ଓଡିଶା

odisha

ETV Bharat / state

Minor Rape Case: ଝାରପଡା ଜେଲ ଗଲେ IAF ଅଧିକାରୀ, JMFC କୋର୍ଟରେ କରିଥିଲେ ଆତ୍ମସମର୍ପଣ - ଭୁବନେଶ୍ବର ଏଡିଜେ ପୋକ୍ସୋ କୋର୍ଟ

ଭୁବନେଶ୍ବର ଏଡିଜେ ପୋକ୍ସୋ କୋର୍ଟରେ ଆତ୍ମସମର୍ପଣ କଲେ ବାୟୁ ସେନା ଅଧିକାରୀ । ଘରେ କେହି ନଥିବା ବେଳେ ସମ୍ପର୍କୀୟ ନାବାଳିକାକୁ ଦୁଷ୍କର୍ମ କରିଥିବା ହୋଇଥିଲା ଅଭିଯୋଗ । ଅଧିକ ପଢନ୍ତୁ

IAF officer accused of raping minor
IAF officer accused of raping minor

By ETV Bharat Odisha Team

Published : Oct 30, 2023, 6:12 PM IST

IAF ଅଧିକାରୀଙ୍କ କୋର୍ଟରେ ଆତ୍ମସମର୍ପଣ, ନାବାଳିକା ଦୁଷ୍କର୍ମ ମାମଲାରେ ରହିଥିଲା ଅଭିଯୋଗ

ଭୁବନେଶ୍ବର:ଫେରାର ବାୟୁସେନା ଅଧିକାରୀଙ୍କ କୋର୍ଟରେ ଆତ୍ମସମର୍ପଣ । ଭୁବନେଶ୍ବର ଏଡିଜେ ପୋକ୍ସୋ କୋର୍ଟରେ ଆତ୍ମସମର୍ପଣ କଲେ ବାୟୁସେନା ଅଧିକାରୀ କେଭି ଶ୍ରୀନିବାସ । ନାବାଳିକାକୁ ଦୁଷ୍କର୍ମ ନେଇ ଲକ୍ଷ୍ମୀସାଗର ଥାନାରେ ଥିଲା ଅଭିଯୋଗ । କୋର୍ଟରେ ଆତ୍ମସମର୍ପଣ ପରେ ତାଙ୍କୁ ଝାରପଡ଼ା ଜେଲ ପଠାଇ ଦିଆଯାଇଛି । କୋର୍ଟରେ ଆତ୍ମସମର୍ପଣ ପରେ ୧୪ ଦିନିଆ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ବାୟୁସେନା ଅଧିକାରୀ ଶ୍ରୀନିବାସ ।

ଶ୍ରୀନିବାସ ହେଉଛନ୍ତି ଏୟାରଫୋର୍ସର ଗ୍ରୁପ କ୍ୟାପଟେନ । ଯିଏକି ଦିଲ୍ଲୀରେ କାର୍ଯ୍ୟରତ । ଘର ଓଲଡଟାଉନ ଅଞ୍ଚଳରେ ବୋଲି ଜଣାପଡ଼ିଛି । ନିଜର ଜଣେ ସମ୍ପର୍କୀୟ ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ନେଇ ଲକ୍ଷ୍ମୀସାଗର ଥାନାରେ ଗତ ୩ ମାସ ତଳେ ଅଭିଯୋଗ ହୋଇଥିଲା । ଏନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ ରିପୋର୍ଟ ଦେଇଥିଲେ । ସେବେଠାରୁ ଅଭିଯୁକ୍ତ ଫେରାର ଥିଲେ । ତାଙ୍କ ନାଁରେ ଜାମିନ ବିହୀନ କେସ ଥିବା ଯୋଗୁଁ ସେ କୋର୍ଟରେ ଆସି ଆତ୍ମସମର୍ପଣ କରିଥିଲେ । ନାବାଳିକା ଦୁଷ୍କର୍ମ ମାମଲା ନେଇ ପୋଲିସ ଦୁଇ ଥର ଦିଲ୍ଲୀ ସ୍ଥିତ ବାୟୁସେନା ଅଫିସରେ ମଧ୍ୟ ରେଡ ବେଳେ ସେ ଫେରାର ହୋଇଯାଇଥିଲେ । ଏପରିକି ପରେ ସେ ଏନେଇ ବେଲ ପାଇଁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇ ମଧ୍ୟ ଫେଲ ମାରିଥିଲେ । ଶେଷରେ ସେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ।

ଏହା ବି ପଢନ୍ତୁ- ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ

ମିଳିଥିବା ସୂଚନା ଅନୁସାରେ ବାୟୁସେନା ଅଧିକାରୀଙ୍କ ଘର ପୁରୁଣା ଭୁବନେଶ୍ଵରରେ । ତାଙ୍କର ଜଣେ ସମ୍ପର୍କୀୟ ତଥା ଲକ୍ଷ୍ମୀସାଗର ଅଞ୍ଚଳରେ ରୁହନ୍ତି । ପୀଡ଼ିତାଙ୍କ ପରିବାରର ଅଭିଯୋଗ ଅନୁସାରେ ଘରେ କେହି ନଥିବା ବେଳେ ଏହି ଗ୍ରୁପ କ୍ୟାପଟେନ ଜଣକ ଘରକୁ ଆସିଥିଲେ । ଯେହେତୁ ସମ୍ପର୍କୀୟ ତେଣୁ ଗ୍ରୁପ କ୍ୟାପଟେନଙ୍କୁ ଘରକୁ ଆସିବାକୁ ଦେଇଥିଲେ ପୀଡ଼ିତା । ଘରେ କେହି ନଥିବା ଦେଖି ଏହାର ସୁଯୋଗ ନେଇ ଗ୍ରୁପ କ୍ୟାପ୍ଟେନ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏନେଇ ନାବାଳିକା ଜଣକ ବାରଣ କରିଥିଲେ ସୁଦ୍ଧା ଶୁଣିନଥିଲେ ଅଭିଯୁକ୍ତ ।

ଏନେଇ ଘରେ କାହାକୁ ନ ଜଣାଇବାକୁ କହିବା ସହ ଧମକ ମଧ୍ୟ ଦେଇଥିଲେ । ହେଲେ ଘର ଲୋକ ଆସିବା ପରେ ପୀଡ଼ିତା ଜଣକ ସବୁ କଥା କହିଥିଲେ । ଏହାପରେ ପୀଡିତାଙ୍କ ପରିବାର ଏନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ । ପୋଲିସ ଏକ ପୋକ୍ସୋ କେସ କରି ତଦନ୍ତ ଜାରି ରଖିଥିଲା । ଯେହେତୁ ଅଭିଯୁକ୍ତ ଜଣକ ବାୟୁ ସେନା ଅଧିକାରୀ ତେଣୁ ତାଙ୍କୁ ଗିରଫ କରିବା ଲାଗି ପୋଲିସକୁ ଅନେକ ପ୍ରୋଟୋକଲ ଅନୁସରଣ କରିବାକୁ ପଡ଼ିଥିଲା । ଏନେଇ ତାଙ୍କୁ ନୋଟିସ ମଧ୍ୟ କରାଯାଇଥିଲା । କିନ୍ତୁ ଦୀର୍ଘଦିନ ହେବ ଅଭିଯୁକ୍ତ ଜଣକ ଧରାଛୁଆଁ ଦେଉନଥିଲେ । ଏପରିକି ପୋଲିସ ମଧ୍ୟ ତାଙ୍କୁ ଖୋଜିବାକୁ ଦିଲ୍ଲୀ ଯାଇଥିବା ବେଳେ ସେ ଧରାଛୁଆଁ ଦେଉନଥିଲେ । ଏହି ମାମଲା ଏବେ କୋର୍ଟରେ ଥିବା ବେଳେ ଅଭିଯୁକ୍ତ ବାୟୁସେନା ଅଧିକାରୀ ଜଣକ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details