ଓଡିଶା

odisha

କାଲିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ, ୧୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ

By

Published : Jul 28, 2023, 8:35 PM IST

ଆସନ୍ତା ୩୦ ତାରିଖରେ ଆସୁଛି ଆଉ ଏକ ବଡ଼ ବର୍ଷା । ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ପାଇଁ 3 ଜିଲ୍ଲାରେ ପ୍ରବଳ ବର୍ଷା ଅରେଞ୍ଜେ ଓ 14 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

୩୦ ତାରିଖରେ ଆସୁଛି ଆଉ ଏକ ବଡ଼ ବର୍ଷା
୩୦ ତାରିଖରେ ଆସୁଛି ଆଉ ଏକ ବଡ଼ ବର୍ଷା

୩୦ ତାରିଖରେ ଆସୁଛି ଆଉ ଏକ ବଡ଼ ବର୍ଷା

ଭୁବନେଶ୍ବର: ସ୍ବାଭାବିକ ଅବସ୍ଥାକୁ ଫେରୁଛି ମୌସୁମୀ ନିମ୍ନ ଚାପରେଖା । ଏହାସହ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଯାହାର ପ୍ରଭାବରେ କାଲିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ । ବିଶେଷ କରି ଉତ୍ତର ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି (ଶନିବାର) ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ବାଲେଶ୍ବର, ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୧୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

୩୦ ତାରିଖ ଏବଂ ୩୧ ତାରିଖରେ ବର୍ଷାର ପରିମାଣ ବଢ଼ିପରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ୧ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଏବଂ କନ୍ଧମାଳକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ । ୨ ତାରିଖରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର ।

ଅଧିକ ପଢନ୍ତୁ: 30ରୁ ବିସ୍ତୃତି ବର୍ଷା: 3 ଦିନ ପରେ ନିର୍ଦ୍ଧୁମ ଛେଚିବ, 6 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ସେପଟେ ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୪୫୨.୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏହି ସମୟ ମଧ୍ୟରେ ୫୧୫.୬ ମିଲିମିଟର ବର୍ଷା ହେବା କଥା । ଯାହା ସ୍ବାଭାବିକ ବର୍ଷାଠାରୁ ୧୨ ପ୍ରତିଶତ ନିଅଣ୍ଟିଆ ରହିଛି । ୧୬ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ୨ଟି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି । ୧୨ଟି ଜିଲ୍ଲାରେ ଏବେ ବି ନିଅଣ୍ଟିଆ ପରିସ୍ଥିତି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରେ ସର୍ବାଧିକ ୧୫୬.୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ କଳାହାଣ୍ଡିରେ ୧୦୫.୪ ମିଲିମିଟର ରେକର୍ଡ ହୋଇଛି । ସେହିପରି ସୋନପୁରରେ ୧୦୦.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ତେବେ ଆଗାମି ସପ୍ତାହେ କିମ୍ବା ଦୁଇ ସପ୍ତାହ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ନଥିବା ପାଣିପାଗ ବିଭାଗ କହିଛି । ବର୍ଷା କମିଗଲେ ରାଜ୍ୟରେ ଖରା, ଗୁଳୁଗୁଳି ଓ ଗରମ ପ୍ରକୋପ ବି ବଢ଼ିବା ଆଶଙ୍କା ରହିଛି । ଲଘୁଚାପ ପରେ ଲଘୁଚାପ ଆସୁଛି, ତଥାପି ବିସ୍ତୃତାଞ୍ଚଳରେ ବଡ଼ ବର୍ଷା ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details