ଓଡିଶା

odisha

ETV Bharat / state

ଚିଲିକାରେ ବଢିଚାଲିଛି ବେଆଇନ ଚିଙ୍ଗୁଡ଼ି ଘେରି, 6 ଗିରଫ

ଚିଲିକାରେ ଚିଙ୍ଗୁଡ଼ି ଘେରି ମାଫିଆଙ୍କ ରାଜ । ତହସିଲଦାରଙ୍କ ଅଭିଯୋଗ ପରେ ୬ ଚିଙ୍ଗୁଡି ମାଫିଆଙ୍କୁ ଉଠାଇ ନେଲା ଟାଙ୍ଗୀ ପୋଲିସ । ଅଧିକ ପଢନ୍ତୁ...

By

Published : Jul 25, 2021, 5:24 PM IST

ଚିଲିକାରେ ବଢିଚାଲିଛି ବେଆଇନ ଚିଙ୍ଗୁଡ଼ି ଘେରି , 6 ଗିରଫ
ଚିଲିକାରେ ବଢିଚାଲିଛି ବେଆଇନ ଚିଙ୍ଗୁଡ଼ି ଘେରି , 6 ଗିରଫ

ଖୋର୍ଦ୍ଧା :ଚିଲିକାରେ ଚିଙ୍ଗୁଡ଼ି ଘେରି ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ବେଆଇନ ଭାବେ ନିଳାମ୍ବୁ ଚିଲିକାର ପରିବେଶକୁ ନଷ୍ଟ କରି ନିର୍ମାଣ କରି ଚାଲିଛନ୍ତି ଚିଙ୍ଗୁଡି ଘେରି । ଯାହାର ଶିକାର ହେଉଛନ୍ତି ନିରୀହ ମତ୍ସ୍ୟଜୀବୀ । ପ୍ରଶାସନ ବାରମ୍ବାର ଘେରି ଉଚ୍ଛେଦ ଜାରି ରିଖିଥିବାବେଳେ ମାଫିଆମାନେ ପୁନର୍ବାର ଘେରି ନିର୍ମାଣ କରି ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଛନ୍ତି । ଚିଲିକାରେ ଘେରି ନିର୍ମାଣ କରୁଥିବା ମାଫିଆଙ୍କୁ ସାବାଡ କରିବା ପାଇଁ ଅଣ୍ଟା ଭିଡିଛି ସ୍ଥାନୀୟ ପ୍ରଶାସନ ।

ଚିଲିକାରେ ବଢିଚାଲିଛି ବେଆଇନ ଚିଙ୍ଗୁଡ଼ି ଘେରି , 6 ଗିରଫ

ଆଜି ଚିଲିକା ତହସିଲଦାରଙ୍କ ଅଭିଯୋଗ କ୍ରମେ ଟାଙ୍ଗୀ ପୋଲିସ ବେଆଇନ ଘେରି ଚଳାଇଥିବା ୬ ଜଣଙ୍କୁ ଗିରଫ କରିଛି । ଗିରଫ ଚିଙ୍ଗୁଡ଼ି ମାଫିଆମାନେ ହେଲେ ଟାଙ୍ଗୀ ଥାନା ହାଟ ବରଡି ଗ୍ରାମର ହାକିମ ଭୋଳ, ବିଜୟ ଭୋଳ, ଗଣେଷ ଭୋଳ,ବାବୁଲ ବରାଳ, ଲକ୍ଷ୍ମୀଧର ରାଉତରା ଓ ଉପେନ୍ଦ୍ର ବିଶ୍ବାଳ । ଗିରଫଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ କୋଭିଡ ସଂକ୍ରମିତ ଜଣାପଡିବାରୁ ତାକୁ ଥାନା ପରିସରରେ ଆଇସୋଲେସନରେ ରଖାଯାଇଥିବା ଟାଙ୍ଗି ପୋଲିସ ସୂଚନା ଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details