ଓଡିଶା

odisha

ETV Bharat / state

Weather Update: ରାଜ୍ୟରେ ବଢିବ ଶୀତ, 7 ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା - ବର୍ଷା ପରେ ଆକାଶ ମେଘମୁକ୍ତ

ବର୍ଷା ପରେ ଆକାଶ ମେଘମୁକ୍ତ ହେଉଥିବାରୁ ବଢ଼ିବ ଶୀତ । ରାତିରେ ତାପମାତ୍ରା ୩ ରୁ ୪ ଡ୍ରିିଗ୍ରୀ ହ୍ରାସ ପାଇବାକୁ ଥିବାବେଳେ 7 ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ

odisha may witness winter chill
ରାଜ୍ୟରେ ବଢିବ ଶୀତର ପ୍ରକୋପ

By ETV Bharat Odisha Team

Published : Nov 6, 2023, 5:47 PM IST

ରାଜ୍ୟରେ ବଢିବ ଶୀତର ପ୍ରକୋପ

ଭୁବନେଶ୍ବର: ରାଜ୍ୟରେ ରାତିରେ ଖସିବ ପାରଦ ବଢିବ ଶୀତ । ବର୍ଷା ପରେ ଆକାଶ ମେଘମୁକ୍ତ ହେଉଥିବାରୁ ବଢ଼ିବ ଶୀତ । ରାତିରେ ତାପମାତ୍ରା ୩ ରୁ ୪ ଡ୍ରିିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ୨୪ ଘଣ୍ଟାରେ ରାଜ୍ୟର ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପରବର୍ତ୍ତୀ ସମୟରେ ରାଜ୍ୟର ଅନେକ ସ୍ଥାନରେ ରାତ୍ରି ତାପମାତ୍ରା କମିବା ନେଇ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ଗତ କିଛି ଦିନ ହେବ ଥଣ୍ଡା କମ୍ ରହିଥିଲା । ପଶ୍ଚିମା-ଝଡ଼ ପ୍ରଭାବରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ହେଉଥିଲା । ଆକାଶ ମେଘୁଆ ରହିବା ସହ ଥଣ୍ଡାର ପରିମାଣ କମିଥିଲା । ଅନ୍ୟପଟେ ଆସନ୍ତାକାଲି(ମଙ୍ଗଳବାର) ପର୍ଯ୍ୟନ୍ତ ରାଜ୍ୟରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ଓଡିଶାକୁ ଆସୁଥିବା ଗରମ ଶୁଷ୍କ ବାୟୁ ପ୍ରବାହ ପ୍ରଭାବରେ ଏଭଳି ପାଗ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବାୟୁମଣ୍ଡଳରେ ଥିବା ପ୍ରଚୁର ପରିମାଣର ଜଳୀୟବାଷ୍ପ ପାଇଁ ଆର୍ଦ୍ରତା ବୃଦ୍ଧି ପାଇଛି । ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ଏହା ସହିତ ପଶ୍ଚିମା ଝଡ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏହା ବି ପଢନ୍ତୁ...Weather Update: ନଭେମ୍ବରରେ ଅନୁଭୂତ ହେବ କମ୍ ଶୀତ

ଆଉ ଗୋଟେ ଦିନ ପରେ ରାଜ୍ୟରେ ବଦଳିବ ପାଗ । ରାତି ତାପମାତ୍ରା ୩ ରୁ ୪ଡିଗ୍ରୀ ପର୍ଯ୍ୟନ୍ତ କମିବା ସହ ଶୀତ ଅନୁଭୁତ ହେବ । କାର୍ତ୍ତିକରେ ଖରା ଛାଇ ଖେଳ ଦେଖିବାକୁ ମିଳୁଛି । ରାଜ୍ୟରେ କେତେବେଳେ ହାଲୁକା ଥଣ୍ଡା ତ ପୁଣି କେତେବେଳେ ବର୍ଷା ଦେଖିବାକୁ ମିଳୁଛି । ପୁଣି କେତେବେଳେ ଗରମ ଗୁଳୁଗୁଳି କରୁଛି ଅସ୍ତବ୍ୟସ୍ତ । ଆଜି ଦକ୍ଷିଣ ଉପକୂଳ ଓଡ଼ିଶାର 7ଟି ଜିଲ୍ଲାରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଜିଲ୍ଲା ଗୁଡିକ ହେଲା ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା, କୋରାପୁଟ ଓ ମାଲକାନଗିରି । ଆସନ୍ତାକାଲି(ମଙ୍ଗଳବାର) ମଧ୍ୟ କୋରାପୁଟ, ରାୟଗଡା, ମାଲକାନଗିରି ଆଦି ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details