ଓଡିଶା

odisha

By

Published : Sep 1, 2019, 12:59 PM IST

ETV Bharat / state

ବଧୂ ହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ଖୋର୍ଦ୍ଧା ଜଟଣୀରେ ନବବଧୂଙ୍କୁ ହତ୍ୟା କରାଯାଇଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି । ଫଳରେ ସ୍ବାମୀଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ପୁଣି ଯୌତୁକ ଜୁଇରେ ଜଳିଲା ଆଉ ଜଣେ ନବ ବଧୂ । ଖୋର୍ଦ୍ଧା ଜଟଣୀରେ ନବବଧୂଙ୍କୁ ହତ୍ୟା କରାଯାଇଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ଜଟଣୀ ପୋଲିସ ସୋନାଲିଙ୍କ ସ୍ବାମୀଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସୂଚନାନୁଯାୟୀ, 6 ମାସ ପୂର୍ବରୁ ମୃତ ସୋନାଲି ସେଠୀ ଖୋର୍ଦ୍ଧା ଜଟଣୀ ପୋଷ୍ଟ ଅଫିସ ନିକଟରେ ରହୁଥିବା ବିରଞ୍ଚୀ ନାରାୟଣ ସେଠୀଙ୍କ ପୁଅ ସୁବ୍ରତ ସେଠୀଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଆବଶ୍ୟକ ମୁତାବକ ଯୌତୁକ ଦିଆଯାଇଥିଲା । ତେବେ ଅଧିକ ଯୌତୁକ ଦାବି କରି ଅନେକ ସମୟରେ ଶାଶୂଘର ଲୋକ ନିର୍ଯାତନା ଦେଉଥିବା ସୋନାଲିଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ମୃତ ସୋନାଲି ପିପିଲି ଥାନା ଅନ୍ତର୍ଗତ କମଳସାଗର ପାଟଣା ଗାଁର ବାସିନ୍ଦା ବୋଲି ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ABOUT THE AUTHOR

...view details