ଓଡିଶା

odisha

ETV Bharat / state

ଚାଲିଛି BJPର ଗୁରୁତ୍ବପୂର୍ଣ୍ଣ ବୈଠକ, ଦଳକୁ ମଜବୁତ କରିବାକୁ ମନ୍ତ୍ର ଦେବେ ସୁନୀଲ ବଂଶଲ - ସୁନୀଲ ବଂଶଲ ଓଡିଶା ଗସ୍ତ

ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ୨୦୨୪ ନିର୍ବାଚନ ପୂର୍ବରୁ ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବାକୁ ମନ୍ତ୍ର ଦେବେ ସୁନୀଲ ବଂଶଲ । ଅଧିକ ପଢନ୍ତୁ

ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ
ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ

By

Published : Dec 17, 2022, 1:13 PM IST

Updated : Dec 17, 2022, 2:23 PM IST

ଚାଲିଛି BJPର ଗୁରୁତ୍ବପୂର୍ଣ୍ଣ ବୈଠକ, ଦଳକୁ ମଜବୁତ କରିବାକୁ ମନ୍ତ୍ର ଦେବେ ସୁନୀଲ ବଂଶଲ

ଭୁବନେଶ୍ବର:ଆରମ୍ଭ ହେଲା ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ । ଆଜି ଭୁବନେଶ୍ବର ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏହି ବୈଠକ ବସିଛି (Important Meeting Of BJP Begins At Party Office) । ସାଧାରଣ ନିର୍ବାଚନ ଦୃଷ୍ଟିରୁ ଦଳକୁ ମଜବୁତ କରିବା ପାଇଁ ଦୁଇଟି ପର୍ଯ୍ୟାୟରେ ଏହି ବୈଠକ ହେବ । ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଓ ରାଜ୍ୟ ପଦାଧିକାରୀମାନଙ୍କ ସହ ପ୍ରଥମ ପର୍ଯ୍ୟାୟ ବୈଠକ ଆରମ୍ଭ ହୋଇଛି । ଏଥିରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ବିଜେପି ରାଜ୍ୟ ପ୍ରଭାରୀ ଡ଼ି. ପୁରନ୍ଦେଶ୍ୱରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଅଛନ୍ତି । କୋର କମିଟି ସଦସ୍ୟଙ୍କୁ ନେଇ ଦ୍ବିତୀୟ ପର୍ଯ୍ୟାୟ ବୈଠକ ବସିବ ।

୨୦୨୪ ସାଧାରଣ ନିର୍ବାଚନକୁ ଦେଢବର୍ଷରୁ କମ୍ ସମୟ ବାକିଥିବା ବେଳେ ବିଜେପି ଜୋରଦାର ପ୍ରସ୍ତୁତିରେ ଲାଗିପଡିଛି । ତୃଣମୂଳ ସ୍ତରରୁ ସଂଗଠନ ମଜବୁତ କରିବା ଉପରେ ଦଳ ଗୁରୁତ୍ବ ଦେଉଛି । ଆଜିର ବୈଠକରେ ସାଧାରଣ ନିର୍ବାଚନ ନେଇ ରୋଡମ୍ୟାପ ପ୍ରସ୍ତୁତ କରାଯିବ । ରାଜ୍ୟରେ ନାରୀ ନିର୍ଯାତନା, ଚାଷୀ ସମସ୍ୟା ନେଇ ସରକାର ବିରୋଧରେ କିପରି ଦଳ ଆନ୍ଦୋଳନ କରିବ ସେନେଇ କ୍ଷେତ୍ରୀୟ ପ୍ରଭାରୀ ଗୁରୁମନ୍ତ୍ର ଦେବେ । ଏହାସହିତ ବୁଥ ମଜବୁତ, ଶକ୍ତି କେନ୍ଦ୍ର ମଜବୁତ କରିବା ଉପରେ ଆଲୋଚନା ହେବ । କେନ୍ଦ୍ରୀୟ ନେତୃବୃନ୍ଦମାନେ କର୍ମୀମାନଙ୍କୁ ମାର୍ଗଦର୍ଶନ କରିବେ ।

ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ''ବିଜେଡ଼ି ପାଖରେ ପଦ୍ମପୁର ମଡେଲ ହେଲେ ବିଜେପି ପାଖରେ ଧାମନଗର ମଡେଲ ଅଛି । ଧାମନଗର ଓ ପଦ୍ମପୁର ଉପନିର୍ବାଚନ ଆମକୁ ଶିକ୍ଷା ଦେଇଛି । ଓଡିଶା ସରକାରଙ୍କ ଅପାରଗତା, ସ୍ଥାଣୁତା ଓ ଭ୍ରଷ୍ଟାଚାରକୁ ପ୍ରମୁଖ ପ୍ରସଙ୍ଗ କରିବ ଦଳ ।'' ଆଜିର ବୈଠକରେ ରାଜନୈତିକ ପ୍ରସଙ୍ଗ ସହ ସଂଗଠନାତ୍ମକ ଦୃଢୀକରଣ ସମ୍ପର୍କରେ ଆଲୋଚନା ହେବ ବୋଲି ଧର୍ମେନ୍ଦ୍ର ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 17, 2022, 2:23 PM IST

ABOUT THE AUTHOR

...view details