ଓଡିଶା

odisha

By ETV Bharat Odisha Team

Published : Jan 13, 2024, 8:30 AM IST

Updated : Jan 13, 2024, 2:04 PM IST

ETV Bharat / state

ଧରାପଡ଼ିଲେ ଗୋରୁ ଚାଲାଣକାରୀ, ୨୦ରୁ ଅଧିକ ଗୋରୁ ଉଦ୍ଧାର

Cow smuggling: ପୁରୀ ଜିଲ୍ଲା ସାକ୍ଷୀଗୋପାଳରୁ ଟ୍ରକ ଯୋଗେ ଭଦ୍ରକକୁ ଗୋ ଚାଲାଣ ହେଉଥିବା ବେଳେ ୨୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

ବେଆଇନ ଗୋରୁ ଚାଲାଣ
illegal cow smuggling

ଧରାପଡ଼ିଲେ ଗୋରୁ ଚାଲାଣକାରୀ, ୨୦ରୁ ଅଧିକ ଗୋରୁ ଉଦ୍ଧାର

ଭୁବନେଶ୍ବର: ରାଜ୍ୟରେ ଥମୁନି ବେଆଇନ ଗୋରୁ ଚାଲାଣ । ବାହାର ରାଜ୍ୟକୁ ଗୋ ଚାଲାଣ କରି ମାଲାମାଲ ହେଉଛନ୍ତି ଗୋ ମାଫିଆ । ପୁରୀ ଜିଲ୍ଲା ସାକ୍ଷୀଗୋପାଳରୁ ଟ୍ରକ ଯୋଗେ ଭଦ୍ରକକୁ ହେଉଥିଲା ଗୋ ଚାଲାଣ । ୨୦ ରୁ ଉର୍ଦ୍ଧ୍ବ ଗୋରୁ ଦୁଇଟି ଟ୍ରକ ଯୋଗେ ଚାଲାଣ ହେଉଥିବା ବେଳେ କୁଆଖାଇ ଓଭରବ୍ରିଜ ଉପରେ ଗୋ ଚାଲାଣ ଗାଡ଼ି ଜବତ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଟ୍ରକ ଡ୍ରାଇଭରଙ୍କୁୁ ମାଡ଼ ମାରିଥିଲେ । ଏନେଇ ଗୁରୁତର ଆହତ ହୋଇ ୩ ଜଣ ଟ୍ରକ ଡ୍ରାଇଭର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଗତକାଲି ଦୁଇଟି ଟ୍ରକରେ ୨୦ରୁ ଉର୍ଦ୍ଧ୍ବ ଗୋରୁ ସାକ୍ଷୀଗୋପାଳରୁ ଭଦ୍ରକକୁ ଚାଲାଣ ହେଉଥିଲେ । ଏନେଇ ସନ୍ଦେହ କରି କୁଆଖାଇ ଓଭରବ୍ରିଜ ଉପରେ ଗୋ ଚାଲାଣ ଟ୍ରକକୁ ସ୍ଥାନୀୟ ଲୋକେ ଜବତ କରିଥିଲେ । ଗୋଟିଏ ଟ୍ରକ ଓଡ଼ିଶାର ହୋଇଥିବା ବେଳେ ଆଉ ଗୋଟିଏ ଉତ୍ତର ପ୍ରଦେଶର ଲେଖା ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାରେ ୩ ଜଣ ଡ୍ରାଇଭରଙ୍କୁ ଲୋକମାନେ ମିଶି ମାଡ଼ ମାରିଥିଲେ। ମାଡରୁ ବର୍ତ୍ତିବାକୁ ଯାଇ ଜଣେ ଟ୍ରକ ଡ୍ରାଇଭର ବ୍ରିଜରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଅନ୍ୟ ଦୁଇ ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ସ୍ଥାନୀୟ ଲୋକେ। ଏହି ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣ ଡ୍ରାଇଭଙ୍କୁ ଉଦ୍ଧାର କରି ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଗୁରୁତର ଆହତ ଡ୍ରାରାଇଭରଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳି ନଥିବା ବେଳେ ଅନ୍ୟ ଦୁଇ ଜଣ କଟକ ଜିଲ୍ଲାର ଶେଖ ହବିବୁଲ୍ଲା ଓ ସୟଦ ଅନିଷ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ- ଗୋରୁ ଚାଲାଣ ଗାଡିକୁ ଜବତ କଲେ ସ୍ଥାନୀୟ ବାସିନ୍ଦା

ଗୋଟିଏ ପଟେ ଗୋ ଚାଲାଣ, ଆଉ ଗୋଟେ ପଟେ ଚାଲାଣକାରୀଙ୍କୁ ମାଡ ମାରିବାକୁ ନେଇ ଜାତୀୟ ରାଜପଥରେ ପାଖାପାଖି ଏକ ଘଣ୍ଟା ଲୋକେ ଯାତାୟାତ ପାଇଁ ନାକେଦମ ହୋଇଥିଲେ। ଉପସ୍ଥିତ ଲୋକଙ୍କ ସହଯୋଗ ଓ ପୋଲିସ ପହଞ୍ଚି ଟ୍ରାଫିକ ପରିଚାଳନା କରିଥିଲା । ତେବେ ଗୋ ଚାଲାଣରେ ପୋଲିସ ଓ ଚାଲାଣକାରୀ ଭିତରେ ଥିବା ମଧୁଚନ୍ଦ୍ରିକା ପାଇଁ ଏଭଳି ବାରବାର ହେଉଥିବା ଅଭିଯୋଗ କରିଛନ୍ତି ଲୋକେ । ଯେଉଁଥି ପାଇଁ ଚାଲାଣ ବଢୁଛି । ତେଣୁ ଏହାର ଉତ୍ପତି ସ୍ଥଳରେ ଯାଞ୍ଚ ହେଲେ ଚାଲାଣକୁ ରୋକି ହୋଇପାରିବ ବୋଲି କହିଛନ୍ତି ବିଶ୍ୱ ହିନ୍ଦୁ ପରିଷଦ ସଦସ୍ୟ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 13, 2024, 2:04 PM IST

ABOUT THE AUTHOR

...view details