କଟକ: ମୂର୍ତ୍ତି ଉଚ୍ଚତାକୁ ନେଇ ଆନ୍ଦାେଳନକୁ ଓହ୍ଲାଇଛି ସାମାଜିକ ସଙ୍ଗଠନ । ସୂଚନାନୁସାରେ ସରକାରୀ କୋଭିଡ ଗାଇଡ଼ ଲାଇନରେ ୪ ଫୁଟର ମୂର୍ତ୍ତି ଉଚ୍ଚତା ଓ ପରଦା ପଛରେ ମୃଣ୍ମୟୀ ମୂର୍ତ୍ତି ପୂଜା କରାଯିବା ନିୟମକୁ ବିରୋଧ କରି କଟକ ସାମାଜିକ ସଙ୍ଗଠନ ପକ୍ଷରୁ ଏକାଠି ହେଲେ ୩୦ରୁ ଊର୍ଦ୍ଧ୍ବ ସାମାଜିକ ସଙ୍ଗଠନ ।
ସିଲଭର ସିଟିରେ ମା'ଙ୍କ ମୂର୍ତ୍ତି ଉଚ୍ଚତାକୁ ନେଇ ତାତିଲେ ୩୦ରୁ ଊର୍ଦ୍ଧ୍ବ ସାମାଜିକ ସଙ୍ଗଠନ - ସାମାଜିକ ଦୂରତ୍ବ
ମୂର୍ତ୍ତିକୁ ଉଚ୍ଚତାକୁ ନେଇ ଆନ୍ଦାେଳନ ତେଜିବାରେ ଲାଗିଛି । ପୁନଃ ବିଚାର ବିମର୍ଶ କରି ନିଷ୍ପତ୍ତି ବଦଳାଇବାକୁ ସାମାଜିକ ସଙ୍ଗଠନର ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...
ସିଲଭର ସିଟିରେ ମା'ଙ୍କ ମୂର୍ତ୍ତି ଉଚ୍ଚତାକୁ ନେଇ ତାତିଲେ ସାମାଜିକ ସଙ୍ଗଠନ
ସିଲଭର ସିଟିରେ ମା'ଙ୍କ ମୂର୍ତ୍ତି ଉଚ୍ଚତାକୁ ନେଇ ତାତିଲେ ସାମାଜିକ ସଙ୍ଗଠନ
ତେବେ ମାଙ୍କ ଆଗମନ ବିନା ଶୋଭଯାତ୍ରା ହେଉ କିନ୍ତୁ ମୃଣ୍ମୟ ମୂର୍ତ୍ତିର ଉଚ୍ଚତା ପୂର୍ବ ବର୍ଷ ଗୁଡିକ ଭଳି ସ୍ୱାଭାବିକ ରଖାଯାଉ ଓ ପରଦା ପଛରେ ଦର୍ଶନ ନ କରାଯାଇ ପ୍ରତ୍ୟକ୍ଷ ଦର୍ଶନ କରିବା ପାଇଁ ଦାବି କରିଛନ୍ତି ସମସ୍ତ ସଙ୍ଗଠନ ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ