ଖୋର୍ଦ୍ଧା: ଦିନକୁ ଦିନ ବଢିଚାଲିଛି ମଦ ମାଫିଆଙ୍କ ରାଜ। ଅବାଧରେ ଏମାନେ ପ୍ରସ୍ତୁତ କରୁଛନ୍ତି ମଦ। ପୋଲିସର ଘନଘନ ଚଢାଉ ଓ କଡା ସୁରକ୍ଷା ବ୍ୟବସ୍ଥା ସତ୍ବେ ଲମ୍ବିଚାଲିଛି ଏହି ବେଆଇନ ମଦ କାରବାର । ସେହିପରି ଗତକାଲି ଏକ ଦେଶୀ ମଦ କାରଖାନାକୁ ଠାବ କରିଛି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ । ଏହି କାରବାରରେ ସମ୍ପୃକ୍ତ ଥିବା 5 ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନ ହେଲେ ସନାତନ ବଢ଼େଇ,ଟୁକୁନା ବଢ଼େଇ ଏବଂ ଗୁମାନ ବେହେରା ।
ଦେଶୀ ମଦ କାରଖାନାରେ ଚଢାଉ, 3ଗିରଫ
ଖୋର୍ଦ୍ଧା ଜିଲ୍ଲା ହଳଦିଆ ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମରେ ଥିବା ଦେଶୀ ମଦ କାରଖାନା ଉପରେ ପୋଲିସର ଚଢାଉ । ଏହି ଚଢାଉ ସମୟରେ 200 ଲିଟର ପୋଚ ଓ ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ହେଉଥିବା ଅନେକ ସାମଗ୍ରୀ ଜବତ ହେବା ସହ 3 ଜଣଙ୍କୁ ଗିରଫ କରିଛି ପୋଲିସ ।
ମିଳିଥିବା ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ଆଦର୍ଶ ଥାନା ଅଧିକାରୀଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲା ହଳଦିଆ ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମରେ ପୋଲିସ ଚଢାଉ କରିଥିଲା । ଏହି ଚଢାଉ ସମୟରେ 200 ଲିଟର ପୋଚ, 10 ଲିଟର ରନ୍ଧା ମଦ, 5ଟି ବ୍ୟବହୃତ ପ୍ଲାଷ୍ଟିକ ଡ୍ରମ ଓ ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ହେଉଥିବା ଅନେକ ସାମଗ୍ରୀକୁ ଜବତ କରିଛି ପୋଲିସ । ତେବେ ଖୋର୍ଦ୍ଧା ସହର ଠାରୁ ମାତ୍ର ଅଳ୍ପ ଦୂରରେ ଏପରି ଏକ ବେଆଇନ ମଦ ରନ୍ଧା କାରବାର ଚାଲିଥିବା ବେଳେ ଅବକାରୀ ବିଭାଗ କିପରି ଜାଣିପାରି ନଥିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ