ଖୋର୍ଦ୍ଧା:ଚିଲିକାରୁ ପୁଣି ଉଚ୍ଛେଦ ହେଲା ବେଆଇନ ଚିଙ୍ଗୁଡି ଘେରି । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆଙ୍କ ନେତୃତ୍ବରେ ଚିଲିକା ବ୍ଲକର ହାଟବରଡିହ ଅଞ୍ଚଳ ସଂଲଗ୍ନ ଚିଲିକା ଜଳରାଶି ମଧ୍ୟରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯାଇଛି । ଏହି ଉଚ୍ଛେଦ ଅଭିଯାନରେ ପ୍ରାୟ ୫୫ ଏକର ବେଆଇନ ଘେରି ହଟାଯାଇଛି ।
ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ - ଚିଲିକା ଚିଙ୍ଗୁଡି ଘେରି
ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ପୂର୍ବରୁ ମଧ୍ୟ ୩ ଥର କରାଯାଇଛି ଉଚ୍ଛେଦ । ଅଧିକ ପଢନ୍ତୁ...
![ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ](https://etvbharatimages.akamaized.net/etvbharat/prod-images/768-512-12033460-thumbnail-3x2-chil.jpg)
ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ
ବିଶ୍ବ ପ୍ରସିଦ୍ଧ ଚିଲିକା ହ୍ରଦକୁ ବେଆଇନ ଘେରି ମୁକ୍ତ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଉଦ୍ୟମ ଜାରି ରଖିଛି । ପୂର୍ବରୁ ୩ ଥର ଉଚ୍ଛେଦ କରାଯାଇଥିବା ବେଳେ ଉପଜିଲାପାଳଙ୍କ ନେତୃତ୍ବରେ ହାଟବରଡି ଗ୍ରାମର ଜେଟିଠାରୁ ବେଆଇନ ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଉପଜିଲ୍ଲାପାଳ କହିଛନ୍ତି ।