ଓଡିଶା

odisha

ETV Bharat / state

ଆକ୍ସନ ମୋଡରେ ଅବକାରୀ ବିଭାଗ, ବେଆଇନ ଗୁଟଖା ଦୋକାନ ଉପରେ ଚଢ଼ାଉ

ବେଆଇନ ଗୁଟଖା ଦୋକାନୀ ଉପରେ ଚଢ଼ାଉ। ରାଜଧାନୀର ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରିଛି । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Aug 24, 2023, 9:15 PM IST

ଆକ୍ସନ ମୋଡରେ ଅବକାରୀ ବିଭାଗ
ଆକ୍ସନ ମୋଡରେ ଅବକାରୀ ବିଭାଗ

ବେଆଇନ ଗୁଟଖା ଦୋକାନ ଉପରେ ଚଢ଼ାଉ

ଭୁବନେଶ୍ୱର: ବେଆଇନ ଗୁଟଖା ଦୋକାନୀ ଉପରେ ଚଢ଼ାଉ । ରାଜଧାନୀର ବିଭିନ୍ନ ସ୍ଥାନରେ ଚଢାଉ କରିଛି ପୋଲିସ । ୯ ତାଲା ଛକ ଓ ଶିଶୁଭବନ ଛକ ସମେତ ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଗୁଟଖା ଦୋକାନରେ ଅଚାନକ ଚଢ଼ାଉ କରିଛନ୍ତି ଡ୍ରଗ୍ସ ଇନ୍ସପେକ୍ଟର । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜଣେ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ସମେତ ୪ ଜଣ ଅଧିକାରୀ ଏହି ଚଢ଼ାଉରେ ସାମିଲ ଥିଲେ। ସେମାନେ ଆସି ରାଜଧାନୀର ଜନଗହଳି ସ୍ଥାନରେ ଥିବା ଦୋକାନ ଗୁଡିକରେ ଚଢ଼ାଉ କରି ଗୁଟଖା, ସିଗାରେଟ ଭଳି ମାଦକ ଦ୍ରବ୍ୟ ଜବତ କରିବା ସହ ଜରିମାନା ବି ଆଦାୟ କରିଛନ୍ତି ।

ବସଷ୍ଟାଣ୍ଡ, ବଜାର, ସ୍କୁଲ, କଲେଜ ଭଳି ଜନଗହଳି ସ୍ଥାନରେ ଥିବା ଏଭଳି ବ୍ୟବସାୟୀଙ୍କ ଉପରେ ଚଢ଼ାଉ କରାଯାଇଛି । କାରଣ ଜନଗହଳି ସ୍ଥାନରେ ଗୁଟଖା କିମ୍ବା ସିଗାରେଟ ସେବନ ବାରଣ କରାଯାଇଛି । ଜନଗହଳି ସ୍ଥାନରେ ସିଗାରେଟ ସେବନ ଦ୍ୱାରା, ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କଠାରୁ ସେଠାରେ ଉପସ୍ଥିତ ଲୋକଙ୍କର ଅଧିକ କ୍ଷତି ହୋଇଥାଏ । ଅର୍ଥାତ ଗୁଟଖା ଓ ସିଗାରେଟ ସେବନ ଦ୍ୱରା କ୍ୟାନ୍ସର ଭଳି ଦୁରାରୋଗ ହୋଇଥାଏ । ତେଣୁ ଏହି କ୍ଷତିକାରକ ସାମଗ୍ରୀଠାରୁ ଲୋକଙ୍କୁ ଦୂରେଇ ରଖିବା ସହ ସଚେତନ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ଏହା ବି ପଢନ୍ତୁ...ଭଉଣୀ ଗାଡିରେ ଭାଇର ଗଞ୍ଜେଇ ବେପାର, କେଶୁରା ବାଇପାସରେ ମାଡ଼ି ବସିଲା ଅବକାରୀ ଟିମ୍

ବିଭିନ୍ନ ସମୟରେ ଏହି ସବୁ ସ୍ଥାନଗୁଡିକରେ ବାରମ୍ବାର ଗୁଟଖା ଓ ସିଗାରେଟ ବିକ୍ରି ହେଉଥିବାର ଅଭିଯୋଗ ହେବାପରେ ଏହି ରେଡ୍‌ କରାଯାଇଛି । ବେଆଇନ କାରବାର କରୁଥିବା ବ୍ୟବସାୟୀଙ୍କଠାରୁ ୧୫ ହଜାରରୁ ଉର୍ଦ୍ଧ୍ବ ଜରିମାନା ଆଦାୟ କରାଯାଇଛି । ଏନେଇ ଡ୍ରଗ୍ସ ଇନ୍ସପେକ୍ଟର ଚନ୍ଦନ ଗିରି କହିଛନ୍ତି, "୮୦ ପ୍ରତିଶତ ଗୁଟଖା ଓ ସିଗାରେଟ ସେବନ ଦ୍ୱାରା କ୍ୟାନ୍ସର ହେଉଥିବାରୁ ଆମେ ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନେଇଛୁ। ଏହାସହ ଲୋକଙ୍କୁ ସଚେତନ କରିବା ପାଇଁ ୨୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଉଛି । ଆଉ ଜରିମାନା ପରେ ବି ଯେଉଁମାନେ ବେଆଇନ ଭାବେ ବ୍ୟବସାୟ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ ।"

ଅନ୍ୟପଟେ କେବଳ ବ୍ୟବସାୟୀ ନୁହେଁ । ସାଧାରଣ ସ୍ଥାନରେ ସିଗାରେଟ ସେବନ କରୁଥିବା ବ୍ୟକ୍ତିଙ୍କଠାରୁ ମଧ୍ୟ ଜରିମାନା ଆଦାୟ ହୋଇଛି । ହେଲେ ଏହାକୁ ବିରୋଧ କରିଛନ୍ତି ବ୍ୟବସାୟୀ । "ପେଟ ପାଟଣା ପାଇଁ ବ୍ୟବସାୟ କରୁଥିବା ଛୋଟ ବ୍ୟବସାୟୀଙ୍କୁ ଜରିମାନା କରି ଜୁଲମ କରିବା ବନ୍ଦ କରନ୍ତୁ । ଏହା ପରିବର୍ତ୍ତେ ଉତ୍ପାଦନ ସ୍ଥଳୀକୁ ବନ୍ଦ କରନ୍ତୁ । ନହେଲେ ବଡ଼ ଆକାରର ଜରିମାନା କରନ୍ତୁ" ବୋଲି ଦାବି କରିଛନ୍ତି ବ୍ୟବସାୟୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details