ଓଡିଶା

odisha

ETV Bharat / state

ରାଜ୍ୟରେ 11ଶହ କୋଟି ପୁଞ୍ଜି ନିବେଶ କରିବ ଇଣ୍ଡିଆନ ଅଏଲ - ତିନିବର୍ଷରେ 11ଶହ କୋଟି

ତିନିବର୍ଷରେ 11 ଶହ କୋଟିର ପୁଞ୍ଜିନିବେଶ କରିବ ଇଣ୍ଡିଆନ୍ ଅଏଲ । ଖୋର୍ଦ୍ଧା କାଇପଦର ଠାରେ ବଟଲିଙ୍ଗ ପ୍ଲାଣ୍ଟ , ବ୍ରହ୍ମପୁର ଠାରେ ଦେଶର ତିନି ପ୍ରମୁଖ ତୈଳ କମ୍ପାନୀର ମିଳିତ ଉଦ୍ୟମରେ ନିର୍ମାଣ କରାଯିବ ଅଏଲ ଡ଼ିପୋ । ଏନେଇ ସୂଚନା ଦେଲା ଇଣ୍ଡିଆନ ଅଏଲର ରାଜ୍ୟ ମୁଖ୍ୟ ପ୍ରବନ୍ଧକ ସୁଭଜିତ ଘୋଷ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Jul 30, 2019, 8:28 PM IST

ଖୋର୍ଦ୍ଧା: ଆଗାମୀ ତିନିବର୍ଷ ଭିତରେ ଓଡ଼ିଶାରେ 11 ଶହକୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଇଣ୍ଡିଆନ ଅଏଲ ।
ଖୋର୍ଦ୍ଧା କାଇପଦର ଠାରେ ବଟଲିଙ୍ଗ ପ୍ଲାଣ୍ଟ , ବ୍ରହ୍ମପୁର ଠାରେ ଦେଶର ତିନି ପ୍ରମୁଖ ତୈଳ କମ୍ପାନୀର ମିଳିତ ଉଦ୍ୟମରେ ନିର୍ମାଣ କରାଯିବ ଅଏଲ ଡ଼ିପୋ । ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କଲେ ଇଣ୍ଡିଆନ ଅଏଲର ରାଜ୍ୟ ମୁଖ୍ୟ ପ୍ରବନ୍ଧକ ସୁଭଜିତ ଘୋଷ ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସାମ୍ବାଦିକ ସମ୍ମିଳନୀରେ ଘୋଷ କହିଛନ୍ତି ଏହି ପୁଞ୍ଜି ନିବେଶ ଦ୍ବାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ରାଜସ୍ବ ଆଦାୟ କ୍ଷେତ୍ରରେ ଆଇଓସିଏଲ ଶୀର୍ଷରେ ରହିଥିବା ସେ କହିଛନ୍ତି । ଆର୍ଥିକ ବର୍ଷ 2018-19ରେ 6ଲକ୍ଷ 5ହଜାର924 କୋଟି ଟଙ୍କା ବ୍ୟବସାୟ କରିବା ସହ 16 ହଜାର 894 କୋଟି ଟଙ୍କା ପ୍ରତ୍ୟକ୍ଷ ଲାଭ କରିଥିବା କହିଛନ୍ତି ।

ଜଟଣୀ ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀ ପରେ ମୁଖ୍ୟ ପ୍ରବନ୍ଧକଙ୍କ ଉପସ୍ଥିତିରେ ଟର୍ମିନାଲ ପରିସରରେ ମକଡ୍ରିଲ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ପ୍ରବନ୍ଧକଙ୍କ ସହ ସାଧାରଣ ପ୍ରବନ୍ଧକ ରବି କୁମାର ଏବଂ ଏନ୍.ସି ସେଠି ଉପସ୍ଥିତ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details