ଭୁବନେଶ୍ବର: ଏଣିକି ମନୁଷ୍ୟଙ୍କ ପରି ଆଇସିୟୁରେ ରହିବେ ପ୍ରାଣୀ । ଓୟୁଏଟିର ସର୍ଜରୀ ବିଭାଗରେ ପ୍ରାଣୀ ମାନଙ୍କ ପାଇଁ ଅତ୍ୟାଧୁନିକ ଆଇସିୟୁର ସୁବିଧା କରାଯିବ । ୨୦୨୫ ଡିସେମ୍ବର ସୁଦ୍ଧା ବିଶ୍ଵବିଦ୍ୟାଳୟରେ ଆଇସିୟୁ କରାଯିବା ସହ ଅତ୍ୟାଧୁନିକ ଶଲ୍ୟ ଚିକିତ୍ସା ବିଭାଗ କରିବାକୁ ମଧ୍ୟ ଯୋଜନା କରାଯାଉଛି । ଏହା ଏକ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବ । ଏହି ଯୋଜନାକୁ ନେଇ ପ୍ରାୟ ୧୩ କୋଟି ଟଙ୍କା ଅନୁମୋଦନ ହୋଇ ଥିବା ବେଳେ ଭେଟନାରି କ୍ଲିନିକାଲ ଆଉଟ୍ ଡୋରକୁ ଅତ୍ୟାଧୁନିକ କରିବା ପାଇଁ ୭ କୋଟି ଟଙ୍କା ଅନୁମୋଦନ ହୋଇଛି । ଏନେଇ ବଡ଼ ପଶୁପକ୍ଷୀ ସହ ଗାଈ ଗୋରୁମାନଙ୍କୁ ଅତ୍ୟଧିକ ଗୁରୁତ୍ଵ ଦିଆଯାଉଛି ବୋଲି ଓୟୁଏଟିର ଗବେଷକ ସୁସେନ କୁମାର ପଣ୍ଡା କହିଛନ୍ତି । ଏଥିସହ ଓୟୁଏଟିରେ ଥିବା ସମସ୍ତ ଫାର୍ମକୁ ଗ୍ରୀନ କ୍ୟାମ୍ପସ କରିବା ପାଇଁ ବାୟୋଗ୍ୟାସ କରାଯିବ । ଗୋବରକୁ ବ୍ୟବହାର କରି ଗ୍ରୀନ କ୍ୟାମ୍ପସ କରାଯିବ ବୋଲି କହିଛନ୍ତି ଓୟୁଏଟି ଗବେଷକ ।
ଶିକ୍ଷା ପ୍ରଦାନ କ୍ଷେତ୍ରରେ ସର୍ବ ଭାରତୀୟ ସ୍ତରରେ ଓୟୁଏଟି ମହାବିଦ୍ୟାଳୟର ସ୍ଥାନ ଉଚ୍ଚରେ ରହିଛି । ଏହି ମହାବିଦ୍ୟାଳୟ ସ୍ଥାପନ ହେବା ଦିନ ଠାରୁ ଏ ପର୍ଯ୍ୟନ୍ତ ୨ ହଜାର ୮୫୦ ଜଣ ଛାତ୍ରଛାତ୍ରୀ ସ୍ନାତକ ପାଇଥିବା ବେଳେ ୯୨୦ ଜଣ ସ୍ନାତକୋତ୍ତର ଏବଂ ୪୯ ଜଣ ଛାତ୍ର ଡ଼କ୍ଟରେଟ ଡ଼ିଗ୍ରୀ ହାସଲ କରିଛନ୍ତି। ତେବେ ଓୟୁଏଟି ୟୁଜିରେ ପ୍ରତିବର୍ଷ ୧୧୪ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ପିଜିରେ ୮୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ିଛନ୍ତି । ମହାବିଦ୍ୟାଳୟ ଅଧୀନରେ ୧୮ଟି ବିଭାଗ, ଏକ କେନ୍ଦ୍ରୀୟ ପ୍ରାଣୀ ଚିକିତ୍ସାଳୟ, କୁକୁଡା ଫାର୍ମ, ଗାଈ ଫାର୍ମ ଏବଂ କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ରମାନ ରହିଛି।
ଏହା ମଧ୍ୟ ପଢନ୍ତୁ-OUAT Foundation Day: ଆରମ୍ଭ ହେବ ନୂତନ ୱେବସାଇଟ୍ ଓ ଆପ୍