ଭୁବନେଶ୍ବର:ଇଣ୍ଡିଆନ ସୁପର ଲିଗ 10ରେ ଆଜି ଓଡିଶା ଏଫସି ଓ ମୁମ୍ବାଇ ସିଟି ଏଫସି ମଧ୍ୟରେ ମୁକାବିଲା ହେବ । ଚେନ୍ନାଇ ଏଫ୍ସି ବିପକ୍ଷରେ ଚମତ୍କାର ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ଏଫସି ତାର ଦ୍ବିତୀୟ ମ୍ୟାଚରେ ମୁମ୍ବାଇ ସିଟି ଏଫସିକୁ ଭେଟିବ । ମୁମ୍ବାଇ ସିଟି ଏଫସି ବିପକ୍ଷରେ ଓଡିଶା ଏଫସି ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମୁଖ୍ୟ କୋଚ୍ ସର୍ଜିଓ ଲୋବେରା । ଓଡିଶା ଏଫସି କଳିଙ୍ଗ ଷ୍ଟାଡିୟମରେ ତାର ପ୍ରଥମ ମ୍ୟାଚରେ ଚେନ୍ନାଇ ଏଫସିକୁ 2-0 ଗୋଲରେ ପରାସ୍ତ କରିଥିଲା । ଆଜି ମୁମ୍ବାଇ ସିଟି ଏଫସି ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ।
କଳିଙ୍ଗ ଷ୍ଟାଡିୟମରେ ଆଜି ରାତି 8ଟାରେ ମ୍ୟାଚ ଖେଳାଯିବ । ପୂର୍ବ ମୁକାବିଲାରେ ଓଡ଼ିଶା ଏଫସି ମୁମ୍ବାଇସିଟି ଏଫସି ବିପକ୍ଷ 8ଟି ମ୍ୟାଚରୁ 2ଥର ବିଜୟୀ ହୋଇଛି । ରେକର୍ଡ ଦେଖିଲେ ମୁମ୍ବାଇ ସିଟି ଏଫସିର ପଲ୍ଲା ଭାରି ରହିଛି । ଆଜିର ମୁକାବିଲା ଜିତି ଓଡିଶା ଏଫସି ନୂଆ ରେତର୍ଡ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ଗତ ରବିବାର ଗୌହାଟୀର ଇନ୍ଦିରା ଗାନ୍ଧୀ ଆଥଲେଟିକ୍ ଷ୍ଟାଡିୟମରେ ନର୍ଥ ଇଷ୍ଟ୍ ୟୁନାଇଟେଡ୍ ଏଫସି ବିପକ୍ଷରେ 2-1 ବିଜୟ ହାସଲ କରିଥିଲା ମୁମ୍ବାଇ ସିଟି । ଆଜିର ମ୍ୟାଚ ରୋମାଞ୍ଚକର ହେବ । ଲୋବେରା(ଓଡ଼ିଶା ଏଫସି କୋଚ) ହେବା ପୂର୍ବରୁ 2020-21 ସିଜନରେ ଇଣ୍ଡିଆନ ସୁପର୍ଲିଗ୍ ବିଜେତା ସିଲ୍ଡ ଜିତିବା ପାଇଁ ମୁମ୍ବାଇ ସିଟି ଏଫସିର ନେତୃତ୍ୱ ନେଇଥିଲେ ।