ଓଡିଶା

odisha

ETV Bharat / state

SRC ଭାବେ ଦାୟିତ୍ୱ ନେଲେ ସତ୍ୟବ୍ରତ - ଏସଆରସି ଭାବେ ସତ୍ୟବ୍ରତଙ୍କୁ ଅତିରିକ୍ତ ଦାୟିତ୍ୱ

ବରିଷ୍ଠ ଆଇଏଏସ ସତ୍ୟବ୍ରତ ସାହୁ ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି) ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ

ias satyabrata sahoo
ias satyabrata sahoo

By

Published : Mar 30, 2023, 9:27 AM IST

ଭୁବନେଶ୍ବର:ସ୍ବତନ୍ତ୍ର ରିଲିଫ କମିଶନର ଭାବେ ଦାୟିତ୍ୱ ନେଲେ ବରିଷ୍ଠ ଆଇଏଏସ ସତ୍ୟବ୍ରତ ସାହୁ । ଏହା ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ସତ୍ୟବ୍ରତ ସାହୁ । ସତ୍ୟବ୍ରତଙ୍କୁ ଏସଆରସି ପଦ୍ମନାଭ ବେହେରା ଓ OSDMAର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼. ଜ୍ଞାନରଞ୍ଜନ ଦାସ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି । ସେପଟେ ଗ୍ରୀଷ୍ମପ୍ରବାହ ଓ କାଳବୈଶାଖୀ ବର୍ଷା ମୁକାବିଲା ସତ୍ୟବ୍ରତଙ୍କ ଲାଗି ଚ୍ୟାଲେଞ୍ଜ ହୋଇପାରେ ।

ias satyabrata sahoo

ବରିଷ୍ଠ ପ୍ରଶାସନିକ ଅଧିକାରୀ ସତ୍ୟବ୍ରତ ସାହୁ ଏସଆରସି ଭାବେ ହେବା ପରେ କାର୍ଯ୍ୟାଳୟର ଅଧିକାରୀଙ୍କ ସହିତ ବୈଠକ ଓ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁୟାଲିଟିକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ଲାଗି ସେ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହ ଓ କାଳବୈଶାଖୀ ଜନିତ ବର୍ଷା ଓ ପବନର ମୁକାବିଲା ଦୃଢ଼ତାର ସହ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଅନ୍ୟ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-Fake certificate Case: କେଳେଙ୍କାରୀରେ ବିଜେଡିର ବଡ ନେତା ସମ୍ପୃକ୍ତି ଅଭିଯୋଗ କଲେ କଂଗ୍ରେସ ବିଧାୟକ

ଏହା ମଧ୍ୟ ପଢନ୍ତୁ-Rath Yatra 2023: ଜୁନ 20 ରେ ଶ୍ରୀଜୀଉଙ୍କ ଘୋଷଯାତ୍ରା, ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ

ନିକୁଞ୍ଜ ବିହାରୀ ଧଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ହେବା ପରେ ଏସଆରସି ଭାବେ ସତ୍ୟବ୍ରତଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି । ଏହା ସହିତ ସେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ଓ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସେପଟେ ପ୍ରାକୃତିକ ବିପର୍ଯ୍ୟୟ ପରିଚଳନା ଲାଗି ଓଡିଶା ସହ ସହଯୋଗର ହାତ ବଢାଇଛି ବିଶ୍ଵ ବ୍ୟାଙ୍କ । ଓଡିଶାର ବିପର୍ଯ୍ୟୟର ମୁକାବିଲାରେ ସହଯୋଗ ଲାଗି ବିଶ୍ବବ୍ୟାଙ୍କ ଓଡ଼ିଶାକୁ 100 ନିୟୁତ ଡଲାର ବା 822 କୋଟି ଟଙ୍କା ପ୍ରଦାନ କରିଛି । ପ୍ରଦାନ କରାଯାଇଥିବା ଟଙ୍କାରେ ଓଡିଶା ସରକାର ବିପର୍ଯ୍ୟୟର ପ୍ରାରମ୍ଭିକ ପୂର୍ବାନୁମାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ବ୍ୟବସ୍ଥା କରିବ । ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଗରିବ ଏବଂ ଦୁର୍ବଳ ପରିବାର ପାଇଁ ସାମାଜିକ ସୁରକ୍ଷା ଦେବା ବ୍ୟବସ୍ଥାକୁ ବୃଦ୍ଧି କରିବାରେ ସାହାଯ୍ୟ କରିବା ଦିଗରେ କାମ କରିବ ବୋଲି ବିଶ୍ଵବ୍ୟାଙ୍କ ଆଶା ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details