ଭୁବନେଶ୍ବର:ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଆଉ ଏକ ସଫଳତା ହାସଲ କଲା ଆଇଏଲଏସ । ଆଇଏଲଏସ ଆଣିଲା ନୂଆ ଆବିଷ୍କାର ପ୍ରୋଟିନ୍ NCoR 1 ।ଏହା ଦ୍ବାରା ବହୁ ଜଟିଳ ରୋଗରୁ ମୁକ୍ତି ମିଳିପାରିବ ବୋଲି କୁହାଯାଇଛି । ପୂର୍ବରୁ ମଧ୍ୟ କ୍ୟାନ୍ସର ଭଳି ରୋଗ ପାଇଁ ପ୍ରୋଟିନ ଉପରେ ଗବେଷଣା କରି ସଫଳତା ପାଇଛି ଆଇଏଲଏସ ।
ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଜୀବ ବିଜ୍ଞାନ ଅନୁଷ୍ଠାନ (ଆଇଏଲଏସ)କୁ ମିଳିଲା ଆଉ ଏକ ବଡ ସଫଳତା । ପ୍ରୋଟିନ NCoR1 (Nuclear Receptor Co-repressor 1)କୁ ଆବିଷ୍କାର କଲା ଆଇଏଲଏସ । ଯକ୍ଷ୍ମା ଓ ଭାଇରାଲ ସଂକ୍ରମଣ ଭଳି ଅନେକ ଜଟିଳ ରୋଗକୁ ଦୂରୀକରଣ କରିବାରେ ଏହା ସହାୟକ ହେବ । ପିଏଲଏସ ବାୟୋଲୋଜି ଏବଂ ଅଟୋଫାଜି ପତ୍ରିକାରେ ଏହାର ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି ।
ଜୀବ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଭୁବନେଶ୍ଵର ଆଇଏଲଏସ ପ୍ରୋଟିନ NCoR1ର ବିଭିନ୍ନ ପ୍ରକାର ରୋଗ ଉପରେ ପ୍ରତିରୋଧ କରିବାର କ୍ଷମତା ରହିଛି। ବିଶେଷ କରି ଏହି ପ୍ରୋଟିନ ମାତ୍ରା କମିଲେ ଶରୀରରେ ବିଭିନ୍ନ ମାରାତ୍ମକ ଭୂତାଣୁ ମାନଙ୍କ ସଂକ୍ରମଣ କରିବା କ୍ଷମତା ଅଧିକ ହୋଇଥାଏ । ଫଳରେ ରୋଗ ବଢିବା ସହ ରୋଗର ମାତ୍ରା ଦୀର୍ଘ ଦିନ ଧରି ଲାଗି ରହିଥାଏ ।
ଏହାମଧ୍ୟ ପଢନ୍ତୁ..ILSକୁ ସଫଳତା: ପ୍ରୋବାୟୋଟିକ୍ ବ୍ୟାକ୍ଟେରିଆ କଲା ଆବିଷ୍କାର, ମେଦବହୁଳତା ପ୍ରତିରୋଧରେ ହେବ ସହାୟକ