ଓଡିଶା

odisha

ETV Bharat / state

ସାମ୍ପୁରୁ ହେଉଛି କି କ୍ୟାନ୍ସର ? ଜାଣନ୍ତୁ ଏନେଇ କଣ କହୁଛନ୍ତି ILS ବୈଜ୍ଞାନିକ

ୟୁନିଲିଭରର ଏକାଧିକ ସାମ୍ପୁରେ କ୍ୟାନସର ସୃଷ୍ଟିକାରୀ କେମିକାଲ ରହିଛି । ଆମେରିକା ବଜାରରୁ ୟୁନିଲିଭର କମ୍ପାନୀ ସାମ୍ପୁ ଫେରାଇ ଆଣିଛି । ଫଳରେ ରକ୍ତକର୍କଟ ଭଳି ରୋଗ ହେବାର ସମ୍ଭବନା ରହିଛି । ତେବେ ଏନେଇ ଆଇଏଲଏସ ବୈଜ୍ଞାନିକ ସନ୍ଦୀପ ମିଶ୍ର କଣ କହିଛନ୍ତି ଶୁଣନ୍ତୁ ।

By

Published : Oct 28, 2022, 9:20 AM IST

ସାମ୍ପୁରୁ ହେଉଛି କ୍ୟାନ୍ସର
ସାମ୍ପୁରୁ ହେଉଛି କ୍ୟାନ୍ସର

ଭୁବନେଶ୍ବର:ଦୈନନ୍ଦିନ ଜୀବନରେ ପ୍ରତ୍ୟେକ ମନୁଷ୍ୟ ସାମ୍ପୁର ବ୍ୟବହାର କରିଥାନ୍ତି । ତେବେ ସାମ୍ପୁ ବ୍ୟବହାର କରିବା ଦ୍ବାରା ମଧ୍ୟ ଅନେକ ରୋଗ ହୋଇଥାଏ । ଏହି ଖବର ବିଶ୍ବାସ ନଲାଗିଲେ ମଧ୍ୟ ଖବରଟି ସତ । ସାମ୍ପୁ ବ୍ୟବହାର କରିବା ଦ୍ବାରା କ୍ୟାନ୍ସର ରୋଗ ମଧ୍ୟ ହୋଇପାରେ । ଆମେରିକାର ରିପୋର୍ଟ ପରେ ଭାରତରେ ଚିନ୍ତା ବଢ଼ାଇଛି । ୟୁନିଲିଭରର ଏକାଧିକ ସାମ୍ପୁରେ କ୍ୟାନସର ସୃଷ୍ଟିକାରୀ କେମିକାଲ ରହିଛି । ଦେଶ ତଥା ବିଶ୍ଵର ଏକ ଜଣାଶୁଣା କମ୍ପାନୀ ୟୁନିଲିଭର କହିଛି ଯେ, ଅନେକ ବଡ ବ୍ରାଣ୍ଡର ସାମ୍ପୁରେ କର୍କଟ ରୋଗ ସୃଷ୍ଟି କରିଲା ଭଳି ରାସାୟନିକ ପଦାର୍ଥ ଅଛି । ତେବେ ଏନେଇ ମତ ଦେଇଛନ୍ତି ଆଇଏଲଏସର ବୈଜ୍ଞାନିକ ସନ୍ଦୀପ ମିଶ୍ର ।

ସାମ୍ପୁରୁ ହେଉଛି କ୍ୟାନ୍ସର

ଏହା ମଧ୍ୟ ପଢନ୍ତୁ: T20 world cup: ଜିମ୍ବାୱେର ଜଲୱା, ପାକିସ୍ତାନକୁ ୧ ରନ୍‌ରେ ହରାଇଲା

ଏକ ରିପୋର୍ଟ ଅନୁଯାୟୀ, ଶୁଖିଲା ସାମ୍ପୁରେ ବେନଜିନର ପରିମାଣ ଦେଖିବାକୁ ମିଳିଛି । ଏହା କର୍କଟ ରୋଗ ସୃଷ୍ଟି କରୁଥିବା ଦେଖାଯାଇଛି । ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ଅନୁଯାୟୀ, ଏହି ଉତ୍ପାଦଗୁଡିକ ଅକ୍ଟୋବର 2021 ପୂର୍ବରୁ ପ୍ରସ୍ତୁତ କରାଯାଇ ସାରା ଦେଶରେ ଖୁଚୁରା ବ୍ୟବସାୟୀମାନଙ୍କୁ ବଣ୍ଟନ କରାଯାଇଥିଲା । ଏଥିମଧ୍ୟରେ କିଛି ସାମ୍ପୁର ଶୁଖିଲା ଭଲ୍ୟୁମ୍ ଏବଂ ପୂର୍ଣ୍ଣତା, ନେକ୍ସକ୍ସ ଶୁଖିଲା ସାମ୍ପୁ ସତେଜ ମିଷ୍ଟ ଏବଂ ସୁଆଭେ ପ୍ରଫେସନାଲ୍ ସାମିଲ ଥିଲା । ମାନବ ଶରୀରରେ କର୍କଟ ରୋଗ ସୃଷ୍ଟି କରିବାର ବେନଜିନର ସାମର୍ଥ୍ୟ ଅଛି । ଏହା ଅନେକ ଉପାୟରେ ମଣିଷ ଶରୀରରେ ପ୍ରବେଶ କରେ । ଏହା ଚର୍ମ, ନାକ ଓ ପାଟି ଦେଇ ଯାଇପାରିବ । ଲ୍ୟୁକେମିଆ ଓ ବ୍ଲଡ୍ କ୍ୟାନସର ଭଳି ରୋଗ ହେବାର ଆଶଙ୍କା ରହିଛି । ଏପରି ସାମ୍ପୁ ବ୍ୟବହାର ବନ୍ଦ କରିବା ଦରକାର କହିଛି ଏଫଡିଏ । ଆମେରିକାର ରିପୋର୍ଟ ପରେ ଭାରତରେ ଚିନ୍ତା ବଢ଼ାଇଛି।

ଏହା ମଧ୍ୟ ପଢନ୍ତୁ: ସାବଧାନ ! ହେୟାର ଷ୍ଟ୍ରେଟନିଂ କେମିକାଲ୍ସ କାରଣରୁ ହୋଇପାରେ ଗର୍ଭାଶୟ କ୍ୟାନ୍ସର

ଆଇଏଲଏସ ବୈଜ୍ଞାନିକ ସନ୍ଦୀପ ମିଶ୍ର କହିଛନ୍ତି,"ଏହା ଭାରତରେ ମଧ୍ୟ ବ୍ୟବହାର କରାଯାଉଛି । ବିଶେଷ ଭାବରେ କଳାକାରମାନେ ଏହାର ବ୍ୟବହାର କରିଥାନ୍ତି । ଭାରତରେ ଡ୍ରାଏ ସାମ୍ପୁର ବ୍ୟବହାର ବହୁତ କମ୍ ରହିଛି । କିଛି ସାମ୍ପୁରେ ବେଞ୍ଜିନ ରହିଛି । ଯାହାକି ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ । ବେଞ୍ଜିନର ପରିମାଣ ଅଧିକା ରହିଥିଲେ କ୍ୟାନ୍ସରର ସମ୍ଭାବନା ଅଧିକ ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details