ଓଡିଶା

odisha

ETV Bharat / state

ସୌମ୍ୟ ଯଦି କଂଗ୍ରେସ ଫେରନ୍ତି ତାଙ୍କୁ ସ୍ବାଗତ କରିବା କଥା ଦଳ: ବିଧାୟକ ତାରା - ବିଜେଡି

ସୌମ୍ୟ ରଞ୍ଜନ କଂଗ୍ରେସକୁ ଫେରନ୍ତି ଦଳ ଏହାକୁ ସ୍ବାଗତ କରିବା କଥା । କିନ୍ତୁ ସୌମ୍ୟ ପଟ୍ଟନାୟକଙ୍କ ଭଳି ନେତା ଦଳକୁ ଫେରିବା ନିଷ୍ପତ୍ତି କଂଗ୍ରେସ ହାଇକମାଣ୍ଡ ନେବେ । ରାହୁଲ ଗାନ୍ଧି ନେବେ । ଏହା କହିଛନ୍ତି ତାରା ପ୍ରସାଦ ବାହିନୀପତି ଅଧିକ ପଢନ୍ତୁ

ସୌମ୍ୟ ଯଦି କଂଗ୍ରେସ ଫେରନ୍ତି ତାଙ୍କୁ ସ୍ବାଗତ କରିବା କଥା ଦଳ: ବିଧାୟକ ତାରା
ସୌମ୍ୟ ଯଦି କଂଗ୍ରେସ ଫେରନ୍ତି ତାଙ୍କୁ ସ୍ବାଗତ କରିବା କଥା ଦଳ: ବିଧାୟକ ତାରା

By ETV Bharat Odisha Team

Published : Sep 14, 2023, 8:14 PM IST

ସୌମ୍ୟ ଯଦି କଂଗ୍ରେସ ଫେରନ୍ତି ତାଙ୍କୁ ସ୍ବାଗତ କରିବା କଥା ଦଳ: ବିଧାୟକ ତାରା

ଭୁବନେଶ୍ବର: ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଉପରେ ଦଳୀୟ କାର୍ଯ୍ୟାନୁଷ୍ଠାନ ଏତିକିରେ ସୀମିତ ନା ଆହୁରି କିଛି ହେବ ? ଯଦି ସୌମ୍ୟଙ୍କୁ ଦଳରୁ ବହିଷ୍କାର କରାଯାଏ ତେବେ ତାଙ୍କ ପାଖରେ ବିକଳ୍ପ କଣ ? ସୌମ୍ୟଙ୍କ ପୁରୁଣା ଦଳ କଂଗ୍ରେସ ତାଙ୍କୁ ପୁଣି ଥରେ ସ୍ବାଗତ କରିବ କି? ଏବେ ଏହି ପ୍ରଶ୍ନକୁ ନେଇ ରାଜ୍ୟ ରାଜନୀତିରେ ସରଗରମ ଆଲୋଚନା ଚାଲିଛି ।

ଏହାବି ପଢନ୍ତୁ- ବିଜେଡି ଉପସଭାପତି ପଦରୁ ବିଦା ହେଲେ ସୌମ୍ୟ, କଟାକ୍ଷ କଲେ ବବି ଦାସ

ଏନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯଦି ସୌମ୍ୟ ରଞ୍ଜନ କଂଗ୍ରେସକୁ ଫେରନ୍ତି ଦଳ ଏହାକୁ ସ୍ବାଗତ କରିବା କଥା । କିନ୍ତୁ ସୌମ୍ୟ ପଟ୍ଟନାୟକଙ୍କ ଭଳି ନେତା ଦଳକୁ ଫେରିବା ନିଷ୍ପତ୍ତି କଂଗ୍ରେସ ହାଇକମାଣ୍ଡ ନେବେ । ରାହୁଲ ଗାନ୍ଧି ନେବେ । ପିସିସି ସଭାପତି ଶରତ ପଟ୍ଟନାୟକ ଓ ଚେଲ୍ଲା କୁମାର ଏଆଇସିସିକୁ ଲିଖିତ ଆକାରରେ ଦେବେ । ହାଇକମାଣ୍ଡ ଏହା ଉପରେ ଯାହା ନିଷ୍ପତ୍ତି ନେବେ । କାରଣ ସୌମ୍ୟ ପଟ୍ଟନାୟକ ଜଣେ ବଡ଼ ତଥା ବରିଷ୍ଠ ନେତା । କଂଗ୍ରେସରୁ ଥରେ ନିଳମ୍ବିତ ହୋଇଛନ୍ତି । ସେ ଏକାଧାରରେ ବିଧାୟକ ସାଂସଦ ରହି ସାରିଛନ୍ତି । ଏତେ ବଡ଼ ନେତା ପୁଣିଥରେ କଂଗ୍ରେସକୁ ଫେରିବା ପାଇଁ ଯଦି ନିଷ୍ପତ୍ତି ନିଅନ୍ତି, ତେବେ ତଳତଳିଆ ନୁହେଁ ବଡ଼ ବଡ଼ିଆ ଏ ସମ୍ପର୍କିତ ନିଷ୍ପତ୍ତି ନେବେ । କିନ୍ତୁ ସୌମ୍ୟ ପଟ୍ଟନାୟକ ଯଦି ବିକଳ୍ପ ଭାବେ କଂଗ୍ରେସକୁ ବାଛନ୍ତି ଦଳ ଏହାକୁ ସ୍ବାଗତ କରିବା କଥା ବୋଲି ତାରା କହିଛନ୍ତି ।

ସେହିପରି ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି ବିଜେଡି ଦଳୀୟ ଉପସଭାପତି ପଦରୁ ବିଦା କରିଛି ସୌମ୍ୟ ପଟ୍ଟନାୟକଙ୍କୁ । ଏବେ ନଜର ରହିଛି ସୌମ୍ୟଙ୍କ ଆଭିମୁଖ୍ୟ ଉପରେ । ସୌମ୍ୟ ବାବୁ ତ ଚୁପ ରହିବା ଲୋକ ନୁହେଁ । ସେ କିଛି ଗୋଟେ ନିଷ୍ପତ୍ତି ନେବେ । ଯଦି ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରେ ତେବେ ସେ ବିକଳ୍ପ ଭାବେ କଂଗ୍ରେସ କି ବିଜେପି କାହାକୁ ବାଛିବେ ଏହା ତାଙ୍କର ନିଷ୍ପତ୍ତି । କିମ୍ବା ନିଜେ ଗୋଟେ ଦଳ ଗଠନ କରିବେ ଏହା ମଧ୍ୟ ତାଙ୍କର ନିଷ୍ପତ୍ତି । କିନ୍ତୁ ଓଢିଶାର ଏକ ବିକଳ୍ପ ଚେହେରା ଭାବେ ପ୍ରତିପାଦିତ ହେଉଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ । ରାମକୃଷ୍ଣ ପଟ୍ଟନାୟକ ଏବଂ ବିଜୟ ମହାପାତ୍ରଙ୍କୁ ଯେତେବେଳେ ଦଳରୁ ବହିଷ୍କାର କରାଯାଇଥିଲା ସେତେବେଳେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ ଦେଖିବାର କଥା ସୌମ୍ୟ ରଞ୍ଜନ ଚୁପ୍‌ ରହୁଛନ୍ତି ନା ପୂର୍ବପରି ସମ୍ପାଦକୀୟରେ ସମାଲୋଚନା ଜାରି ରଖୁଛନ୍ତି । ବିଶେଷ କରି ବିଜେଡିର ଆଭିମୁଖ୍ୟ ଉପରେ ମଧ୍ୟ ନଜର ରହିବ । କାର୍ଯ୍ୟାନୁଷ୍ଠାନ ଏତିକିରେ ସୀମିତ ନା ଏକ ମାହୋଲ ତିଆରି କରି ସୌମ୍ୟଙ୍କ ବିରୋଧରେ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ଆଗକୁ ନେବ ଦଳ । ତେବେ ସେ ଯାହା ହେଲେ ବି ସୌମ୍ୟ ପଟ୍ଟନାୟକ ଚୁପ୍‌ ରହିବା ଲୋକ ନୁହଁନ୍ତି । ସେ କିଛି ବିକଳ୍ପ ରାଜନୀତିକ ନିଷ୍ପତ୍ତି ନେଇପାରନ୍ତି ।

ସମ୍ପାଦକୀୟରେ 5T ସଚିବଙ୍କୁ ସମାଲୋଚନା କରିବା ମହଙ୍ଗା ସାବ୍ୟସ୍ତ ହୋଇଛି ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପାଇଁ । ଦଳୀୟ ଉପ ସଭାପତି ପଦରୁ ଦଳ ତାଙ୍କୁ ହଟାଇଛି । ଏବେ ବଡ଼ ପ୍ରଶ୍ନ ସୌମ୍ୟଙ୍କ ପାଖରେ ବିକଳ୍ପ କଣ ? ଦଳ ଭିତରେ ଏକ ଘରିକିଆ ହୋଇ ରହିବେ ନା ଦଳ ଛାଡ଼ିବେ ? ଯଦି ଦଳ ଛାଡନ୍ତି କିମ୍ବା ବିଜେଡି ତାଙ୍କୁ ଅନ୍ୟ ନେତାଙ୍କ ପରି ବହିଷ୍କାର କରେ ତେବେ କେଉଁ ଆଡେ ଯିବେ ସୌମ୍ୟ । କଂଗ୍ରେସ କିମ୍ବା ବିଜେପିରେ ଯୋଗ ଦେବେ ନା ବିକଳ୍ପ ରାଜନୈତିକ ଦଳ ଗଠନ କରିବେ । ଏବେ ସାରା ରାଜ୍ୟର ନଜର ଅଟକିଛି ଏହି ରାଜନୈତିକ ଚର୍ଚ୍ଚା ଉପରେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details