ହେବା ଖବର ଜାଣିବା ପରିବର୍ତ୍ତେ ମୃତ୍ୟ ଖବର ପାଇଛନ୍ତି ପରିବାର । ତାଙ୍କ ବାପାଙ୍କୁ ମାରି ଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପୁଅ । ଖାଲି ସେତିକି ନୁହେଁ ମୃତଦେହକୁ ହସ୍ପିଟାଲ ଆଣି ଛାଡି ଦେଲେ ଅଥଚ ଖବର ଦେଇନଥିବା ଅଭିଯୋଗ କରିଛନ୍ତି ପରିବାର । ନିଶା ନିବାରଣ କେନ୍ଦ୍ରର ବେପରୁଆ ଓ ଦାୟିତ୍ବହୀନତା କାରଣରୁ ବାପାଙ୍କ ଜୀବନ ଯାଇଥିବା ଅଭିଯୋଗ ଆଣିଛନ୍ତି ମୃତକ ଅରୁଣ କୁମାର ବେହେରାଙ୍କ ପୁଅ । ଯାହାକୁ ନେଇ ପୋଲିସ ପାଖରେ ହତ୍ୟା କରି ଅଭିଯୋଗ କରିଛନ୍ତି ପରିବାର ।
ତାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବଡପୁଅ ସୌମ୍ୟ ବେହେରା । ଅତ୍ୟଧିକ ମାଡ଼ ଯୋଗୁଁ ହୁଏତ ତାଙ୍କର ଜୀବନ ଯାଇଥାଏ ପାରେ ବୋଲି କହିଛନ୍ତି ସୌମ୍ୟ ବେହେରା । କାରଣ ତାଙ୍କର ବେକ ହାତ ପାଟିରେ ଗାଲରେ ଚିହ୍ନ ରହିଛି, ଏଣୁ ଅକଥନୀୟ ନିର୍ଯାତନା ଯୋଗୁଁ ଜୀବନ ଯାଇଥାଏ ପାରେ ବୋଲି ସନ୍ଦେହ କରାଯାଉଛି । ପରିବାର ଲୋକଙ୍କୁ ସେ ଶୌଚାଳୟରେ ଆତ୍ମହତ୍ୟା କରିଥିବା କୁହଯାଉଛି । ଘଟଣା ନେଇ ନିଶା ନିବାରଣ କେନ୍ଦ୍ରର ପ୍ରତିକ୍ରିୟା ମିଳିପାରିନାହିଁ । ପୋଲିସ ସିସିଟିଭି ଫୁଟେଜ ହାର୍ଡଡିସ୍କ ଜବତ କରିଛି । ଯାଞ୍ଚ ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି ।