ଭୁବନେଶ୍ବର: ରାଜ୍ଯରେ ବଡ଼ ଧରଣର ଇନକମ ଟ୍ୟାକ୍ସ ରେଡ୍ । ଆୟ ଫାଙ୍କିବା ଅଭିଯୋଗରେ ମଦ ପାଇଁ ପ୍ରସ୍ତୁତ ହେଉଥିବା ସ୍ପିରିଟ ପ୍ରସ୍ତୁତ କାରି କମ୍ପାନୀ ବୌଦ୍ଧ ଡିଷ୍ଟ୍ରିଲେରୀ ପ୍ରାଇଭେଟ୍ ଲିମିଟେଡ୍ ଉପରେ ଚଢାଉ କରାଯାଇଛି । ଏକକାଳୀନ ଭାବେ ୧୫ଟି ସ୍ଥାନରେ ଚଢାଉ କରାଯାଇଛି । ରାୟଗଡ଼ା, ଗୁଣୁପୁର, ଭୁବନେଶ୍ୱରେ ଏୟାରପୋର୍ଟ ଅଞ୍ଚଳରେ ଥିବା ଅଫିସ ସମେତ କମ୍ପାନୀର ଅଫିସମାନଙ୍କରେ ରେଡ ଜାରି ରହିଛି ।
ବିଶେଷ କରି ଆୟକର ପଇଠ ସମ୍ପର୍କିତ କିଛି ତଥ୍ୟ ଆଧାରରେ ଏହି କମ୍ପାନୀ ଉପରେ ଚଢ଼ାଉ ଜାରି ରହିଛି । ଆୟକର ବିଭାଗର କେନ୍ଦ୍ରୀୟ ଅଧିକାରୀ ସମେତ ରାଜ୍ୟ ଜୋନାଲର ଅଧିକାରୀ ମିଳିତ ଭାବେ ଚଢ଼ାଉ ଜାରି ରଖିଛନ୍ତି । ତେବେ କମ୍ପାନୀର କ୍ୟାପିଟାଲ ଓ ମାନୁଫାକ୍ଚର ୟୁନିଟ ଯେପରିକି ଗୋଖାଦ୍ୟ, ଇଟା ଫ୍ୟାକ୍ଟ୍ରି, ବିଲଡର କମ୍ପାନୀ ସମେତ ସ୍ପିରିଟ କମ୍ପାନୀ ଉପରେ ଏକକାଳିନ ଭାବେ ଚଢ଼ାଉ ହେଉଛି । ମିନିଷ୍ଟର ଅଫ କର୍ପୋରେଟ ଆଫାୟରରେ ବୌଦ୍ଧ ଡିଷ୍ଟ୍ରିଲେରୀ ପ୍ରାଇଭେଟ ଲିମିଟେଡର ସିଷ୍ଟର କମ୍ପାନୀ ଭାବେ କ୍ବାଲିଟି ବଟଲର ପ୍ରାଇଭେଟ ଲିମିଟେଡ, କେବିବିପି, ସିଲିକା ବଟଲି ଆଣ୍ଡ ବ୍ଲେଣ୍ଡି, ବଲଦେବ ସାହୁ ଇନଫ୍ରା, ଏନକରେଜ ଭିନକମଲଙ୍ଗଭିଓ ସେଲସ ଏଜେନ୍ସି ଭଳି ଅନେକ କମ୍ପାନୀ ରହିଛି ।
ତେବେ ଆୟକର ଟିମ୍ ଅଧିକାରୀମାନେ ବିଭିନ୍ନ ସ୍ଥାନକୁ ଯାଇ କମ୍ପାନୀର ବାଲାନ୍ସ ସିଟ୍, ରିଜର୍ଭ , ସରପ୍ଲସ ରିପୋର୍ଟ ସହ ଲଙ୍ଗଟର୍ମ ଓ ସର୍ଟଟର୍ମ ବରୋଇଙ୍ଗ, କରେଣ୍ଟ ଇନଭେଷ୍ଟମେଣ୍ଟ, କ୍ୟାସ ଏବଂ ବ୍ୟାଙ୍କ ବାଲାନ୍ସକୁ ତଲିସି କରୁଛି । ସେହିଭଳି ଟୋଟାଲ ରେଭନ୍ୟୁ ଟର୍ଣ୍ଣୋଭର, ଟୋଟାଲ ଏକ୍ସପେନ୍ସ,ଏମ୍ଲୋଇ ବେନଫିଟ ଏକ୍ସପେନ୍ସ,, ଫାଇନାନ୍ସ ଡେପ୍ରିସେସନ, ପ୍ରଫିଟ ବିଫୋର ଟ୍ୟାକ୍ସ ଓ ପ୍ରଫିଟ ଆଫ୍ଟର ଟାକ୍ସ ଆଦି ଅନେକ ଦିଗକୁ ନେଇ ତନାଘନା କରିଛନ୍ତି । ଉଦୟ ଶଙ୍କର ପ୍ରସାଦ ଡାଇରେକ୍ଟର ଥିବା ଏହି କମ୍ପାନୀର ଅନ୍ୟ ତମ ଡାଇରେକ୍ଟର ଅଛନ୍ତି ରିତେଶ ସାହୁ, ଅମିତ ସାହୁ ଓ ସିଦ୍ଧାର୍ଥ ସାହୁ ।