ଓଡିଶା

odisha

By

Published : Jan 12, 2021, 10:46 PM IST

ETV Bharat / state

ମକର ମହୋତ୍ସବ ପାଇଁ ହଟକେଶ୍ବରଙ୍କ ପୀଠରେ ଶୁଭଖୁଣ୍ଟି ସ୍ଥାପନ

ଖୋର୍ଦ୍ଧା ବାବା ହଟକେଶ୍ବରଙ୍କ ପୀଠରେ ମକର ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ ହୋଇଛି। ମହାମାରୀ କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ନିରାଡ଼ମ୍ବର ଭାବରେ ମକର ମହୋତ୍ସବ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅଧିକ ପଢ଼ନ୍ତୁ...

inauguration of makar mahotsav in baba hatakeswar temple in khurda
ମକର ମହୋତ୍ସବ ପାଇଁ ହଟକେଶ୍ବରଙ୍କ ପୀଠରେ ଶୁଭ ଖୁଣ୍ଟ ସ୍ଥାପନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ଶୈବପୀଠ ବାବା ହଟକେଶ୍ବରଙ୍କ ପୀଠରେ ମକର ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ ହୋଇଛି। ପ୍ରତୀକାତ୍ମକ ଭାବେ ଚଳିତ ମକର ମହୋତ୍ସବ ଭୂମିପୂଜନ ମଧ୍ୟ ହୋଇଛି। ପ୍ରତିବର୍ଷ ମକର ସଂକ୍ରାନ୍ତିଠାରୁ ଚାରି ଦିନ ଧରି ବାବା ହଟକେଶ୍ବରଙ୍କ ପୀଠରେ ଧୁମଧାମରେ ମକର ମହୋତ୍ସବ ପାଳନ କରାଯାଏ।

ମକର ମହୋତ୍ସବ ପାଇଁ ହଟକେଶ୍ବରଙ୍କ ପୀଠରେ ଶୁଭ ଖୁଣ୍ଟ ସ୍ଥାପନ

ତେବେ ମହାମାରୀ କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ନିରାଡ଼ମ୍ବର ଭାବରେ ମକର ମହୋତ୍ସବ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଶୁଭଖୁଣ୍ଟି ସ୍ଥାପନ ପାଇଁ ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ହଟକେଶ୍ବରଙ୍କ ମନ୍ଦିରରୁ ଆଜ୍ଞାମାଳକୁ ଶ୍ରଦ୍ଧାଳୁମାନେ ଘଣ୍ଟଘଣ୍ଟା ବଜାଇ ମହୋତ୍ସବ ପଡ଼ିଆକୁ ଆଣିଥିଲେ। ଏହାପରେ ସେଠାରେ ବାବାଙ୍କ ନୀତିକାନ୍ତି କରାଯାଇ ଶୁଭଖୁଣ୍ଟି ସ୍ଥାପନ କରାଯାଇଥଲା।

ବେଗୁନିଆ ତହସିଲଦାର ପୃଥ୍ବୀରାଜ ମଣ୍ଡଳଙ୍କ କରକମଳରେ ଏହି ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏହାପରେ ଆନୁଷ୍ଠାନିକ ଭାବେ ମହୋତ୍ସବର କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଛି। କୋରୋନା କଟକଣା ଯୋଗୁଁ ଚଳିତ ବର୍ଷ ଫିକା ପଡ଼ିଛି ମକର ମହୋତ୍ସବ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details