ଭୁବନେଶ୍ବର: କୋଲକାତାରୁ ବାହାରିଲା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଡାକୋଟା ବିମାନ। ୩ଟି ଟ୍ରଲରରେ ଲଦା ହୋଇ ଓଡ଼ିଶା ଆସୁଛି ଡାକୋଟା । ୨ଟି ଟ୍ରେଲର ଏୟାରପୋର୍ଟ ଛାଡିଥିବା ବେଳେ ଆଉ ଗୋଟିଏ ମଧ୍ୟ ରାତିରେ ବାହାରିବ ବୋଲି ସୂଚନା ମିଳିଛି । ଆସନ୍ତାକାଲି ସକାଳ ସମୟରେ ଭୁବନେଶ୍ବରରେ ପହଞ୍ଚିପାରେ ଡାକୋଟା ବିମାନ। ପୂର୍ବରୁ ଏନେଇ ପରିବହନ ବିଭାଗକୁ ଚିଠି କରାଯାଇଥିବା ଜଣାପଡ଼ିଛି ।
କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବାହାରିଲା ଡାକୋଡା ବିମାନ। ଆସନ୍ତାକାଲି ସକାଳ ସମୟରେ ଭୁବନେଶ୍ବରରେ ପହଞ୍ଚିବ ଡାକୋଟା । ପୂର୍ବରୁ ଏନେଇ ପରିବହନ ବିଭାଗକୁ ଚିଠି ଆସିଥିଲା । ମାତ୍ର ବିମାନର ଲୋଡିଂ କାର୍ଯ୍ୟ ଶେଷ ନହେବା ସହ ଅତ୍ୟଧିକ କୁହୁଡି ସମସ୍ୟାକୁ ନେଇ ଦୁଇ ଦିନ ବିଳମ୍ବ ହୋଇଥିଲା । ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଡାକୋଟା ବିମାନ। ଏବେ କୋଲକାତା ବିମାନ ବନ୍ଦରର ଏକ ଅଗମ୍ୟ ସ୍ଥାନରେ ପଡ଼ି ରହିଥିଲା ଡାକୋଟା। ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ଥିଲା ଡାକୋଟା।
ରାଜ୍ୟ ସରକାର ଡାକୋଟା ବିମାନକୁ କୋଲକାତା ବିମାନ ବନ୍ଦରରୁ ଭୁବନେଶ୍ଵର ଆଣିବା ଲାଗି ଏକ ଏଜେନ୍ସିକୁ ଦାୟିତ୍ବ ନେଇଛି । ଏହି ଏଜେନ୍ସି ଡାକୋଟା ବିମାନକୁ ଡିସମେଣ୍ଟାଲ କରି ସଡ଼କ ପଥରେ ଏହାକୁ ଭୁବନେଶ୍ଵର ଆଣୁଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଏବେ କୋଲକାତା ବିମାନ ବନ୍ଦରରେ ଡାକୋଟା ବିମାନ ଡିସମେଣ୍ଟାଲ ହୋଇସାରିଛି। ୨ଟି ଟ୍ରଲରରେ ମଧ୍ୟ ଲଦା ହୋଇ ସାରିଛି। କୋଲକାତାରୁ ଡାକୋଟା ବିମାନ ବାହାରି ସାରିଛି । ଭୁବନେଶ୍ବରରେ ଡାକୋଟା ପହଞ୍ଚିବା ପରେ ବିମାନ ବନ୍ଦରରେ ଥିବା ରାଜ୍ୟ ସରକାରଙ୍କ ହ୍ୟାଙ୍ଗରରେ ଡାକୋଟାକୁ ରି-ଆସେମ୍ବଲ କରାଯିବ ।