ଓଡିଶା

odisha

ETV Bharat / state

କୋରୋନା ଯୋଦ୍ଧାଙ୍କୁ ଭାରତୀୟ ନୌସେନାର ସମ୍ମାନ - ଓଡିଶା ପୋଲିସକୁ ଆଇଏନଏସ ଚିଲିକାର ସମ୍ମାନ

ଦିନରାତି ଏକ କରି ପୋଲିସ ଅଧିକାରୀମାନେ ନିଜ ପରିବାରକୁ ଛାଡି ରାଜ୍ୟବାସୀଙ୍କ ସେବା କରୁଥିବା ଦେଖାଯାଉଛି । ଭାରତୀୟ ନୌସେନା ଆଇଏନଏସ ଚିଲିକା ଅଧିକାରୀ ଏନେଇ ଓଡିଶା ପୋଲିସର ପ୍ରୟାସକୁ ଖୁବ ପ୍ରଶଂସା କରିଛନ୍ତି l

police playing vital role in covid-19 fight, khurdha latest news, ins chilika felicitates odisha police, ins chilika, କୋରୋନା ଯୁଦ୍ଧରେ ପୋଲିସଙ୍କ ଭୂମିକା, ଖୋର୍ଦ୍ଧା ଲାଟେଷ୍ଟ ନ୍ୟୁଜ୍‌, ଓଡିଶା ପୋଲିସକୁ ଆଇଏନଏସ ଚିଲିକାର ସମ୍ମାନ, ଆଇଏନଏସ ଚିଲିକା
କୋରୋନା ଯୋଦ୍ଧାଙ୍କୁ ଭାରତୀୟ ନୌସେନାର ସମ୍ମାନ

By

Published : May 4, 2020, 9:16 PM IST

ଖୋର୍ଦ୍ଧା: ରାଜ୍ୟରେ କୋରୋନା ବିରୋଧରେ ଚାଲିଥିବା ଯୁଦ୍ଧରେ ଓଡିଶା ପୋଲିସର ଅବଦାନ ଅତୁଳନୀୟ । ଦିନରାତି ଏକ କରି ପୋଲିସ ଅଧିକାରୀମାନେ ନିଜ ପରିବାରକୁ ଛାଡି ରାଜ୍ୟବାସୀଙ୍କ ସେବା କରୁଥିବା ଦେଖାଯାଉଛି । ଭାରତୀୟ ନୌସେନା ଆଇଏନଏସ ଚିଲିକା ଅଧିକାରୀ ଏନେଇ ଓଡିଶା ପୋଲିସର ପ୍ରୟାସକୁ ଖୁବ ପ୍ରଶଂସା କରିଛନ୍ତି l ଏପରି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟରୁ ସଂକ୍ରମଣ ହଟାଇବା ପାଇଁ ପୋଲିସର ଭୂମିକା ମୁଖ୍ୟ ପାଲଟିଛି ।

କୋରୋନା ଭୂତାଣୁକୁ ସମଗ୍ର ଦେଶରୁ ହଟାଇବାରେ ପୋଲିସ ବାହିନୀ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ଏହାକୁ ସଲାମ କରିଛି ଆଇଏନଏସ ଚିଲିକା । ସୋମବାର ଏନେଇ ଆଇଏନଏସ ଚିଲିକା ପକ୍ଷରୁ ପ୍ରଶାସନିକ ଅଧିକାରୀ କମାଣ୍ଡର ତ୍ରିଲୋଚନ ରାଉତ ଓ ଲେଫ୍ଟନାଣ୍ଟ ସନୋଜ ଥାକରଣ ବାଲୁଗାଁ ଏସଡିପିଓ ସୁରେଶ କୁମାର ଦାସଙ୍କୁ ଭେଟି ଭାରତୀୟ ନୌସେନା ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଅବସରରେ ନୌସେନା ପକ୍ଷରୁ ମାସ୍କ ଓ ସାନିଟାଇଜ ଭର୍ତ୍ତି ଏକ ବାକ୍ସ ମଧ୍ୟ ପୋଲିସକୁ ପ୍ରଦାନ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details