ଓଡିଶା

odisha

ETV Bharat / state

Make In Odisha: ଓଡିଶାରେ ପ୍ରତିଷ୍ଠା ହେବ ଭାରତର ପ୍ରଥମ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ - ମେକ ଇନ ଓଡିଶା

ଓଡିଶାରେ ପ୍ରତିଷ୍ଠା ହେବ ଭାରତର ପ୍ରଥମ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଇଂଲଣ୍ଡର କମ୍ପାନୀ ଏମରାମ ଓ ଏସରାମ ଗ୍ରୁପ୍‌ ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ୩୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବ । ଅଧିକ ପଢନ୍ତୁ

ଓଡିଶାରେ ପ୍ରତିଷ୍ଠା ହେବ ଭାରତର ପ୍ରଥମ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ
ଓଡିଶାରେ ପ୍ରତିଷ୍ଠା ହେବ ଭାରତର ପ୍ରଥମ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ

By

Published : Dec 3, 2022, 10:58 PM IST

ଭୁବନେଶ୍ବର: ଓଡିଶାରେ ପ୍ରତିଷ୍ଠା ହେବ ଭାରତର ପ୍ରଥମ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଇଂଲଣ୍ଡର କମ୍ପାନୀ ଏମରାମ ଓ ଏସରାମ ଗ୍ରୁପ୍‌ ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ୩୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବ । ଭୁବନେଶ୍ୱର ନିକଟବର୍ତ୍ତୀ ଅଞ୍ଚଳରେ ୪୦ ଏକର ପରିମିତ ଜାଗାରେ ସେମିକଣ୍ଡକ୍ଟର ଫାବ୍ରିକେସନ ୟୁନିଟ ସ୍ଥାପନ କରିବା ପ୍ରସ୍ତାବ ରହିଛି ବୋଲି ଗ୍ରୁପ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛି ।

ଏହାବି ପଢନ୍ତୁ- ଗହଣା ବ୍ୟାଗ ହଜାଇ ଚିନ୍ତାରେ ଥିଲେ କନ୍ୟା ପରିବାର, ହଠାତ୍ ପହଞ୍ଚିଲେ ଅଟୋ ଡ୍ରାଇଭର

ସର୍ବମୋଟ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ ଆଗାମୀ ୨ ମାସ ମଧ୍ୟରେ ଏହି କମ୍ପାନୀ ସ୍ଥାପନ ହେବ । ଫଳରେ ୪୦୦ରୁ ୫୦୦ ନିଯୁକ୍ତିର ପ୍ରତ୍ୟକ୍ଷ ସୁଯୋଗ ମିଳିବା ସହିତ ପରୋକ୍ଷ ଭାବେ ବହୁସଂଖ୍ୟକ ଯୁବକଯୁବତୀ ନିଯୁକ୍ତି ସୁଯୋଗ ପାଇପାରିବେ । ୱାଶିଂମେସିନରୁ ଆରମ୍ଭ କରି ଏରୋପ୍ଲେନରେ ବ୍ୟବହାର କରାଯାଇପାରୁଥିବା ଏହି ସେମିକଣ୍ଡକ୍ଟର ଚିପ ପାଇଁ ଭାରତ ପୂର୍ବରୁ ଚୀନ୍‌, ତାଇୱାନ, କୋରିଆ ଆଦି ରାଷ୍ଟ୍ର ଉପରେ ନିର୍ଭର କରୁଥିଲା । ଓଡ଼ିଶାରେ ଏହି ୟୁନିଟ ପ୍ରତିଷ୍ଠା ଫଳରେ ସେମିକଣ୍ଡକ୍ଟର ଚିପ ପାଇଁ ଅପେକ୍ଷା କରି ରହିଥିବା ଲକ୍ଷାଧିକ ଯାନ୍ତ୍ରିକ ଉପକରଣର କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ । ସେମିକଣ୍ଡକ୍ଟର ଚିପ ଉତ୍ପାଦନକାରୀ ବିଦେଶୀ ରାଷ୍ଟ୍ରଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ବୋଲି କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଓଡ଼ିଶାରେ ଉପଲବ୍ଧ ସୁଦକ୍ଷ ମାନବ ସମ୍ବଳକୁ ଦୃଷ୍ଟିରେ ରଖି ଇଂଲଣ୍ଡର ଏହି କମ୍ପାନୀ ଓଡ଼ିଶାରେ ତାଙ୍କ ଉତ୍ପାଦନ ୟୁନିଟ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଛି । ସେମିକଣ୍ଡକ୍ଟର ମୁଖ୍ୟ ତଥା କମ୍ପାନୀର ଉପାଧ୍ୟକ୍ଷ ଡଃ. ଗୁରୁଜୀ କୁମାରନ ସ୍ୱାମୀ ଏବଂ ଓଡ଼ିଶା ପ୍ରୋଜେକ୍ଟର ପ୍ରାଧିକୃତ ମୁଖ୍ୟ ଡଃ. ଡି. ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details