ଓଡିଶା

odisha

ETV Bharat / state

ଅସିତ ତ୍ରିପାଠୀଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ - ଅସିତ୍ ତ୍ରିପାଠୀ

ପ୍ରଶାସନିକ ସ୍ତରରେ ପୁଣି ବଡ଼ ଧରଣର ଅଦଳବଦଳ । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବେ ମିଳିଛି ଦାୟିତ୍ବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 7, 2019, 8:10 PM IST

Updated : Aug 7, 2019, 9:16 PM IST

ଭୁବନେଶ୍ବର: ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳବଦଳ ହୋଇଛି । ଉନ୍ନୟନ କମିଶନର ତଥା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । କେବିକେ ମୁଖ୍ୟ ପ୍ରଶାସକ ସୁଦର୍ଶନ ପାଲ ଠାକୁର ଗୋପବନ୍ଧୁ ଏକାଡେମୀର ଡିଜି ଭାବେ ବଦଳି ହୋଇଛନ୍ତି ।

ସେହିଭଳି ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସି.ଜେ. ଭେନୁଗୋପାଳଙ୍କୁ ରାଜସ୍ୱ ପରିଷଦ ସଦସ୍ୟ ଭାବେ ବଦଳି କରାଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗର ପ୍ରମୁଖ ସଚିବ ନିତେନ ଚନ୍ଦ୍ରାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି । ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂହଙ୍କୁ ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

ଗୋପବନ୍ଧୁ ଏକାଡେମୀର ଡିଜି ରଂଜନା ଚୋପ୍ରାଙ୍କୁ ଅନୁସୁଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ବିକାଶ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି । ଅବକାରୀ କମିଶନର ସୁଶିଲ କୁମାର ଲୋହାନୀଙ୍କୁ ବାଣିଜ୍ୟିକ କର କମିଶନର ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କମିଶନର ବୀର ବିକ୍ରମ ଯାଦବଙ୍କୁ ସମବାୟ ବିଭାଗର କମିଶନର ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କୁ ସେସୁର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଥିବା ବେଳେ ଅନୁସୁଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ବିକାଶ ବିଭାଗର କମିଶନର ଆର. ରଘୁ ପ୍ରସାଦଙ୍କୁ ମତ୍ସ୍ୟ, ପଶୁ ସମ୍ପଦ ବିଭାଗର କମିଶନର ଭାବେ ବଦଳି କରାଯାଇଛି । ତାଙ୍କୁ ଓମଫେଡର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Last Updated : Aug 7, 2019, 9:16 PM IST

ABOUT THE AUTHOR

...view details