ଓଡିଶା

odisha

ETV Bharat / state

ମୁଁ ରାଜନୀତି ଛାଡ଼ିଲେ, କଣ ରାଜନୀତି ମୋତେ ଛାଡ଼ିବ କି: ତଥାଗତ ଶତପଥି - ମୁଁ ରାଜନୀତି ଛାଡ଼ିଲେ କଣ ରାଜନୀତି ମୋତେ ଛାଡ଼ିବ

ରାଜନୀତିରୁ ଦୂରେଇ ରହୁଥିବା ତଥାଗତ ଶତପଥିଙ୍କ ବୟାନକୁ ନେଇ ଚର୍ଚ୍ଚା । ମୁଁ ରାଜନୀତି ଛାଡ଼ିଲେ, କ’ଣ ରାଜନୀତି ମୋତେ ଛାଡ଼ିବ କି କହିଲେ ତଥାଗତ । ଅଧିକ ପଢନ୍ତୁ

ମୁଁ ରାଜନୀତି ଛାଡ଼ିଲେ, କ’ଣ ରାଜନୀତି ମୋତେ ଛାଡ଼ିବ କି: ତଥାଗତ ଶତପଥି
ମୁଁ ରାଜନୀତି ଛାଡ଼ିଲେ, କ’ଣ ରାଜନୀତି ମୋତେ ଛାଡ଼ିବ କି: ତଥାଗତ ଶତପଥି

By

Published : Nov 19, 2022, 8:41 AM IST

ଭୁବନେଶ୍ବର:ପଦ୍ମପୁର ଉପନିର୍ବାଚନକୁ(Padampur bypoll) ନେଇ ବେଶ୍ ସରଗରମ ରହିଛି ରାଜ୍ୟ ରାଜନୀତି । ସେପଟେ ବିଜେଡି ଓ ବିଜେଡି ସମ୍ପର୍କିତ ବରିଷ୍ଠ ନେତାଙ୍କ ମନ୍ତବ୍ୟକୁ ନେଇ ବିସ୍ଫୋରଣ ହେଉଛି । 2019 ନିର୍ବାଚନ ପରଠାରୁ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ହେଉନଥିବା ପୂର୍ବତନ ସାଂସଦଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ରାଜନୀତିରୁ ସନ୍ନ୍ୟାସ ନେବାର ପ୍ରଶ୍ନ ଉଠୁନାହିଁ ବୋଲି କହି ରାଜନୈତିକ ଉଷ୍ମତା ବଢ଼େଇ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଉତ୍ତରାଧିକାରୀ ତଥାଗତ ଶତପଥୀ ।

ତଥାଗତ ଶତପଥି

ଗତ ସାଧାରଣ ନିର୍ବାଚନରୁ ରାଜନୀତିରୁ ଦୂରେଇ ରହିଥିବା ବିଜେଡିର ପୂର୍ବତନ ସାଂସଦ ତଥାଗତ ଶତପଥୀ କହିଛନ୍ତି ଯେ, ''ମୁଁ ରାଜନୀତି ଛାଡ଼ିଲେ, କ’ଣ ରାଜନୀତି ମୋତେ ଛାଡ଼ିବ ?(I May Leave Politics But Will Politics Leave Me) ରାଜନୀତିରୁ ସନ୍ନ୍ୟାସ ନେବାର ପ୍ରଶ୍ନ ଉଠୁନାହିଁ । '' ଆସନ୍ତା 2024 ସାଧାରଣ ନିର୍ବାଚନରେ ମଇଦାନକୁ ଓହ୍ଲାଇବେ କି ନାହିଁ ପ୍ରଶ୍ନରେ ସେ କହିଛନ୍ତି ଯେ, ସବୁ କଥା ସବୁବେଳେ କୁହାଯାଏ ନାହିଁ । ସମୟ ଆସିଲେ ସବୁ କୁହାଯିବ ।

ଏହାମଧ୍ୟ ପଢନ୍ତୁ: ପଶୁ ନୁହେଁ ମାଲିକ ଉପରେ ହେଉ କାର୍ଯ୍ୟାନୁଷ୍ଠାନ: ତଥାଗତ

ଯଦି ଏବେ ମୁଁ ସବୁକଥା କହି ଦେବି ତେବେ ଆପଣ ମାନେ ମୋ ପାଖକୁ ଆଉ ଆସିବେ ତ ବୋଲି କହିଛନ୍ତି ତଥାଗତ । ତଥାଗତ ଆହୁରି ମଧ୍ୟ କହିଛନ୍ତି ଯେ, ''ମୁଁ ନିର୍ଦ୍ଦୋଷୀ । ମୋର କିଛି ଦୋଷ ନାହିଁ । ମୁଁ ନିରୀହ ।'' ତଥାଗତ ଶତପଥୀଙ୍କ ଏଭଳି ପଲିଟିକାଲ ଠାର ଏବେ ଚର୍ଚ୍ଚାର ବିଷୟର ପାଲଟିଛି । ରାଜନୀତିରୁ ଦୂରେଇ ରହିଥିବା ତଥାଗତଙ୍କ ଏଭଳି ମନ୍ତବ୍ୟ ଓଡ଼ିଶା ରାଜନୀତିରେ ଆଗାମୀ ଦିନରେ କିଛି ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details