ଓଡିଶା

odisha

By

Published : Jul 4, 2021, 9:35 AM IST

ETV Bharat / state

ଗଜରାଜର ଚିକିତ୍ସା କଲା ବନ ବିଭାଗ

ଆହତ ହାତୀର ଚିକିତ୍ସା କଲା ବନ ବିଭାଗ । ହାତୀଟି ସୁସ୍ଥ ହେବାପରେ ତାକୁ ଜଙ୍ଗଲରେ ଛଡ଼ାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

injured elephant was treated by the forest department in khordha
ଗଜରାଜର ଚିକିତ୍ସା କଲା ବନ ବିଭାଗ

ଖୋର୍ଦ୍ଧା:ଗଜରାଜଙ୍କର ଚିକିତ୍ସା କଲା ବନ ବିଭାଗ । ଏବେ ଚିକିତ୍ସା ପରେ ତାଙ୍କୁ ହାତୀଟି ସୁସ୍ଥ ଥିବା ଜଣାପଡିଛି । ଗତ ଜୁନ 23 ତାରିଖରେ ଖୋର୍ଦ୍ଧାର ବେଗୁନିଆ ଦେଉଳି ପଞ୍ଚାୟତ ବଙ୍ଗେଇ ଜଙ୍ଗଲରେ ଆହତ ଅବସ୍ଥାରେ ଗୋଟିଏ ହାତୀ ବୁଲୁଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ଆହତ ହାତୀର ଗୋଡରେ ଏକ ଖୁଣ୍ଟ ପଶି ଯାଇଥିଲା ।

ଗଜରାଜର ଚିକିତ୍ସା କଲା ବନ ବିଭାଗ

ପରେ ବନ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ବନବିଭାଗ ହାତୀଟିକୁ ଠାବ କରିବାରେ ସକ୍ଷମ ହୋଇ ନ ଥିଲା । ଶନିବାର ରାତିରେ ଠାବ କରି ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିଛି । ହାତୀଟି ସୁସ୍ଥ ହେବାପରେ ତାକୁ ଜଙ୍ଗଲରେ ଛଡ଼ାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ତା, ଇଟିଭି ଭାରତ

ABOUT THE AUTHOR

...view details