ଓଡିଶା

odisha

ETV Bharat / state

ଅଚାନକ ଖୋର୍ଦ୍ଧା ଗସ୍ତରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ - କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟ

ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ଏବଂ ଜଳସମ୍ପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଅଚାନକ ଖୋର୍ଦ୍ଧା ଗସ୍ତ କରିଛନ୍ତି ।

information-and-public-relation-minister-visit-khordha-district
ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Nov 29, 2019, 7:39 PM IST

ଖୋର୍ଦ୍ଧା: ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ଏବଂ ଜଳସମ୍ପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଅଚାନକ ଖୋର୍ଦ୍ଧା ଗସ୍ତ କରିଛନ୍ତି । ପ୍ରଥମେ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟ ଓ ପରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟ ବୁଲି ଦେଖିଛନ୍ତି ।

ସୂଚନା ଓ ଲୋକସଂପର୍କ ମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ

ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ କ୍ଷୁଦ୍ର ଜଳସେଚନ ବିଭାଗର ବିଭିନ୍ନ ପ୍ରୋଜେକ୍ଟ ବିଷୟରେ ନିର୍ବାହୀ ଯନ୍ତ୍ରୀଙ୍କ ଠାରୁ ପଚାରି ବୁଝିଥିଲେ । ଏହାପରେ ସ୍ଥାନୀୟ ବିଧାୟକ ଜିତୁ ମିତ୍ରଙ୍କ ସହିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଯାଇଥିଲେ । ସେଠାରେ ପାଠାଗାର ବୁଲିବା ସହ କାର୍ଯ୍ୟାଳୟର ରକ୍ଷଣାବେକ୍ଷଣା ଉପରେ କ୍ଷୋଭ ପ୍ରକାଶ କରିଥିଲେ । ଏଥିସହ ଭୁବନେଶ୍ବର ଓ ଖୋର୍ଦ୍ଧା କାର୍ଯ୍ୟାଳୟ ପାଇଁ ଜଣେ ମାତ୍ର ଜିଲ୍ଲା ସୂଚନା ଓ ଲୋକ ସମ୍ଫର୍କ ଅଧିକାରୀ ରହିଛନ୍ତି । ଖୋର୍ଦ୍ଧାରେ ଅତିଶୀଘ୍ର ଲୋକ ସମ୍ଫର୍କ ଅଧିକାରୀ ନିଯୁକ୍ତି ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଜିଲ୍ଲାରେ ଚାଲୁଥିବା ଉନ୍ନୟନମୂଳକ କାର୍ଯ୍ୟାଧାରା ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ ମନ୍ତ୍ରୀ ।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details