ଓଡିଶା

odisha

ETV Bharat / state

Make In Odisha Conclave: ରୂପାନ୍ତରିତ ଓଡିଶାର ଚିତ୍ର ଦେଖିଲା ବିଶ୍ୱ - ରୂପାନ୍ତରିତ ଓଡିଶାର ଚିତ୍ର ଦେଖିଲା ବିଶ୍ୱ

ରୂପାନ୍ତରିତ ଓଡିଶାର ଚିତ୍ର ଦେଖିଲା ବିଶ୍ୱ । ମେକ ଇନ୍ ଓଡ଼ିଶା କନକ୍ଲେଭରେ ଓଡ଼ିଶା ରୂପାନ୍ତରଣର ଚିତ୍ର ବିଶ୍ୱକୁ ଦେଖାଇଛି ରାଜ୍ୟ । ସାଂସ୍କୃତିକ କାର୍ଯ୍ୟକ୍ରମ, ଲେଜର ସୋ ଓ ଡ୍ରୋନ ସୋ ଜରିଆରେ ଅନୁଷ୍ଠିତ ହୋଇଛି କାର୍ଯ୍ୟକ୍ରମ । ସାଂସ୍କୃତିକ କାର୍ଯ୍ୟକ୍ରମରେ ୫୦୦ ରୁ ଅଧିକ କଳାକାର ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

Make In Odisha Conclave: ରୂପାନ୍ତରିତ ଓଡିଶାର ଚିତ୍ର ଦେଖିଲା ବିଶ୍ୱ
Make In Odisha Conclave: ରୂପାନ୍ତରିତ ଓଡିଶାର ଚିତ୍ର ଦେଖିଲା ବିଶ୍ୱ

By

Published : Nov 30, 2022, 11:10 PM IST

ଭୁବନେଶ୍ବର: ରୂପାନ୍ତରିତ ଓଡିଶାର ଚିତ୍ର ଦେଖିଲା ବିଶ୍ୱ । ମେକ ଇନ୍ ଓଡ଼ିଶା କନକ୍ଲେଭରେ ଓଡ଼ିଶା ରୂପାନ୍ତରଣର ଚିତ୍ର ବିଶ୍ୱକୁ ଦେଖାଇଛି ରାଜ୍ୟ । ସାଂସ୍କୃତିକ କାର୍ଯ୍ୟକ୍ରମ, ଲେଜର ସୋ ଓ ଡ୍ରୋନ ସୋ ଜରିଆରେ ଅନୁଷ୍ଠିତ ହୋଇଛି କାର୍ଯ୍ୟକ୍ରମ । ସାଂସ୍କୃତିକ କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ କଳାକାର ସାମିଲ ହୋଇଥିଲେ ।

Make In Odisha Conclave: ରୂପାନ୍ତରିତ ଓଡିଶାର ଚିତ୍ର ଦେଖିଲା ବିଶ୍ୱ

ଓଡ଼ିଶାର କଳା ଓ ସଂସ୍କୃତି ଉପରେ ଆଧାରିତ ଏକ କାର୍ଯକ୍ରମ ଆକାଶରେ ଅନୁଷ୍ଠିତ ହୋଇଛି । ୬୦୦ ଡ୍ରୋନକୁ ନେଇ ଆକାଶରେ ଓଡ଼ିଶୀ ନୃତ୍ୟ, କୋଣାର୍କ ମନ୍ଦିର, ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା, ରଥ ପ୍ରଭୃତି ପ୍ରଦର୍ଶିତ ହୋଇଛି । ୫ ମିନିଟର ଏହି ଡ୍ରୋନ ସୋ ଖୁବ୍ ଚିତ୍ତାକର୍ଷକ ଥିଲା ଆକାଶରେ । ଏହାପରେ ୩ଡି ଲେଜର ସୋ ଅନୁଷ୍ଠିତ ହୋଇଛି । ଓଡ଼ିଶାର ବିଭିନ୍ନ ଉଲ୍ଲେଖନୀୟ ସଫଳତାକୁ ୩ଡି ସୋ ମାଧ୍ୟମରେ ଦେଖାଯାଇଛି ।

Make In Odisha Conclave: ରୂପାନ୍ତରିତ ଓଡିଶାର ଚିତ୍ର ଦେଖିଲା ବିଶ୍ୱ
Make In Odisha Conclave: ରୂପାନ୍ତରିତ ଓଡିଶାର ଚିତ୍ର ଦେଖିଲା ବିଶ୍ୱ

ରୂପାନ୍ତର କାର୍ଯକ୍ରମ ନୃତ୍ୟରେ ପରିବେଷଣ କରିଛନ୍ତି ଓଡ଼ିଶା ଡ୍ୟାନ୍ସ ଏକାଡେମୀର କାଳକାଳ । ମାହାରୀ, ଗୋଟିପୁଅ ଓ ଓଡ଼ିଶୀ ନୃତ୍ୟ ପ୍ରଦର୍ଶିତ ହୋଇଛି । ଓଡ଼ିଶାର ଇତିହାସ, ସଂସ୍କୃତି, ଓଡ଼ିଶୀ, ପ୍ରମୁଖ ବ୍ୟକ୍ତି, ସ୍କୁଲ ରୁପାନ୍ତରଣ, ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ ପୀଠର ରୂପାନ୍ତରଣ, ପର୍ଯଟନ କ୍ଷେତ୍ରର ବିକାଶ, ଓଡ଼ିଶାର ହସ୍ତ ତନ୍ତ, ମାଟିରୁ ପଥର କାରିଗର, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା, ସ୍ବାସ୍ଥ୍ୟ ଉପରେ ଆଧାରିତ ଥିଲା ରୂପାନ୍ତର ନୃତ୍ୟ ।

ମୁଖ୍ୟମନ୍ତ୍ରୀ ଆନ୍ତର୍ଜାତୀୟ ପ୍ରତିନିଧିଙ୍କ ସହ ବସି ଦେଖିଛନ୍ତି । କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ସମେତ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ, ସାଂସଦ, ବିଧାୟକ, ଭୁବନେଶ୍ୱର ଓ କଟକ ମେୟର ସାମିଲ ହୋଇଥିଲେ । ସେହିପରି ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମାଙ୍କ ସମେତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗ, ଅର୍ଥ ସଚିବ ବିଶାଳ ଦେବ, ଆଇଟି ସଚିବ ମନୋଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details