ଖୋର୍ଦ୍ଧା: କୋରୋନା ପାଇଁ ରାଜ୍ୟରେ ଲାଗୁହୋଇଛି ଲକଡାଉନ । କିନ୍ତୁ ଏହି ଲକଡାଉନର ଫାଇଦା ନେଉଛନ୍ତି କିଛି ଗୋ ଚାଲାଣକାରୀ ।
ଗୋଚାଲାଣ ବେଳେ କଣ୍ଟେନର ଜବତ, ଡ୍ରାଇଭର ଗିରଫ - ଆଦର୍ଶ ଥାନା
ଖୋର୍ଦ୍ଧାରୁ କଲିକତାକୁ ଚାଲାଣବେଳେ ଏକ ଗାଈ ଓ ଷଣ୍ଢ ବୋଝେଇ କଣ୍ଟେନରକୁ ଜବତ କଲା ଆଦର୍ଶ ଥାନା ପୋଲିସ । କଣ୍ଟେନର ଡ୍ରାଇଭର ଗିରଫ । ଅଧିକ ପଢନ୍ତୁ...
![ଗୋଚାଲାଣ ବେଳେ କଣ୍ଟେନର ଜବତ, ଡ୍ରାଇଭର ଗିରଫ ଗୋ ଚାଲାଣ ବେଳେ କଣ୍ଟେନର ଜବତ, ଡ୍ରାଇଭର ଗିରଫ](https://etvbharatimages.akamaized.net/etvbharat/prod-images/768-512-11874206-thumbnail-3x2-khordha.jpg)
ଗୋ ଚାଲାଣ ବେଳେ କଣ୍ଟେନର ଜବତ, ଡ୍ରାଇଭର ଗିରଫ
ଗୋ ଚାଲାଣ ବେଳେ କଣ୍ଟେନର ଜବତ, ଡ୍ରାଇଭର ଗିରଫ
ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧାରୁ କଲିକତାକୁ ଗୋ ଚାଲାଣ ହେଉଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଆଦର୍ଶ ଥାନା ପକ୍ଷରୁ ଚେକିଂ କରାଯାଇ ଏକ ଗାଈ ଓ ଷଣ୍ଢ ବୋଝେଇ କଣ୍ଟେନରକୁ ଜବତ କରାଯାଇଛି । ଜବତ ଗାଈ ଓ ଷଣ୍ଢଙ୍କୁ ସିଜୁଆ ସ୍ଥିତ ଗୋଶାଳାରେ ଛଡ଼ାଯାଇଥିବା ବେଳେ କଣ୍ଟେନର ଡ୍ରାଇଭରକୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ