ଖୋର୍ଦ୍ଧା:ବାୟୁ ପ୍ରଦଷଣ ରୋକିବା ପାଇଁ ଭାରତୀୟ ରେଳର ଗୁରୁତ୍ବପୂର୍ଣ୍ଣ ପଦକ୍ଷପ । 2030 ସୁଦ୍ଧା ଟ୍ରାକରୁ ହଟିବ ସମସ୍ତ ଡିଜେଲ ଗାଡି । ବଦ୍ୟୁତ ଦ୍ବାରା ଚାଳିତ ଗାଡି ଉପରେ ଗୁରିତ୍ବ । ବାୟୁପ୍ରଦୂଷଣ ରୋକିବା ପାଇଁ ସୈର୍ଯ୍ୟ ଶକ୍ତି ଓ ବିଦ୍ୟୁତକୁ ବ୍ୟବହାରରେ ଚାଲିବ ଟ୍ରେନ । ଅଙ୍ଗାରକାମ୍ଳ ହ୍ରାସ କରିବାରେ ଓ ସ୍ୱଚ୍ଛ ଶକ୍ତିର ଉପଯୋଗକୁ ବୃଦ୍ଧି କରିବା ପାଇଁ ଚାଲିଛି ପ୍ରୟାସ । ଇଲେଟ୍ରିକ ଗାଡି ଚାଲିବା ଦ୍ବାରା ଅଙ୍ଗାରକାମ୍ଳ ହ୍ରାସ କରିବା ପାଇଁ ରେଳବାଇ ଲକ୍ଷ୍ୟ ସ୍ଥିର କରିଛି ।
ଡିଭିଜନାଲ ରେଲୱେ ମ୍ୟାନେଜର ରିଙ୍କେଶ ରୟଙ୍କ ସୂଚନା ଅନୁଯାୟୀ, 100% ବିଦ୍ୟୁତିକରଣ ହେତୁ ଖୋର୍ଦ୍ଧା ରୋଡ୍ ଡିଭିଜନ 278250 ଟନ୍ କାର୍ବନ ଫୁଟ୍ ପ୍ରିଣ୍ଟ ସଞ୍ଚୟ କରିପାରିଛି । ବାର୍ଷିକ ଡିଜେଲ ବିଲ୍ ପ୍ରାୟ 814.204 କୋଟି ଟଙ୍କା ହ୍ରାସ କରିପାରିଛି । ନେଟ୍ ଜିରୋ କାର୍ବନ ନିର୍ଗମନ ପାଇଁ ଭାରତୀୟ ରେଳବାଇର ଲକ୍ଷ୍ୟକୁ ଆଗେଇ ନେବାପାଇଁ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳରେ ବିଦ୍ୟୁତିକରଣ କାର୍ଯ୍ୟ ଜୁଲାଇ 1998ରେ ପଲାସାଠାରୁ ଆରମ୍ଭ ହୋଇଥିଲା । ତେବେ ଖୋର୍ଦ୍ଧାରେ ଦୈନିକ ଏହି ଡିଭିଜନ୍ ହାରାହାରି 159ଟି ଯାତ୍ରୀବାହୀ ଟ୍ରେନ୍ ଏବଂ 307ଟି ମାଲବାହୀ ଟ୍ରେନ୍ ସହିତ ପରିଚାଳନା କରିଥାଏ । ଏହା ତିନୋଟି ପ୍ରମୁଖ ବନ୍ଦର ଯଥା ପାରାଦ୍ୱୀପ, ଧାମରା, ଗୋପାଳପୁର, କୋଇଲା ଖଣି ଓ ଅନେକ ଲୁହାପଥର ଖଣି ଏବଂ ଅନେକ ଇସ୍ପାତ କାରଖାନାକୁ ଏହାର ସେବା ଯୋଗାଇଥାଏ । ଭାରତୀୟ ରେଳର ଶ୍ରେଷ୍ଠ ତିନୋଟି ଲୋଡିଂ ବିଭାଗ ମଧ୍ୟରୁ ଖୋର୍ଦ୍ଧା ରୋଡ୍ ଡିଭିଜନ୍ ଅନ୍ୟତମ ।