ଖୋର୍ଦ୍ଧା: ଚିଲିକାରେ ବହୁଳ ଭାବେ ବ୍ୟବହାର ହେଉଛି ଜିରୋ ନେଟ ଜାଲ । ଯାହା ଫଳରେ ଚିଲିକାରୁ ଦିନକୁ ଦିନ ବିଭିନ୍ନ ମତ୍ସ୍ୟ ସମ୍ପଦ ଲୋପ ପାଇବାରେ ଲାଗିଛନ୍ତି । ବେଆଇନ ଘେରି ଉଚ୍ଛେଦ ପାଇଁ ଜିଲ୍ଲା ପ୍ରଶାସନ ପକ୍ରିୟା ଆରମ୍ଭ କରିଛି । ବାଣପୁର ଥାନା ଅନ୍ତର୍ଗତ ନଈରୀ ଜେଟି କାଙ୍କଣଶିଖରୀ ଠାରୁ ଟାଙ୍ଗୀ ଥାନା ହାଟବରଡ଼ି ଜେଟି ପର୍ଯ୍ୟନ୍ତ 222 ହେକ୍ଟର ଅଞ୍ଚଳକୁ ଘେରିମୁକ୍ତ କରାଯାଇଛି ।
ଚିଲିକାରେ ବେଆଇନ ଘେରି ଉଚ୍ଛେଦ, 222 ହେକ୍ଟର ଅଞ୍ଚଳ ଘେରିମୁକ୍ତ - ବେଆଇନ ଘେରି ଉଚ୍ଛେଦ
ଚିଲିକାରେ ବେଆଇନ ଘେରି ଉଚ୍ଛେଦ ପାଇଁ ଜିଲ୍ଲା ପ୍ରଶାସନର ଅଭିଯାନ । ନଈରୀ ଜେଟି କାଙ୍କଣଶିଖରୀ ଠାରୁ ଟାଙ୍ଗୀ ଥାନା ହାଟବରଡ଼ି ଜେଟି ପର୍ଯ୍ୟନ୍ତ 222 ହେକ୍ଟର ଅଞ୍ଚଳକୁ ଘେରିମୁକ୍ତ କରାଯାଇଛି । ଅଧିକ ପଢ଼ନ୍ତୁ
ବେଆଇନ ଘେରି ଉଚ୍ଛେଦ ଅଭିଯାନରେ ଚିଲିକା ତହସିଲଦାର ପ୍ରଦୀପ କୁମାର ସାହୁ, ବାଣପୁର ଥାନା ଏସଆଇ ବସନ୍ତ ପଟ୍ଟନାୟକ,ଚିଲିକା ଡ଼ିଏଫଓ(ମତ୍ସ୍ୟ ସମ୍ପଦ) ଶଶାଙ୍କ ଶେଖର ସାହୁ ଓ ଟିମ ସାମିଲ ଥିଲେ । ନଈରୀ ଜେଟି କାଙ୍କଣଶିଖରୀ ଠାରୁ ଟାଙ୍ଗୀ ଥାନା ହାଟବରଡ଼ି ଜେଟି ପର୍ଯ୍ୟନ୍ତ 222 ହେକ୍ଟର ଅଞ୍ଚଳକୁ ଘେରିମୁକ୍ତ କରାଯାଇଛି । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଉଚ୍ଛେଦ ଅଭିଯାନ ଚାଲିଥିବା ବେଳେ ସମୁଦାୟ 85 ବଂଡଲ ଜିରୋ ନେଟ (୯ କ୍ବିଣ୍ଟାଲ) ଜବତ କରାଯାଇ ପୋଡ଼ି ଦିଆଯାଇଛି । ଅନୁରୂପ ଭାବେ ଏହି ପରିପ୍ରେକ୍ଷୀରେ ଟାଙ୍ଗୀ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିବାର ଚିଲିକା ତହସିଲଦାର ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି । ସେହିଭଳି ପ୍ରଶାସନ ପକ୍ଷରୁ 105 ହେକ୍ଟର ଅଞ୍ଚଳ ଘେରିମୁକ୍ତ କରି ଜିରୋ ନେଟ ଜାଲକୁ ନଷ୍ଟ କରାଯାଇଥିବା ଜଣାପଡିଛି ।
ଇଟିଭି ଭାରତ, ଖୋର୍ଦ୍ଧା