ଭୁବନେଶ୍ବର: ଖୋର୍ଦ୍ଧା ବେଆଇନ ପଥର ଖଣି ମାମଲାରେ ନା ଆସିବା ପରେ ଉଭେଇଯାଇଛନ୍ତି ସଦର ଥାନା ଆଇଆଇସି ବିକ୍ରମ ଜେନା । ଏବେ ସୁଦ୍ଧା ତାଙ୍କର କୌଣସି ଖୋଜ ଖବର ମିଳିପାରୁନାହିଁ । ଏପରିକି ସେ ଡ୍ୟୁଟିରେ ଯୋଗ ନଦେବାର ଜବାବ ବି ପଠାଉନାହାନ୍ତି । ଏଥିପାଇଁ ପୋଲିସ ଡିଜି ବିକେ ଶର୍ମା ତାଙ୍କୁ ନିଲମ୍ବିତ କରିଛନ୍ତି ।
ଆଇଆଇସି ବିକ୍ରମ ଜେନା ନିଲମ୍ବିତ - ଖୋର୍ଦ୍ଧା ବେଆଇନ ପଥର ଖଣି ମାମଲା
ଲୁଚିଛନ୍ତି ପୋଲିସ ବାବୁ । ନିଲମ୍ବିତ କଲେ ବଡବାବୁ । ବେଆଇନ ପଥର ଖଣି ମାମଲାରେ ନା ଆସିବା ପରଠୁ କାର୍ଯ୍ୟରେ ଯୋଗ ଦେଉନାହାନ୍ତି ଖୋର୍ଦ୍ଧା ସଦର ଥାନା ଆଇଆଇସି ବିକ୍ରମ ଜେନା । ବିନା ନୋଟିସରେ ଡ୍ୟୁଟରେ ଅନୁପସ୍ଥିତ ରହୁଥିବାରୁ ପୋଲିସ ଡିଜି ତାଙ୍କୁ ନିଲମ୍ବିତ କରିଛନ୍ତି ।
ଆଇଆଇସି ବିକ୍ରମ ଜେନା ନିଲମ୍ବିତ
ତେବେ ପଥର ଖଣି ମାମଲାରେ ଏସଟିଏଫ ଟିମ ବିକ୍ରମଙ୍କୁ ପଚରାଉଚରା କରିଥିଲା । ପରେ ଖୋର୍ଦ୍ଧାରୁ ଏହି ମାମଲାରେ ବହୁ ସରକାରୀ କର୍ମଚାରୀ ଗିରଫ ହୋଇଥିଲେ । ଏନେଇ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ସହ ଗିରଫ ଭୟରେ ବିକ୍ରମ ଲୁଚିରହିଛନ୍ତି । ଏଥିପାଇଁ ତାଙ୍କୁ ନିଲମ୍ବିତ କରି ମାମଲାର ସମାଧାନ ପାଇଁ ପଥ ପରିଷ୍କାର କରାଯାଇଛି । ଏବେ ଖୁବଶୀଘ୍ର ଆଇଆଇସିଙ୍କୁ ଏସଟିଏଫ ଟିମ ଗିରଫ କରିପାରନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ