ଭୁବନେଶ୍ବର: ରାଜ୍ୟରେ ଖୁବଶୀଘ୍ର ଆସିବ ନୂଆ ଶିଳ୍ପ ନୀତି । ମେକ ଇନ ଓଡ଼ିଶା (Make in Odisha 2022) ର ଦ୍ଵିତୀୟ ଦିନରେ ନୂଆ ଶିଳ୍ପ ନୀତି ନେଇ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ନୂଆ ଶିଳ୍ପ ନୀତିରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ଓ କଞ୍ଚାମାଲ ଉପଯୋଗକୁ ଗୁରୁତ୍ୱ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ।
ଏହାବି ପଢନ୍ତୁ- World Vegan Day: ଶାକାହାରୀ ଜୀବନଶୈଳୀକୁ ପ୍ରୋତ୍ସାହିତ କରେ ନିରାମିଷ ଖାଦ୍ୟ
ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମାଙ୍କ ସୂଚନା ଅନୁସାରେ, ଶିଳ୍ପ ନୀତି 2022 ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ । ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣର ପ୍ଲାନେରୀ ସେସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିବେ । ଶିଳ୍ପ ନୀତି 2022ରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ଓ କଞ୍ଚାମାଲ ଉପଯୋଗକୁ ଗୁରୁତ୍ୱ ଦିଆଯିବ । ଥ୍ରଷ୍ଟ ଓ ପିୟୋରିଟି ସେକ୍ଟର ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି କରୁଥିବା ଶିଳ୍ପକୁ ଦିଆଯିବ ସବୁଠୁ ଅଧିକ ଗୁରୁତ୍ୱ । ରାଜ୍ୟରେ ଉପଲବ୍ଧ ଥିବା କଞ୍ଚାମାଲକୁ ବ୍ୟବହାର କରି ଶିଳ୍ପ ପ୍ରତିଷ୍ଠା କରିବାକୁ ଗୁରୁତ୍ୱ ଦିଆଯିବ । ଷ୍ଟିଲ, ଷ୍ଟେନଲେସ ଷ୍ଟିଲ ଓ ଆଲୁମିନିୟମ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରହିଛି । ଏହି କ୍ଷେତ୍ରରେ ଓଡ଼ିଶା ସର୍ବାଧିକ ଉତ୍ପାଦନକାରୀ ରାଜ୍ୟ । ଏହାକୁ ବ୍ୟବହାର କରି ଯଦି କୌଣସି କମ୍ପାନୀ ଭାଲ୍ୟୁ ଆଡେଡ ପଦାର୍ଥ ପ୍ରସ୍ତୁତ କରିବେ ତାଙ୍କୁ ପ୍ରାଥମିକତା ମିଳିବ । ରାଜ୍ୟରେ ଧାମରା, ପାରାଦୀପ, ଗୋପାଳପୁର ଓ ସୁବର୍ଣ୍ଣରେଖା ବନ୍ଦର ରହିଛି । ବନ୍ଦର ନିକଟରେ ଯଦି କୌଣସି କମ୍ପାନୀ ରପ୍ତାନି ୟୁନିଟ ଆରମ୍ଭ କରିବେ ତେବେ ସେହି ଶିଳ୍ପ କମ୍ପାନୀକୁ ଦିଆଯିବ ଅଗ୍ରାଧିକାର ।