ଓଡିଶା

odisha

ETV Bharat / state

ଜାନୁଆରୀ 25ରୁ ଜଗନ୍ନାଥ ଧାମ ପାଇଁ ଗଡିବ ସ୍ବତନ୍ତ୍ର ଟ୍ରେନ - ଭାରତ ଗୌରବ ଟ୍ରେନ ମାଧ୍ୟମରେ ଶ୍ରୀ ଜଗନ୍ନାଥ ଯାତ୍ରା

ଘରୋଇ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ‘ଦେଖୋ ଆପ୍‌ନା ଦେଶ’ ଯୋଜନା । ଜାନୁଆରୀ ୨୫ରେ ଶ୍ରୀ ଜଗନ୍ନାଥ ଧାମ ପାଇଁ ଗଡ଼ିବ ସ୍ବତନ୍ତ୍ର ଟ୍ରେନ । ଅଧିକ ପଢ଼ନ୍ତୁ

ଭାରତ ଗୌରବ ଟ୍ରେନ ମାଧ୍ୟମରେ ଶ୍ରୀ ଜଗନ୍ନାଥ ଯାତ୍ରା
Indian railway special trip to sri Jagannath dham

By

Published : Dec 22, 2022, 9:24 AM IST

ଭୁବନେଶ୍ବର:ଭାରତୀୟ ରେଳବାଇ କ୍ୟାଟରିଙ୍ଗ ଆଣ୍ଡ ଟୁରିଜିମ କର୍ପୋରେସନ ପକ୍ଷରୁ ଭାରତ ଗୌରବ ଟ୍ରେନ ମାଧ୍ୟମରେ ଶ୍ରୀ ଜଗନ୍ନାଥ ଯାତ୍ରା ରେଳ ଟୁର୍ ପ୍ୟାକେଜ କରିଛି (Indian railway special trip to sri Jagannath dham) । ଭାରତ ଗୌରବ ଟ୍ରେନ ଯୋଜନା ଅଧୀନରେ ରେଳ ଟୁରିଜିମକୁ ପ୍ରୋତ୍ସାହନ ପାଇଁ ଭାରତୀୟ ରେଳ 33% ରିହାତି ଦେଉଛି । ଓଡ଼ିଶାର ବିଶାଳ ସଂସ୍କୃତି ଓ ଐତିହ୍ୟକୁ ଜାଣିବା ପାଇଁ ତୀର୍ଥଯାତ୍ରୀମାନଙ୍କୁ ସୁଯୋଗ ଦିଆଯାଉଛି ।

ଭାରତୀୟ ରେଳବାଇ ଦିଲ୍ଲୀରୁ ଜାନୁଆରୀ 25 ତାରିଖ ଠାରୁ ଆରମ୍ଭ କରି ଫେବୃଆରୀ 1 ତାରିଖ ଦୀର୍ଘ 8 ଦିନ ପାଇଁ ଆଇଆରସିଟିସି ମାଧ୍ୟମରେ ଭାରତ ଗୌରବ ଟ୍ରେନ ଶୀତତାପ ନିୟନ୍ତ୍ରିତ ଟୁରିଷ୍ଟ ଟ୍ରେନ ପ୍ୟାକେଜ ଯୋଗାଇ ଦେଉଛି । 8 ଦିନ ଯାତ୍ରା ପରେ ଫେବୃଆରୀ 1, 2023ରେ ଦିଲ୍ଲୀକୁ ଫେରିବ । ଏଥିରେ ପ୍ରତି ବ୍ୟକ୍ତି ପିଛା 17500 ଟଙ୍କାରୁ ଆରମ୍ଭ କରି ସ୍ୱଳ୍ପ ମୂଲ୍ୟ ସୀମା ମଧ୍ୟରେ ପ୍ୟାକେଜ ପ୍ରଦାନ କରାଯାଉଛି ।

ପୁରୀର ବିଶ୍ଵପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ପରିଦର୍ଶନ ମୁଖ୍ୟ ଆକର୍ଷଣ ହେବ । କୋଣାର୍କ, ଭୁବନେଶ୍ବର, କାଶୀ, ବୈଦ୍ୟନାଥ ଏବଂ ଗୟା ଦର୍ଶନ ମଧ୍ୟ ଟୁର ପ୍ୟାକେଜର ଅଂଶ ରହିବ । 11ଟି ଏସି –3 ଟାୟାର କୋଚରେ ପ୍ରାୟ 600 ତୀର୍ଥଯାତ୍ରୀଙ୍କୁ ନେଇ ପରିଭ୍ରମଣ କରିବ ।ପର୍ଯ୍ୟଟକମାନେ ଗାଜିଆବାଦ, ଆଲିଗଡ, ତୁଣ୍ଡଲା, ଇଟାୱା, କାନପୁର, ଲକ୍ଷ୍ନୌ ଷ୍ଟେସନ ମାନଙ୍କ ଠାରୁ ସେମାନଙ୍କର ଯାତ୍ରା ପ୍ରାରମ୍ଭ କରିପାରିବେ । ପର୍ଯ୍ୟଟକମାନଙ୍କୁ ଯାତ୍ରା ସମୟରେ ଶାକାହାରି ଖାଦ୍ୟ ପ୍ରଦାନ କରାଯିବ । ଏଥିପାଇଁ ସୁସଜ୍ଜିତ ପ୍ୟାନ୍ଟ୍ରି କାରର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକଙ୍କ ପାଇଁ ସ୍ୱଚ୍ଛ ଶୌଚାଳୟ ଠାରୁ ଆରମ୍ଭ କରି ସିସିଟିଭି କ୍ୟାମେରା ଲଗାଯାଇଛି ।

ସିସିଟିଭି କ୍ୟାମେରା, ସିକ୍ୟୁରିଟି ଗାର୍ଡ ସେବାଭଳି ଯାତ୍ରୀମାନଙ୍କୁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯିବ । ଗ୍ରାହକମାନଙ୍କୁ ଇଏମଆଇ ଦେୟ ସହିତ ପାଉଣା ପାଇଁ ପେଟିଏମର ପେ ପାଉଣା ବ୍ୟବସ୍ଥା ଉପଲବ୍ଧ କରାଯାଇଅଛି । ଭାରତ ଗୌରବ ଟୁରିଷ୍ଟ ଟ୍ରେନ୍ ଉତ୍ତରପ୍ରଦେଶ, ବିହାର, ଝାରଖଣ୍ଡ ଏବଂ ଓଡ଼ିଶା ରାଜ୍ୟଗୁଡିକର କେତେକ ପ୍ରମୁଖ ତୀର୍ଥଯାତ୍ରା ଏବଂ ଐତିହ୍ୟ ସ୍ଥଳକୁ ଅନ୍ତର୍ଭୁକ୍ତ କରିବ।

ଘରୋଇ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ "ଦେଖୋ ଅପନା ଦେଶ" ଯୋଜନା ଅନୁଯାୟୀ ଆଇଆରସିଟିସି ଭାରତ ଗୌରବ ଟୁରିଷ୍ଟ ଟ୍ରେନ ଆରମ୍ଭ କରାଯାଇଛି । ଲୋକମାନେ ବହୁଳ ଭାବେ ଏହି ପ୍ୟାକେଜ୍ ଲାଭ ଉଠାଇବାପାଇଁ IRCTC ପେଟିଏମ୍ ଏବଂ ରେଜର ପେ ପେମେଣ୍ଟ ଗେଟୱେ ସହିତ ନିବନ୍ଧନ ହୋଇଛି ।

ପେମେଣ୍ଟ କରିବାକୁ ଉପଭୋକ୍ତା 3, 6, 9, 12, 18 କିମ୍ବା 24 ମାସ EMIର ବିକଳ୍ପ ପାଇବେ । ଏହି EMI ଡେବିଟ୍ / କ୍ରେଡିଟ୍ କାର୍ଡ ମାଧ୍ୟମରେ ପ୍ରଦାନ କରାଯାଇପାରିବ । ଅଧିକ ବିବରଣୀ ପାଇଁ, ଆପଣ IRCTC ୱେବସାଇଟ୍ www.irctctourism.com ପରିଦର୍ଶନ କରିପାରିବେ । କିମ୍ବା IRCTC ମୋବାଇଲ୍ ନମ୍ବର 8287930749 ଏବଂ 8287930712 ସହିତ ଯୋଗାଯୋଗ କରିପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details